ପ୍ରଧାନମନ୍ତ୍ରୀ Narendra Modi ଙ୍କ ଖାଇବା ଓ ପୋଷାକ ଖର୍ଚ୍ଚକୁ ନେଇ RTI ଦେଲା ବଡ ତଥ୍ୟ, ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖାଇବା ପାଇଁ ପ୍ରତିଦିନ କେତେ ଟଙ୍କା ଖର୍ଚ୍ଚ ହୁଏ ? ମୋଦିଙ୍କ ଲାଗି କେଉଁଠୁ ଆସିଥାଏ ଖାଦ୍ଯ ? ଏହାକୁ ନେଇ ଆରଟିଆଇ ଦେଲା କିଛି ଏମିତି ଉତ୍ତର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚର୍ଚ୍ଚା ଥମିବାର ନାଁ ନେଉନାହିଁ । ସବୁବେଳେ କୌଣସି ନା କୌଣସି କାରଣରୁ ନେଇ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି । ଏମିତିକି ମୋଦି କୁଆଡେ ଗସ୍ତ କଲେ କି ନକଲେ କିମ୍ବା କୌଣସି ପ୍ରସଙ୍ଗରେ କିଛି କହିଲେ ଏହାକୁ ନେଇ ଜାତୀୟ ଗଣମାଧ୍ୟମ ଠାରୁ ଆରମ୍ଭ କରି ଆନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲେ ।

ତେବେ ମୋଦିଙ୍କ ଖାଇବାକୁ ନେଇ ଭାରତ ସରକାର କେତେ ଟଙ୍କା ଖର୍ଚ୍ଚ କରନ୍ତି ତାହାକୁ ନେଇ ମଧ୍ୟ ଅନେକ ସମୟରେ ସାଧାରଣରେ ପ୍ରଶ୍ନ ଉଠେ । ତେଣୁ ଏନେଇ ପଚରା ଯାଇଥିବାର ପ୍ରଶ୍ନର ଏମିତି ଉତ୍ତର ରଖିଛି RTI (Right To Information) । ସୂଚନା ଅଧିକାର ଆଇନ ଅନୁସାରେ ଏନେଇ ପ୍ରଶ୍ନ ହୋଇଥିଲା । ଏବେ ପ୍ରଧାନମନ୍ତ୍ରୀ କାର୍ଯ୍ୟଳୟର ଜନ ସୂଚନା ଅଧିକାରୀ ମୋଦିଙ୍କ ଖର୍ଚ୍ଚ ସମ୍ବନ୍ଧିତ ସମସ୍ତ ବିବରଣୀ ପ୍ରଦାନ କରିଛନ୍ତି ।

ଆରଟିଆଇ ର ଉତ୍ତରରୁ ଜଣାପଡିଛି ଯେ ପ୍ରଧାନମନ୍ତ୍ରୀଙ୍କ ଖାଦ୍ଯ ପାଇଁ ସରକତି ବଜେଟରୁ କିଛି ବି ଟଙ୍କା ଖର୍ଚ୍ଚ ହୁଏ ନାହିଁ । ମୋଦିଙ୍କ କହିବା କଥା ହେଲା ସମସ୍ତ୍ୟ ସକ୍ଷମ ବ୍ୟକ୍ତି ନିଜ ଖର୍ଚ୍ଚ ନିଜେ ବହନ କରିବା ଉଚିତ । କେବଳ ଏତିକି ନୁହେଁ ବରଂ ଅସହାୟ ଲୋକଙ୍କୁ ମଧ୍ୟ ସକ୍ଷମ ଅନୁସାରେ ସେମାନେ ସାହାଯ୍ୟ କରିବା ଆବଶ୍ୟକ ।

ତେବେ ସବୁଠୁ ବଡ କଥା ହେଲା କରୋନା କାଳରେ ଗରିବ ଲୋକଙ୍କୁ ମାଗଣା ଗହମ ଏବଂ ଚାଉଳ ବଣ୍ଟନ ବ୍ୟବସ୍ଥା କରିଥିବା ବ୍ୟକ୍ତି ରାଜକୋଷରୁ ନିଜ ଖାଦ୍ଯ ବ୍ୟବସ୍ଥା କରନ୍ତି ନାହିଁ ବୋଲି ମୋଦି କହିଛନ୍ତି । ସେହିଭଳି ପ୍ରଧାନମନ୍ତ୍ରୀଙ୍କ ପୋଷାକ ଖର୍ଚ୍ଚ ବିଷୟରେ ମଧ୍ୟ ଆରଟିଆଇ ତଥ୍ୟ ମଗା ଯାଇଥିଲା । ଆଉ ଏଥିରେ ବି ପ୍ରଧାନମନ୍ତ୍ରୀ ନିଜେ ତାଙ୍କ ପୋଷାକ ଖର୍ଚ୍ଚ ଦିଅନ୍ତି ବୋଲି କୁହାଯାଇଛି ।

ଅନ୍ୟପଟେ ତଥ୍ୟ  ଅନୁସାରେ ପ୍ରଧାନମନ୍ତ୍ରୀ ବ୍ୟବହାର କରୁଥିବା ଗାଡି ଗୁଡିକ ପାଇଁ ସ୍ଵତନ୍ତ୍ର ସୁରକ୍ଷା ଗୋଷ୍ଠୀ ମୁତୟନ ପାଇଁ କେତେ ଖର୍ଚ୍ଚ କରାଯାଏ ଏହାର ପ୍ରଶ୍ନରେ ତାଙ୍କ ବିଷୟରେ ସୂଚନା ଦିଆ ଯାଇନାହିଁ । ମୋଦିଙ୍କ ଦରମା ଓ ଭତ୍ତା ସମ୍ବନ୍ଧୀୟ ସୂଚନା ମଧ୍ୟ ଆରଟିଆଇ ରେ ଖୋଜାଯାଇଛି । ଏସବୁ ନେଇ ମଧ୍ୟ କୌଣସି ଉତ୍ତର ଦିଆ ଯାଇନାହିଁ ବରଂ ନିୟମ ଅନୁଯାୟୀ ବିଧେୟ କରାଯାଏ ବୋଲି କୁହାଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।