କାଳ ହେଲା ଗଣେଶ ପୂଜା ଭସାଣି, ଭସାଣି ଦେଖିବାକୁ ଯାଇ ପେଟରୁ ବାହାରିଗଲା anta ବୁଜୁଳା, ପୁରା ଘଟଣା ଜାଣିଲେ ଆପଣ ଭୟରେ ଥରିବେ

କାଳ ସାଜିଲା ଗଣେଶ ପୂଜା ଭସାଣି । ଭସାଣି ଦେଖିବାକୁ ଯାଇ ପେଟରୁ ବାହାରି ପଡିଲା ଅନ୍ତବୁଜୁଳା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ସଦରଥାନା ଅନ୍ତର୍ଗତ ଗୁଣ୍ଡିଚାପଡା ପଞ୍ଚାୟତ ଛାଟିଆ ଗ୍ରାମରେ । ଗତକାଲି ରାତି ପ୍ରାୟ ୧୦ଟାରେ ଗଣେଶ ପୂଜା ଭସାଣି ମେଢ ବୁଲାଇବାକୁ ନେଇ ଦୁଇ ସାହି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ସମୟରେ ଛାଟିଆ ଗ୍ରାମର ପ୍ରମୋଦ ରାଉତ ହଠାତ ମଆରଣାସ୍ତ୍ର ଧରି ଉତ୍ତକ୍ଷିପ୍ତ ହୋଇ ଦୌଡି ଆସିଥିଲେ ।

ଆଉ ତାଙ୍କ ସାମ୍ନାକୁ ଛୋଟ ଛୁଆଟେ ଆସି ଯାଇଥିଲା । ଏତିକି ବେଳେ ସେଠାରେ ଠିଆ ହୋଇ ଭସାଣି ଦେଖୁଥିବା ରଞ୍ଜନ ବେହେରା ଧାଇଁ ଆସି ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଯାହା ଫଳରେ ପ୍ରମୋଦ ରାଉତ ଓ ତାଙ୍କ ଭାଇ ଚଗଲା ରାଉତ ଉତ୍ତକ୍ଷିପ୍ତ ହୋଇ ରଞ୍ଜନକୁ ଆକ୍ରମଣ କରିଥିଲେ । ଚଗଲା ରଞ୍ଜନଙ୍କୁ ପଛପଟୁ ଧରିନେବା ପରେ ତାଙ୍କୁ ପ୍ରମୋଦ ଟାଙ୍ଗିଆରେ ତାଙ୍କ ପେଟକୁ ଚଓଟ ପକାଇଥିଲେ । ଯାହା ଫଳରେ ତାଙ୍କ ପେଟରୁ ଅନ୍ତବୁଜୁଳା ବାହାରି ପଡିଥିଲା ।

ଏହା ପରେ ରଞ୍ଜନ ଘଟଣାସ୍ଥଳରେ ପ୍ରାୟ ଦୁଇ ଘଣ୍ଟା ଧରି ପଡି ରହିଥିଲେ ମଧ୍ୟ ତାଙ୍କ ପାଖରେ ପୋଲିସ କି ଆମ୍ବୁଲାନ୍ସ କେହି ବି ପହଞ୍ଚି ନଥିଲେ । ପ୍ରାୟ ଦୁଇ ଘଣ୍ଟା ପରେ ରଞ୍ଜନଙ୍କୁ ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା । କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଦୁଇ ସାହିର ମେଢ ଶାନ୍ତିଶୃଙ୍ଖଳାରେ ଯାଉଥିଲେ । ଠିକ ଏତିକି ବେଳେ ଅଭିଯୁକ୍ତ ଦୁଇ ଭାଇ ପ୍ରମୋଦ ରାଉତ ଓ ଚଗଲା ରାଉତ ମାରଣାସ୍ତ୍ର ଧରି ବୁଲାଉଥିଲେ । ସେଠାରେ ମେଢ ଦେଖିବାକୁ ଅନେକ ଛୋଟପିଲା, ମହିଳା ଓ ସ୍ଥାନୀୟ ଲୋକମାନେ ଜମା ହୋଇଥିଲେ । କିନ୍ତୁ ଏଭଳି ଭୟଭୀତ କରିବା ଭଳି ପରିସ୍ଥିତ ଦେଖି ସେଠାରେ ହଇଚଇ ସୃଷ୍ଟି ହୋଇ ଯାଇଥିଲା । ଯାହା ଫଳରେ ସମସ୍ତେ ଇଆଡେ ସିଆଡେ ଧାଇଁବାକୁ ଲାଗିଲେ ।

ଏତିକି ବେଳେ ଗୋଟିଏ ଛୋଟ ପିଲାକୁ ବଞ୍ଚାଇବାକୁ ଯାଇ ରଞ୍ଜନଙ୍କ ଜୀବନ ମୃତ୍ୟୁମୁଖରେ ପଡିଥିବା କହିଛନ୍ତି ତାଙ୍କ ସାନ ଭାଇ । ଏହି ଭୟଙ୍କର ଘଟଣା ଏବେ ସାରା ଅଞ୍ଚଳରେ ଭୟାର ବାତାବରଣ ସୃଷ୍ଟି କରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।