ଅନୁଭବ ନିଜ ଚିଠିରେ ବର୍ଷାଙ୍କ ବିରୁଦ୍ଧରେ ଆଣିଲେ ସାଂଘାତିକ ଅଭିଯୋଗ! ମତେ ବଦନାମ କରି ଫାଇଦା ନେବାକୁ ଚାହାଁନ୍ତି ବର୍ଷା….

ବର୍ଷା ଓ ଅନୁଭବଙ୍କ ବିବାଦରେ ଆସିଛି ନୂଆ ମୋଡ । ଅନୁଭବ ଙ୍କ ଚିଠି ରେ ଜଣା ପଡି ଯାଉଛି ବର୍ଷାଙ୍କର ରାଜନୈତିକ ଉଦ୍ଦେଶ୍ୟ । ବ୍ୟକ୍ତିଗତ ସ୍ତରରେ ଥିବା ଲଢେଇ ଏବେ ସାଙ୍ଘାତିକ ରୂପ ନେଇଛି ଓ କିଛି ନୂଆ ନୂଆ ତଥ୍ୟ ସାମ୍ନା କୁ ଆସୁଛି । ଏବେ ଅନୁଭବ ବର୍ଷାଙ୍କୁ ଲେଖିଥିବା ଚିଠି ନୂଆ ମୋଡ ନେଇ ଆସିଛି । ଏହା ବର୍ଷାଙ୍କ ଆଡକୁ କିଛି ଇଙ୍ଗିତ କରୁଛି । ଅଭିଯୋଗ ଅନୁସାରେ ବର୍ଷା ଏବଂ ତାଙ୍କର କିଛି ସାଙ୍ଗ ମିଶି ଅନୁଭବ ଙ୍କ ମାନ ସମ୍ମାନ ରେ ଆଞ୍ଚ ଆଣିବା ପାଇଁ ଉଦ୍ୟମ କରିଥିଲେ ।

ସବୁ କିଛି ଉପରେ ଦାଗ ଲଗାଇବା ପାଇଁ ଉଦ୍ୟମ ହୋଇଥିବା ଅଭିଯୋଗ ଆଣିଛନ୍ତି ଅନୁଭବ । ବଡ କଥା ହେଉଛି ଏହା ପଛରେ ବର୍ଷା ଙ୍କର ଏକ ବଡ ଧରଣର ଉଦ୍ଦେଶ୍ୟ ଥିବା ସେ ଅଭିଯୋଗ କରିଛନ୍ତି । ଚିଠିରେ ଥିବା ତଥ୍ୟ ଅନୁସାରେ ଯେଉଁ ସମୟରେ ଅନୁଭବ ଙ୍କ ବ୍ୟକ୍ତିଗତ, ସାମାଜିକା ଆଉ ରାଜନୈତିକ ଜୀବନ ଉପରେ ବର୍ଷା ଆଙ୍ଗୁଳି ଉଠାଉଥିଲେ ଠିକ ସେହି ସମୟରେ ଏକ ଏନଜିଓ ମଧ୍ୟ ଗଠନ କରିଥିଲେ ।

ଏହା ପଛରେ ଏକ ସୁଚିନ୍ତିତ ରଣନୀତି ଅଛି ବୋଲି ଅନୁଭଵ ଅଭିଯୋଗ କରିଛନ୍ତି । ବର୍ଷା ସମସ୍ତଙ୍କ ମନରେ ଅନୁଭବ ଙ୍କୁ ତଳକୁ ଖସାଇ ବର୍ଷା ନିଜର ଭାବମୂର୍ତ୍ତୀ ପ୍ରତିଷ୍ଠା କରିବାକୁ ଚାହୁଁଥିଲେ । ଏହା ମାଧ୍ୟମରେ ସେ ନିଜର ସାମାଜିକ ଓ ରାଜନୈତିକ ଭବିଷ୍ୟତ ଗଢିବାକୁ ଚାହୁଁଥିଲେ ବୋଲି ଅନୁଭବ ସାଂଘାତିକ ଅଭିଯୋଗ ଆଣିଛନ୍ତି । ତେବେ ଏଠାରେ ଏବେ ପ୍ରଶ୍ନ ଉଠୁଛି କି କଣ ବର୍ଷା ଚାହୁଁଥିଲେ ରାଜନୈତିକ ସଫଳତା ? ଏନଜିଓ ଗଠନ ପଛରେ ତାଙ୍କ ଉଦ୍ଦେଶ୍ୟ କଣ ଥିଲା ?

