ପୁଣି ବଦଳିଲା ସମୟ! Babushan ଓ ପତ୍ନୀ Trupti ସିନା ହେଲେ ଏକାଠି, ହେଲେ ସେପଟେ ଦେଖନ୍ତୁ Prakrutiଙ୍କ ଅବସ୍ଥା… ଦେଖନ୍ତୁ Video

ଦର୍ଶକ ବନ୍ଧୁ ବଡ ଘରର ବା ବିବାଦ ଆପଣ ମାନେ ସମସ୍ତେ ଜାଣିଥିଲେ । ଯେତେବେଳେ ସ୍ଵାମୀ-ସ୍ତ୍ରୀ-ପ୍ରକୃତି ଙ୍କ ମଧ୍ୟରେ ଝଡ ଉଠିଥିଲା । ଆଉ ପ୍ରକୃତି ଯେବେ ଏକ ସଭାରେ ଦେଖା ହୋଇଥିଲେ ସାମ୍ବାଦିକ ମାନେ ପୁରୁଣା କଥା ପଚାରିଥିଲେ । ଆଉ ପ୍ରକୃତି କହିଥିଲେ ପୁରୁଣା ପାଠର ଆଲୋଚନା କରିବାର ଜରୁରତ ନାହି ।

ବର୍ତ୍ତମାନ ମୁଁ ମୋ କ୍ୟାରିୟର ଉପରେ ଫୋକସ କରୁଛି । ବିବାଦ ତ ତୁଟିଗଲା । କିନ୍ତୁ ଏବେ ବଡ ଘରେ ଉଶ୍ଚବ ପାଳନ ହୋଇଛି । ତାହା ପୁଣି ବଡ ଘରର ଭବିଷ୍ୟତ କୁ ନେଇ । ଆପଣ ସମସ୍ତଙ୍କର ପ୍ରିୟ ସୁପର ଷ୍ଟାର ତଥା ଦିଗଜ ଅଭିନେତା ବାବୁସାନ ମହାନ୍ତି ଙ୍କ ପୁଅ ଗୁନା ଙ୍କର ଜନ୍ମଦିନ କୁ ବଡ ଆକାରରେ ପାଳନ କରିଛନ୍ତି ବାବୁସାନ ଓ ତୃପ୍ତି ଶତପଥି ।

ଗତ କିଛି ମାସ ତଳେ ସ୍ଵାମୀ-ସ୍ତ୍ରୀ-ପ୍ରକୃତି ଙ୍କ ମଧ୍ୟରେ ଯେଉଁ ବିବାଦ ଲାଗିଥିଲା ତାହା ହଜିଯାଇଛି । ଦଳକାଏ ପବନ ସିନା ବଡ ଘରକୁ ଭାଙ୍ଗି ଦେଇଥିଲା ଏବେ ପୁଣି ତାହା ମଜବୁତ ହୋଇ ଛିଡା ହୋଇଛି । ଆଉ କେହି କେହି କୁହନ୍ତି ତାହା ସମ୍ଭବ ହୋଇପାରିଛି ମାମୁଁ ବବି ମିଶ୍ରଙ୍କ ପାଇଁ । ଏଇ ଦେଖୁ ନାହାନ୍ତି ଜନ୍ମଦିନରେ ବି ବବି ମିଶ୍ର ଅଛନ୍ତି ।

ଆଉ ଏବେ ଏବେ ସୋସିଆଲ ମିଡିଆରେ ପ୍ରକୃତି ମିଶ୍ରଙ୍କର ଏକ ଗୀତ ଭାଇରାଲ ହେଉଛି । ଆଜି ପ୍ରକୃତି ମିଶ୍ର ହୃଦୟକୁ ପଚାରୁଛନ୍ତି ଆଉ ହୃଦୟ ଜାହ କହୁଛି ତାହା ଶୁଣୁଛନ୍ତି । ପ୍ରତାରଣା କିଏ କାହାକୁ ଦେଇଛି ବୋଲି ପ୍ରକୃତି ହୃଦୟକୁ ପ୍ରଶ୍ନ ପଚାରିଛନ୍ତି । ଆଉ ଉତ୍ତର ରହିଛି ତୁମେ ତୁମେ ତୁମେ । ଦର୍ଶକ ବନ୍ଧୁ ଯେବେ ବଡ ଘରର ବଡ କଥା ସାମନା କୁ ଆସିଥିଲା ଆଉ ଯେବେ ବିବାଦ ଉଠିଥିଲା ସେ ସମୟ ଗଡିଛି । ସବୁ ସମସ୍ୟାର ସମାଧାନ ଘଟିଛି । ବାବୁସାନ ଙ୍କ ସ୍ତ୍ରୀ ତୃପ୍ତି ଶତ୍ପଥୀ ସବୁ ରାଗ ରୁଷା ଭୁଲି ପୁଅ ଗୁଆନ କୁ ନେଇ ଶାଶୁଘରକୁ ଫେରିଛନ୍ତି ।

ତୃପ୍ତି ନିଜର ପୁରା ପରିବାର ସହ ଏବେ ରହୁଛନ୍ତି । ଆଉ ବଡ ଘରର ଭବିଷ୍ୟତ ଗୁଆନ ର ଜନ୍ମ ଦିନ ପାଳୁଛନ୍ତି । କିନ୍ତୁ ସେପଟେ ଏହି ସମୟରେ ପ୍ରକୃତି ମିଶ୍ରଙ୍କର ଏକ ଗୀତ ଭାଇରାଲ ହେଉଛି । ଏ ସବୁକୁ ଦେଖି ନେଟିଜେନ ମାନେ କହୁଛନ୍ତି ପୁଣି ସମୟ ବଦଳି ଗଲା । ଏଠାରେ ଗୋଟେ କଥା କହି ରଖିବାକୁ ଚାହିଁବୁ ସମସ୍ତଙ୍କ ଜୀବନରେ ଝଡ ଉଠେ ।

ଆଉ ସେହି ଝଡ କୁ ସାମ୍ନା କୁ କରିବାକୁ ହେଲେ ଟିକେ ନଇଁ ବାକୁ ପଡେ । ଯଦି ନଇଁ ପଡିବା ତେବେ ଝଡ ପୁଣି ଚାଲିଯିବ । ଆମେ ପୁଣି ଥରେ ଅଣ୍ଟା ସଳଖି ଛିଡା ହେବା । ଏ ଯେମିତି ବଡ ଘର ଆଜି ପୁଣି ଥରେ ମେରୁଦଣ୍ଡ କୁ ସଳଖି ଛିଡା ହୋଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।