ବାହାଘର ମାସେ ବି ହେଇନି, ମୋ ଝିଅର ବେକ ମୋଡି ତାକୁ… ଦେଖନ୍ତୁ କାନ୍ଦି କାନ୍ଦି ବାପା ମା ଯାହା କହୁଛନ୍ତି ନା, ଦେଖନ୍ତୁ Video

କାନ୍ଥରୁ ଲିଭିନି ବାହାଘର ଚିତା । ହାତରୁ ଛାଡି ନ ଥିଲା ମେହେନ୍ଦି । ଘରେ ଲାଗି ରହିଥିଲା ବନ୍ଧୁ ବାଣଢଙ୍କା ଭିଡ । ଆଉ ବାହାଘରକୁ ମାତ୍ର 24 ଦିନ ହୋଇଛି ଚାଲିଗଲା ଝିଅର ଜୀବନ । ବାହାଘର ମାସେ ବି ହେଇନି ମୋ ଝିଅ ଲକ୍ଷ୍ମୀପ୍ରିୟାର ବେକ ମୋଡି ତାକୁ ମା-ରି-ଦେ-ଲେ । ହଁ ଦର୍ଶକ ବନ୍ଧୁ ଆଜିର ସମାଜରେ ଯୌତୁକ ପାଇଁ କେତେ ଯେ ନବ ବଧୁ ଙ୍କ ଜୀବନ ଯାଉଛି ତାହାର ଅନେକ ଘଟଣାମାନ ଆପଣ ମାନେ ନିଶ୍ଚୟ ଦେଖୁଥିବେ ।

ତେବେ ଏଭଳି ଏକ ଚାଞ୍ଚଲ୍ୟ କର ଖବର ଗତ କିଛି ସମୟ ସୋସିଆଲ ମିଡିଆ ରେ ପ୍ରସାର ହୋଇଛି । ଯାହାକୁ ନେଇ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ ବିସ୍ତାର ଭାବେ । ଦର୍ଶକ ବନ୍ଧୁ ଯୌତୁକ ପାଇଁ ନବ ବଧୁର ହ-ତ୍ୟା ଅଭିଯୋଗ ଆଣିଲେ ବାପା ମା । କଟକ ଜିଲ୍ଲା ଆଠଗଡ ଥାନା ଅନ୍ତର୍ଗତ ପୁରୁଣା ପତନଡା ଗାଁ ର ପ୍ରଦୀପ ପଟ୍ଟନାୟକ ଙ୍କ ଝିଅ ଲକ୍ଷ୍ମୀପ୍ରିୟା ପଟ୍ଟନାୟକ ଢେଙ୍କାନାଳ ସଦର ଥାନା ଝୁମ୍ପୁଟିଆ ଗାଁ ର ଦେବୀ ପ୍ରସାଦ ମହାନ୍ତି ଗତ ମାସ 11 ତାରିଖ ରେ ବିବାହ କରିଥିଲେ ।

ଝିଅ ସହ ମା ଓ ଭାଇ କଥା ହୋଇଥିଲେ । ଘରେ କିଛି ଝଗଡା ଶୁଭିବାରୁ ଫୋନ କାଟି ଯାଇଥିଲା । ପରେ ଯୋଗାଯୋଗ କରିବା ପରେ ତୁମ ଝିଅ ଚେତାଶୁନ୍ୟ ହୋଇଥିବା ଝିଅର ଶ୍ଵଶୁର ଘର ଲୋକ ଜଣାଇଥିଲେ । ପରେ ଲକ୍ଷ୍ମୀପ୍ରିୟା ଙ୍କୁ ଶ୍ଵଶୁର ଘର ଲୋକେ ଆଠଗଡ ଉପଖଣ୍ଡ ମେଡିକାଲ ରେବ ଭର୍ତ୍ତି କରାଇ ଥିଲେ ।

କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃ-ତ ଘୋଷଣା କରିଥିଲେ । ଆଉ ଏବେ ଯୌତୁକ ପାଇଁ ନବ ବଧୁ ଙ୍କୁ ହ-ତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃ-ତ ମହିଳା ଙ୍କ ବାପା ମା । ତେବେ ଯୌତୁକ ବାବଡକୁ ବାହାଘର ସମୟରେ 1 ଲକ୍ଷ ଟଙ୍କା ଦିଆ ଯାଇଥିଲା । ଆଉ 2 ଲକ୍ଷ ଟଙ୍କା ଯୌତୁକ ବାବଦରେ ମାଗିବାରୁ ଝଗଡା ହୋଇଥିବା କଥା ଲକ୍ଷ୍ମୀପ୍ରିୟା ଙ୍କ ବାପା କହିଛନ୍ତି ।

ତାଙ୍କୁ ତାଙ୍କ ସ୍ବାମୀଙ୍କ ସହ ପୁଅ ଘରର ପରିବାର ଲୋକେ ହ-ତ୍ୟା କରିଥିବା କଥା ଝିଅର ମା ଓ ବାପା ଅଭିଯୋଗ କରିଛନ୍ତି । ଏ ନେଇ ଭରପୁର ଫାଣ୍ଡି ରେ ଝିଅ ଘର ଲୋକେ ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣାରେ ପୋଲିସ ସଠିକ ତଦନ୍ତ କରି ଦୋଷୀ କୁ ଫାଶୀ ଦଣ୍ଡ ଦେବା ସହ ଝିଅ କୁ ନ୍ୟାୟ ଦେବାକୁ ଏ ନେଇ ଗୁହାରି କରିଛନ୍ତି ମୃ-ତ ମହିଳା ଙ୍କ ବାପା ମା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।