ଏହି ଦୁଇ ଜଣଙ୍କ ସହିତ ରିଲେଶନସିପରେ ଥିଲେ ଅଭିନେତ୍ରୀ କାଜଲ ଅଗ୍ରୱାଲ, ବ୍ରେକଅପ ପରେ ବହୁତ କାନ୍ଦିଥିଲେ

ଫିଲ୍ମି ଦୁନିଆର କାହାଣୀ ବିଲକୁଲ ଅଲଗା ହିଁ ହୋଇଥାଏ । ଏଠାରେ ପ୍ରେମ, ଅଫେୟାର, ବିବାହ ଓ ଡିଭୋର୍ସ ହେବା ସାଧାରଣ କଥା ଅଟେ । ଏହି ଷ୍ଟାରମାନେ ନିଜର କାହାଣୀକୁ କିଛି ସମୟ ପରେ ସମସ୍ତଙ୍କ ସାମ୍ନାକୁ ନେଇ ଆସନ୍ତି । ଏମିତି ହିଁ କିଛି କାହାଣୀ ସାଉଥ ସିନେମାରୁ ବଲୀଉଡ ପର୍ଯ୍ୟନ୍ତ ଆସିଥିବା ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କର ଅଟେ । ଯିଏକି ଦୁଇ ଥର ସିରିୟସ ରିଲେସନଶିପରେ ଥିଲେ କିନ୍ତୁ ଦୁଇଟି ଯାକ ଭାଙ୍ଗି ଯାଇଛି ।

ଏହି ଦୁଇ ଜଣ ବ୍ୟକ୍ତିଙ୍କ ସହ ବହୁତ ସିରିୟସ ରିଲେସନଶିପରେ ଥିଲେ ଏହି ଅଭିନେତ୍ରୀ

Image courtesy: Google

ସାଉଥ ଇଣ୍ଡିଆନ ସିନେମାର ଭଲ ଅଭିନେତ୍ରୀ ମାନଙ୍କ ମଧ୍ୟରେ କାଜଲ ଅଗ୍ରୱାଲଙ୍କର ନାମ ବି ଆସିଥାଏ । ସେ ତେଲୁଗୁ, ତାମିଲ, କାନ୍ନାଡା, ମାଲାୟାଲମ ଫିଲ୍ମରେ କାମ କରିଛନ୍ତି ଓ ବଲୀଉଡରେ ବି କିଛି ଫିଲ୍ମ କରିଛନ୍ତି । କାଜଲ ନିଜର ନୀଡର ଅନ୍ଦାଜ ଓ ବୋଲ୍ଡ ଫଟୋ କାରଣରୁ ଚର୍ଚ୍ଚାରେ ଆସିଥାନ୍ତି । କିନ୍ତୁ ଏଥର ସେ ନିଜର ରିଲେଶନସିପ ବିଷୟରେ କଥା ହେଉଥିବାର ନଜର ଆସିଥିଲେ ।

Image courtesy: Google

ସେ ଏକ ଇଣ୍ଟରଭ୍ୟୁରେ କହିଲେ କି, ‘ମୁଁ ନିଜ ଜୀବନରେ ଦୁଇ ଥର ପ୍ରେମ କରିଛି ଓ ଦୁଇ ଜଣଙ୍କ ସହିତ ବହୁତ ସିରିୟସ ବି ଥିଲି । ପ୍ରଥମ ଥର ସେତେବେଳେ ରିଲେଶନସିପରେ ଥିଲି ଯେତେବେଳେ ମୁଁ ସାଧାରଣ ଝିଅ ଥିଲି, ଓ ଦ୍ଵିତୀୟ ଥର ରିଲେଶନସିପରେ ସେତେବେଳେ ଆସିଲି ଯେତେବେଳେ ମୁଁ ସେଲିବ୍ରିଟି ହୋଇ ସାରିଥିଲି । କିନ୍ତୁ ଦୁଇ ଥର ଯାକ ମୋତେ ସମ୍ପର୍କ ଭାଙ୍ଗିବାକୁ ପଡିଲା । କାରଣ ମୋତେ ଜୀବନରେ କିଛି କରିବାର ଥିଲା ।

Image courtesy: Google

କାହା ସହିତ ରିଲେଶନସିପରେ ରହିବା ପାଇଁ ଆପଣଙ୍କୁ ମେଣ୍ଟାଲି ଓ ଫିଜିକାଲି ଷ୍ଟ୍ରଙ୍ଗ ରହିବା ଦରକାର । କିନ୍ତୁ ମୁଁ ନିଜର ପୁରା ଧ୍ୟାନ ନିଜର କ୍ୟାରିୟର ଉପରେ ଲଗାଇଲି । ସେଥିପାଇଁ ମୋତେ ସେହି ସମ୍ପର୍କରୁ ବାହାରକୁ ଆସିବାକୁ ପଡିଲା । କାଜଲ ସବୁବେଳେ ନିଜର ନୀଡର ଇଣ୍ଟରଭ୍ୟୁ ପାଇଁ ଚର୍ଚ୍ଚାରେ  ରୁହନ୍ତି । କାଜଲ ସୋସିଆଲ ମିଡିଆରେ ବହୁତ ଆକ୍ଟିବ ରୁହନ୍ତି ଓ ସେ ବର୍ତ୍ତମାନ ନିଜର ଫୋଟୋସୁଟ କରାଇଥିଲେ ଯାହାର ସେ ଫଟୋ ଇଂଷ୍ଟାଗ୍ରାମରେ ସେୟାର କରିଛନ୍ତି ।

Image courtesy: Google

୧୯ ଜୁନ, ୧୯୮୫ରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିବା କାଜଲ ନିଜର କ୍ୟାରିୟରର ଆରମ୍ଭ ସାଉଥ ଇଣ୍ଡିଆନ ଫିଲ୍ମରୁ କରିଥିଲେ । ଏହା ପରେ ସେ ସାଉଥର ସମସ୍ତ ବଡ ବଡ ଷ୍ଟାରଙ୍କ ସହିତ ଫିଲ୍ମ କରିଛନ୍ତି । କାଜଲ ଅଗ୍ରୱାଲ ୨୦୧୧ରେ ଫିଲ୍ମ ‘ସିଙ୍ଘମ’ ଜରିଆରେ ବଲୀଉଡରେ ପାଦ ରଖିଥିଲେ । ସେ ସାଉଥ ଫିଲ୍ମରେ ବହୁତ ସୁପରହିଟ ଫିଲ୍ମରେ କାମ କରିସାରିଛନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।