ପୁଣି କ୍ରିକେଟ ମଇଦାନକୁ ଫେରିବେ ଯୁବରାଜ, BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଚିଠି ଲେଖି କହିଲେ ଏମିତି…

କ୍ରିକେଟ ପ୍ରେମୀ ମାନଙ୍କ ପାଇଁ ଏକ ବହୁତ ଭଲ ଖବର ଆସିଛି କି ପୁଣି ଥରେ କ୍ରିକେଟ ଖେଳିବା ପାଇଁ ମଇଦାନ କୁ ଓଲ୍ହାଇବେ ଚାମ୍ପିଅନ । ପୁଣି କ୍ରିକେଟ ଫିଲ୍ଡ କୁ ଓଲ୍ହାଇବେ ବାମହାତୀ ପ୍ରତିଭାବାନ ବ୍ୟାଟ୍ସମ୍ୟାନ ଯୁବରାଜ ସିଂହ । ସେ ନିଜ ରାଜ୍ୟ ପଞ୍ଜାବ ତରଫରୁ ଫିଲ୍ଡ କୁ ଓଲ୍ହାଇବାକୁ ଇଚ୍ଛା ଜାହିର କରିଛନ୍ତି ଓ ଏଥିପାଇଁ ସେ ବିସିସିଆଇ ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍ଗୁ ଚିଠି ଲେଖିଛନ୍ତି ।

ଚିଠିରେ ସେ ଗାଙ୍ଗୁଲିଙ୍କୁ ନିଜର ଅବସରକୁ ଫେରାଇ ନେବାକୁ ଇଚ୍ଛା ଜାହିର କରିଛନ୍ତି । ୟୁବରାଜ ଚିଠିରେ ଲେଖିଛନ୍ତି କି ମୁଁ ଯୁବ ଖେଳାଳି ଶୁଭମାନ ଗିଲ, ଅଭିଷେକ ଶର୍ମା, ପ୍ରଭାସିମରନ, ଅନମୋଲପ୍ରିତଙ୍କ ସହିତ ମୋହାଲି ଗ୍ରାଉଣ୍ଡରେ କିଛି ସମୟ ଅତିବାହିତ କଲି ଯେଉଁଟା ମୋତେ ବହୁତ ଆନନ୍ଦ ଦେଲା ।

ଏହା ସହ ୟୁବରାଜ ଆହୁରି ମଧ୍ୟ କହିଛନ୍ତି କି ମୁଁ ତାଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ମଧ୍ୟ କଲି । ବହୁତ ଦିନ ପରେ କ୍ରିକେଟ ଖେଳିବା ମୋ ପାଇଁ ଏକ ଅଲଗା ସୁନ୍ଦର ଅନୁଭୂତି ଆଣି ଦେଲା । ଖବର ଅନୁସାରେ ୟୁବରାଜ ଙ୍କୁ ସନ୍ୟାସରୁ ଫେରି ଆସିବା ପାଇଁ କିଛି ଦିନ ତଳେ ପଞ୍ଜାବ କ୍ରିକେଟ ଆସୋସିଏସନ ଅନୁରୋଧ କରିଥିଲେ ।

ତେଣୁ ଯୁବରାଜ ବିସିସିଆଇ କୁ ଚିଠି ଲେଖି ନିଜ ସହମତି ଦେଇଥିଲେ ଓ ଆହୁରି ମଧ୍ୟ କହିଥିଲେ କି ଯଦି ମୋ ରାଜ୍ୟ ପାଇଁ ମୁଁ କିଛି କରି ପାରୁଛି ଏହା ମୋ ପାଇଁ ବହୁତ ଗର୍ବର କଥା ଅଟେ । ଏବେ କେବଳ ବିସିସିଆଇ ର ନିସ୍ପତି କୁ ଅପେକ୍ଷା ରହିଛି ।

ସୂଚନା ଅନୁସାରେ ବିସିସିଆଇ ର ନିସ୍ପତି ମିଳିଗଲେ ସେ ଟି-ଟ୍ୱେଂଟି ଖେଳି ପାରିବେ ଓ ଏହା ପରେ ଅନ୍ୟ ନିସ୍ପତି ନିଆଯିବ । ଯୁବରାଜ ଜଣେ ଦକ୍ଷ ବୋଲର ସହିତ ବହୁତ ଭଲ ଫିଲଡିଙ୍ଗ ମଧ୍ୟ କରନ୍ତି । ଯୁବରାଜ ନିଜ କ୍ଯାରିୟର ରେ ଭାରତ ପାଇଁ ୪୦ଟି ଟେଷ୍ଟ, ୩୦୪ ଟି ୱାନ ଡେ ଓ ଏହା ସହିତ ୫୮ ଟି ଟି-ଟ୍ୱେଂଟି ମ୍ୟାଚ ଖେଳିଛନ୍ତି ।

ଏବେ ବି ତାଙ୍କ ଫ୍ୟାନମାନେ ସେ ଟି-ଟ୍ୱେଂଟି ବିଶ୍ୱକପରେ ମାରିଥିବା ୬ଟି ଛକାକୁ ମନେ ପକାଉଛନ୍ତି । ଏବେ ସବୁକିଛି ବିସିସିଆଇ ର ନିସ୍ପତି ଉପରେ ନିର୍ଭର ଅଟେ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।