ଏହି ଦିଗ ଉପରେ ଯଦି ପୂର୍ବରୁ କିଛି ଆଲୋଚନା ହୋଇ ନାହିଁ କିନ୍ତୁ ଏବେ ବିବାଦ ବଢିଲା ପରେ ବର୍ଷା ଙ୍କ ଅଭିଳାସା ଉପରେ ସନ୍ଦେହ ପ୍ରକାଶ କରିଛନ୍ତି ଅନୁଭବ । ପ୍ରଥମେ ରାଜ୍ୟସଭା ଓ ପରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଅନୁଭବ ମହାନ୍ତି । ଓଡିଶା ରାଜନୀତିରେ ନିଜର ଏକ ପରିଚୟ ସୃଷ୍ଟି କରିଥିଲେ । 2019 ରେ ସବୁଠୁ ଅଧିକ ଚର୍ଚ୍ଚିତ କେନ୍ଦ୍ରାପଡା ଲୋକସଭା ଆସନରୁ ସେ ଲଢିଥିଲେ ।

ଦେଢ ଲକ୍ଷ ଭୋଟ ରେ ଜିତିବା ସହ ଏକ ବଡ ଧରଣର ପ୍ରଭାବ ମଧ୍ୟ ଛାଡିଥିଲେ । ହେଲେ ଅନୁଭବ ଙ୍କ ଏହି ଅଭିଯୋଗର ଆଧାର କଣ ତା ଉପରେ ମଧ୍ୟ ବଡ ସନ୍ଦେହ ରହିଛି । ବିବାଦ ଆଗକୁ ବଢିବା ପରେ ଅନୁଭବ ଏହାକୁ ଏକ ମାଧ୍ୟମ ଭାବେ ଗ୍ରହଣ କରୁ ନାହାଁନ୍ତି ତ ? ଅନୁଭବ ନିଜ ଚିଠିରେ ଲେଖିଛନ୍ତି କି ‘ଏଥିରେ ମୋର କୌଣସି ଆପତ୍ତି ନାହିଁ। କିଏ ଜାଣେ ହୁଏତ ଆଗକୁ ଏକ ଏମିତି ସମୟ ଆସିବ ତମେ ଏ ରାଜ୍ୟର ନେତୃତ୍ଵ ନେଉଥିବ ।

ମୁଁ ବିଲକୁଲ ବି ଏଥିରେ ଭୟଭୀତ ନୁହେଁ କିମ୍ବା ଅନିଶ୍ଚିତତା ଭିତରେ ନାହିଁ । କାରଣ ସମସ୍ତଙ୍କର ନିଜସ୍ଵ ଭାଗ୍ୟ ରହିଛି ।’ ଅନୁଭବଙ୍କର ଏହି କିଛି କଥାରୁ ଜଣା ପଡୁଛି ହୁଏତ ଅଭିନୟ ଜୀବନରେ ପାଇଥିବା ସଫଳତା ବର୍ଷା ରାଜନୈତିକ ଜୀବନରେ ମଧ୍ୟ ହାସଲ କରିବାକୁ ଚାହୁଁଥିଲେ । ହୁଏତ ଏଥିପାଇଁ ଦୁଇ ଜଣଙ୍କ ମଧ୍ୟରେ ମତାନ୍ତରର ସ୍ଥିତି ସୃଷ୍ଟି ହୋଇ ଥାଇପାରେ । ହେଲେ ଏହି ଦିଗରେ ଏବେ ମଧ୍ୟ ଚୁପ ଅଛନ୍ତି ବର୍ଷା ପ୍ରିୟଦର୍ଶିନୀ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।