ଲକଅପରେ ରାତିସାରା ରିୟାର ହଙ୍ଗାମା, କେବେ କାନ୍ଦିଲା ତ କେବେ କଲା ଜିଦ୍ଦି, ହେଲେ NCB ଏମିତି ଦେଖେଇଲା ତାକୁ ତାର ଔକାତ…

ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ବର୍ତ୍ତମାନ ରିୟା ଯିଏକି ମୁଖ୍ୟ ଆରୋପି ଅଟନ୍ତି ତାଙ୍କୁ ବର୍ତ୍ତମାନ ମୁମ୍ବାଇର ବାଇକୁଲା ଜେଲ ସିଫ୍ଟ କରା ଯାଇଛି । କିନ୍ତୁ ଏହା ପୂର୍ବରୁ ଅର୍ଥାତ ମଙ୍ଗଳାବର ପୁରା ରାତି NCBର ଜେଲରେ ରିୟା ଚକ୍ରବତୀ ରହିଥିଲେ । କିନ୍ତୁ ମିଳିଥିବା ସୂଚନା ଅନୁସାରେ NCBର ଜେଲରେ ରିୟା କେତେବେଳେ ଖାଇବାକୁ ଦେଖି ନଖରା କରିଲେ ତ କେତେବେଳେ ବେଡକୁ ଦେଖି ନଖରା କରିଲେ ।

ଏହା ପରେ କାନ୍ଦିବାକୁ ଲାଗିଲ ତ ପୁଣି ଜିଦ କରିବାକୁ ଲାଗିଲେ । ଏହା ପରେ ଶେଷରେ ରିୟାଙ୍କୁ ଶାନ୍ତ କରିବା ପାଇଁ ସୌଭିକଙ୍କୁ ଡକାଗଲା । ତେବେ ଚାଳନ୍ତୁ ଜାଣିବା ରିୟା ଜେଲରେ କଣ ସବୁ ହଙ୍ଗାମା କରିଲେ ।

କହିବାକୁ ଗଲେ ରିୟାଙ୍କୁ NCB ଗିରଫତାର କରିବା ପରେ NCBର ଜେଲରେ ରଖିଥିଲେ । ଏମିତିରେ ରିୟାଙ୍କୁ ଅନ୍ଦାଜ ନ ଥିଲା କି ତାଙ୍କ ସହିତ ଏହିଭଳି ବି କିଛି ହୋଇପାରେ । ଏମିତିରେ ରିୟା ମାନିବା ପ୍ରସ୍ତୁତ ନ ଥିଲେ କି ସେ ଲକଅପରେ ଅଛନ୍ତି । ମଙ୍ଗଳାବର ଦ୍ଵିପହର ପରେ NCB ରିୟାଙ୍କୁ ଗିରଫତାର କରି ରିୟାଙ୍କୁ ସାଇନ ହସ୍ପିଟାଲରେ ମେଡିକାଲ ଟେସ୍ଟ କରାଗଲା । ଏହା ପରେ ପୁଣି ଥରେ NCB ଅଫିସ ଆଣି ତାଙ୍କୁ ଭିଡିଓ କନ୍ଫ୍ରେସିଙ୍ଗ ଜରିଆରେ ରିୟାଙ୍କୁ କୋର୍ଟରେ ଫେସ କରାଗଲା ।

NCB ରିୟାଙ୍କୁ ରିମାଣ୍ଡରେ ନେଲେ ନାହିଁ କାରଣ NCBର କହିବା ଅଟେ କି ସେ ରିୟାଙ୍କ ବୟାନରେ ସନ୍ତୁଷ୍ଟ ଅଛନ୍ତି ଓ ୧୪ ଦିନ ପାଇଁ ଜୁଡିସିୟାଲ କସ୍ତଡିଟ ମାଗି ନେଲେ । କୋର୍ଟ ବି ଏହାକୁ ମାନି ନେଲା । କିନ୍ତୁ ଏହା ପରେ ରିୟାଙ୍କ ଓକିଲ ରିୟାଙ୍କ ପାଇଁ ବେଳ ଆବେଦନ କରିଲେ । ଯାହା ଉପରେ ବହୁତ ସମୟ ପର୍ଯ୍ୟନ୍ତ ଶୁଣାଣୀ ଚଳାଇଲା । ଏହା ପରେ ରାତି ୧୦.୪୫ରେ କୋର୍ଟର ନିଷ୍ପତି ଆସିଲା ଓ ରିୟାଙ୍କ ବେଳ ଖାରଜ କରି ଦିଆଗଲା ।

