ମାଳିକାର ବଡ ଭବିଷ୍ୟବାଣୀ ଅନୁସାରେ ଜଳମଗ୍ନ ହେବ ଜଗତସିଂହପୁର, ପୁରା ସତ କଣ ଜାଣନ୍ତୁ

ଆଜି ପୁଣି ଥରେ ଆମେ ଆପଣଙ୍କୁ ମାଳିକାର ଲେଖା ହୋଇଥିବା ଭବିଷ୍ୟତବାଣୀ ବିଷୟରେ କହିବାକୁ ଯାଉଛୁ । ଆଜି ଆମେ ମାଳିକାରେ ବର୍ଣିତ ଜଗତସିଂହପୁର ମାଟି ବିଷୟରେ ଚର୍ଚା କରିବୁ । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଜଗତସିଂହପୁରରୁ ହିଁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପାଇଁ ଦାରୁ ଆସିଥିଲା ଓ ଏହି ଦାରୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ରୂପରେ ରତ୍ନ ସିଂହାସନରେ ବିରାଜମାନ ଅଛନ୍ତି ।

ଏମିତିରେ ମହାପୁରୁଷମାନେ ମାଲିକାରେ ଜଗତସିଂହପୁର ବିଷୟରେ କିଛି ଭବିଷ୍ୟତବାଣୀ କରି ଦେଇଯାଇଛନ୍ତି । ଯାହା ଦିନେ ନା ଦିନେ ସତ ହେବ ବୋଲି ବି ଅନୁମାନ କରା ଯାଉଛି । ମହାପୁରୁଷ କହିଲେ କି ଏମିତି ଏକ ଦିନ ଆସିବ ଯେଉଁ ଦିନ ପାରାଦ୍ଵୀପ ଠାରୁ ଅଳ୍ପ ଦୂରରେ ଅବସ୍ଥିତ କୁଜଙ୍ଗ ଅଞ୍ଚଳ ପାଣିରେ ବୁଡି ଯିବ ଓ ଏହା ସହିତ ପାରାଦ୍ଵିପରେ ଆମ ସମସ୍ତଙ୍କର ସମାଧି ପୂଜା ପାଇବାକୁ ଲାଗିବ ।

ଏହା ପରେ ମହାପୁରୁଷ କହିଲେ କି ଏମିତି ଦିନେ ସମୟ ଆସିବ ଯେତେବେଳେ ଦଳେଇ ଘାଇ ଭାଙ୍ଗିଯିବ ଓ ପୁରା ଜଗତସିଂହପୁର ବୁଡିଯିବ । ଏହା ପରେ ମହାପୁରୁଷ ଆଗକୁ କହିଲେ କି ଉଦୟବଟ ଅର୍ଥାତ ସୂର୍ଯ୍ୟ ଉଦୟ ହେଲେ ପ୍ରଥମେ ଯେଉଁ ବଟ ଉପରେ ସୂର୍ଯ୍ୟ କିରଣ ପଡେ ତାହାର ନାମ ଉଦୟବଟ ଅଟେ । ସେହି ସ୍ଥାନରେ ବି ମହାପୁରୁଷଙ୍କ ସମାଧି ପୂଜା ପାଇବ ।

ଏହା ପରେ ମହାପୁରୁଷ କହିଲେ କି ଏମିତି ଏକ ସମୟ ଆସିବ ଯେତେବେଳେ ଶାରଳା ମଣ୍ଡଲ ପୁରା ପାଣି ମଗ୍ନ ହୋଇଯିବ । ଏମିତିରେ ସେହି ସମୟରେ ସମସ୍ତେ ମାତା ଶାରଳାଙ୍କୁ ପ୍ରାର୍ଥନା କରିବେ । କୁହାଯାଏ କି ୧୯୯୯ରେ ହୋଇଥିବା ବାତ୍ୟା ଓ ବନ୍ୟାର ପାଣି ଜଗତସିଂହପୁର ଆଡକୁ ମାଡି ଆସୁଥିଲା । କିନ୍ତୁ ମାତା ଶାରଳାଙ୍କ କୃପାରୁ ସେହି ପାଣି ପଛକୁ ଫେରି ଯାଇ ଥିଲା ।

ଏମିତିରେ ସମସ୍ତଙ୍କ ବିଶ୍ଵାସ ଅଛି ଯେଉଁ ସମୟ ପର୍ଯ୍ୟନ୍ତ ମା ଶାରଳାଙ୍କ କୃପା ଅଛି ସେହି ସମୟ ପର୍ଯ୍ୟନ୍ତ ଏହି ଜଗତସିଂହପୁର ମାଟିରେ କିଛି ବି ହୋଇ ପାରିବ ନାହିଁ । ଏହା ସହିତ କୁହାଯାଏ କି କୁଜଙ୍ଗ ଅଞ୍ଚଳରେ ପଞ୍ଚଶଖାମାନେ ଭେଟ ହେଉଥିଲେ । ଏହିଭଳି ବହୁତ ଲୀଳା ଜଗତସିଂହ ପୁର ମାଟିରେ ହେବ । ଏମିତିରେ ଯଦି ଆମେ ସମସ୍ତେ ଭଗବାନ ନିକଟରେ ପ୍ରାର୍ଥନା କରିବେ ତେବେ ଭଗବାନ ଆମ ସମସ୍ତଙ୍କୁ ରକ୍ଷା କରିବେ ।

ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଯଦି ଆପଣ ଏଥିରେ କୌଣସି ଭୁଲ ଦେଖନ୍ତି, ତୁରନ୍ତ ଆମକୁ ଜଣାନ୍ତୁ ଏବଂ ଆମେ ଏହାକୁ ଅପଡେଟ କରିବୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।