ଫୁଲ ପାଇଁ ଛାଡିଲେ ବଡ ଚାକିରି ! ବିଶ୍ଵାସ ନ ହେଲେ ବି ସତ, କାରଣ ଜାଣି ଆପଣ ବି ହେବେ ଆଶ୍ଚର୍ଯ୍ୟ… ଦେଖନ୍ତୁ କେଏନ କହୁଛନ୍ତି ମହିଳା ଜଣକ

ଛାତ ସାରା ଲାଗିଛି ଫୁଲ ଗଛ । କିସମ କିସମ ଫୁଲ କୁଣ୍ଡରେ ଭର୍ତ୍ତି ହୋଇଛି ପୁରା ଘର । ଗଛ ଗୁଡିକୁ ଦେଖିଲେ ଘର ନୁହେଁ ତ ପାର୍କର ଭ୍ରମ ସୃଷ୍ଟି ହେବ । ମନରେ ପ୍ରଶ୍ନ ଆସିବ ଏତେ ଦାମିକିଆ ଗଛ ଗୁଡାକ କିଏ ଲଗାଇଛି ? ଖାଲି ଫୁଲ ଗଛ ଲଗାଇ ନାହାନ୍ତି ଏମାନଙ୍କ ପାଇଁ ମୋଟା ରକମର ଟଙ୍କା ପାଉଥିବା ଚାକିରି ବି ଛାଡି ଦେଇଛନ୍ତି ।

ହଁ ଦର୍ଶକ ବନ୍ଧୁ ଫୁଲ ଲାଗି ଚାକିରି ଛାଡି ଦେଇଛନ୍ତି ଯୁବତୀ ଜଣକ । ଭିନ୍ନ ଭିନ୍ନ ମଣିଷର ଅନେକ ସଉକ ଥାଏ । କାହାକୁ ବୁଲିବାକୁ ଭଲ ଲାଗେ ତ ଆଉ କାହାକୁ ଗୀତ ଗାଇବାକୁ ବା ବହି ପଢିବାକୁ ଭଲ ଲାଗେ । କିନ୍ତୁ ଏ ଏମିତି ଜଣେ ଯୁବତୀ ଯାହାଙ୍କୁ ଫୁଲ ବହୁତ ଭଲ ଲାଗେ ଯେ ଚାକିରି ଛାଡିବାକୁ ବି ସେ ପଛାଇଲେନି ।

ଏ ହେଉଛନ୍ତି କୋରାପୁଟ ଶିମିଳିପଡା ର ସତ୍ୟ ନଗରରେ ରହୁଥିବା ରଶ୍ମୀତା ପାଢି । ପିଲା ଦିନରୁ ଫୁଲ ପ୍ରତି ରହିଛି ତାନର ଗଭୀର ଭଲ ପାଇବା । ପିଲା ଦିନରୁ ଫୁଲ ଗଛ ଲଗାଇବା ପାଇଁ ତାଙ୍କୁ ଭାରି ଭଲ ଲାଗେ । ଏମିତିକି ସ୍କୁଲ ଓ କଲେଜ୍ରୁ ପାଠ ପଢା ସରିବା ପରେ ଗଛର ଯତ୍ନ ନିଅନ୍ତି । ତାଙ୍କ ସହ କଥା ବି ହୁଅନ୍ତି । ଏହାରି ହିତରେ ସେ ଚାକିରି କରିଲେ ।

ଅଫିସରୁ ଫେରିବା ମାତ୍ରେ ଗଛ ଗୁଡିକ ଯତ୍ନ ବି ନିଅନ୍ତି । ଅଫିସ ଯାଉଥିବା କାଳେ ସେମାନଙ୍କୁ କିଛି ସମସ୍ଯା ହେବ ସେଥିପାଇଁ ଫୁଲ ଗଛର ଦାୟିତ୍ଵ ନେବାକୁ ଲୋକଟିଏ ରଖିଲେ । ଲୋକ ରଖିଲେ ସତ କିନ୍ତୁ ମନ ମାନିଲା ନାହି । ଶେଷରେ ନିଜର ଫୁଲ ସଉକ ପାଇଁ ଚାକିରି ଛାଡି ଦେଲେ ରସମିତା ।

ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ନିଜର ଦୁଇ ମହଲା ଛାତରେ ଖାଲି ଗଛ ହିଁ ଗଛ ଲଗାଇଛନ୍ତି । ଛାତ ଉପରେ ଗୋଲାପ, ଚମ୍ପା, ଜିନିଆ, କନିଅର, ଟଗର, ଗେଣ୍ଡୁ, ଡାଲିଆ, ସେବତୀ ଅନେକ କିସମ ରେ ଫୁଲରେ ଛାତ ଟି ଭରପୁର । ରଶ୍ମିତାଙ୍କର ଏମିତି ପ୍ରୟାସକୁ ସବୁ ଆଡେ ଚର୍ଚ୍ଚା କରା ଯାଉଛି । ସେ ବିଭିନ୍ନ ପ୍ରକାରର ଫଳ ଗଛ ବି ଲଗାଇଛନ୍ତି ।

ଜରୁରୀ କଥା ହେଲା ଏହି ଗଛ ଗୁଡିକରେ ସେ କିଛି ରାସାୟନିକ ସାର ନ ଦେଇ ଜୈବିକ ସାର ଦିଅନ୍ତି । ତାହା ପୁଣି ଅନଲାଇନ ରେ ଅର୍ଡର କରି । ରଶ୍ମିତା କୁହନ୍ତି କି ଏହି ଗଛ ହିଁ ତାଙ୍କର ବନ୍ଧୁ । ତେବେ ଆଜିର ସମୟରେ ମଣିଷ ଗଛ ହାଣି ନଷ୍ଟ କରୁଥିବା ବେଳେ ରଶ୍ମିତା ଗଛ ପାଇଁ ଚାକିରି ଛାଡିବା ନେଇ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ତେବେ ରଶ୍ମିତା ଙ୍କ ଘର ସୃଷ୍ଟି କରୁଛି ଗୋଟେ ଉଦ୍ୟମ ର ଭ୍ରମ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।