ଏମିତିରେ ରିୟାଙ୍କୁ ପୁରା ୧୪ ଦିନ ଜେଲରେ ରହିବାର ଅଛି । କିନ୍ତୁ ରାତି ଅଧିକା ହୋଇ ଯାଇଥିଲା ସେଥିପାଇଁ ରିୟାଙ୍କୁ NCBର ଲକଅପରେ ହିଁ ପୁରା ରାତି ରହିବାକୁ ଲାଗିଲା । ଏହା ପରେ ରିୟା ଚକ୍ରବତୀଙ୍କୁ ଶୋଇବା ପାଇଁ ୨ଟି କମ୍ବଳ ଓ ଗୋଟିଏ ଚଦର ଦିଆଗଲା । ଲକଅପରେ ରିୟାଙ୍କ ପାଇଁ କୌଣସି ବି ପ୍ରକାରର ବେଡ ନ ଥିଲା । ଅର୍ଥାତ ରିୟାଙ୍କୁ ରାତିସାରା ତଳେ ଶୋଇବାକୁ ପଡିଥାନ୍ତା । ଏହା ପରେ ରିୟାଙ୍କୁ ଖାଇବା ପାଇଁ ୪ଟି ରୁଟି, ଡାଲି, ତରକାରୀ ଓ ଅଳ୍ପ ଭାତ ବି ଦିଆଗଲା ।

କିନ୍ତୁ ରିୟା ଏହାକୁ ଖାଇବା ପାଇଁ ମନା କରି ଦେଲେ । ଏହା ପରେ ରିୟା ରାତି ୧ ପର୍ଯ୍ୟନ୍ତ ଲକଅପର ଗୋଟିଏ କୋଣରେ ଚୁପଚାପ ବସି ରହିଲେ । କିନ୍ତୁ ଏହା ପରେ ରିୟାଙ୍କ ଅସଲ ହଙ୍ଗାମା ଆରମ୍ଭ ହୋଇଗଲା । ମିଳିଥିବା ସୂଚନା ଅନୁସାରେ ରିୟା ଅଚାନକ କାନ୍ଦିବାକୁ ଲାଗିଲେ ଓ ଚିତ୍କାର କରିବାକୁ ଲାଗିଲେ । ଏହା ପରେ NCBର ମହିଳା କର୍ମଚାରୀ ଆସି ରିୟାଙ୍କୁ ବୁଝାଇବାକୁ ଲାଗିଲେ । କିନ୍ତୁ ରିୟା କାହାର କଥା ନ ଶୁଣି ରାତିରେ ହିଁ ନିଜର ଭାଇ ସୌଭିକଙ୍କୁ ଦେଖା କରିବା ପାଇଁ ଜିଦ କରିଲେ ।

କହିବାକୁ ଗଲେ ସୌଭିକ, ସାମୁଏଲ ମିରାଣ୍ଡା, ଦିପେଶ ସାବନ୍ତ ବି ଏହି ବିଲଡିଙ୍ଗରେ ଲକଅପରେ ଥିଲେ । କିନ୍ତୁ ରାତି ଅଧିକ ହୋଇଥିବା କାରଣରୁ ରିୟାଙ୍କୁ ସୌଭିକ ସହ ଦେଖା କରିବା ପାଇଁ ଅନୁମତି ଦେଲେ ନାହିଁ । କିନ୍ତୁ ଏହା ପରେ ପାଖାପାଖି ୧ ଘଣ୍ଟା ପର୍ଯ୍ୟନ୍ତ ରିୟା କାନ୍ଦିବାକୁ ଲାଗିଲେ । ଏହା ପରେ NCBର ମୁଖ୍ୟ ଅଧିକାରୀଙ୍କ ଅନୁମତି ପରେ ରିୟା ଓ ସୌଭିକଙ୍କୁ ସାକ୍ଷାତ କରିଲେ । ରିୟା ନିଜ ଭାଇକୁ ଦେଖି ପୁଣି ଥରେ କାନ୍ଦିବାକୁ ଲାଗିଲେ ।

ପୁଣି ପାଖାପାଖି ୧ ଘଣ୍ଟା ପର୍ଯ୍ୟନ୍ତ ରିୟା ଓ ସୌଭିକ ପରସ୍ପର ସହ କଥାବାର୍ତ୍ତା କରିଲେ । ଏହା ପରେ ସୌଭିକଙ୍କୁ ତାଙ୍କ ସେଲକୁ ପଠାଇ ଦିଆଗଲା । କିନ୍ତୁ ଏହା ସତ୍ବେ ବି ରିୟା ରାତିସାରା ଜେଲର ଗୋଟିଏ କୋଣରେ ବସି ରହିଲେ । ଏହା ପରେ ସକାଳେ ରିୟାଙ୍କୁ ବାଇକୁଲାରେ ଜେଲରେ ପଠାଇ ଦିଆଗଲା । କହିବାକୁ ଗଲେ ରିୟା ରାତିସାରା NCBର ଜେଲରେ ହଙ୍ଗାମା କରି ଏକ ସମସ୍ୟା ସୃଷ୍ଟି କରିଥିଲେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।