ଆଜି ପୁଲୱାମା ଆଟାକ୍ କୁ ପୁରିଲା 3 ବର୍ଷ, ପ୍ରେମ ଦିବସରେ ଗୋଲାପ ନୁହେଁ ରକ୍ତରେ ଲାଲ ହୋଇଥିଲା ଭାରତ ! ଦେଖନ୍ତୁ ସେଦିନର ସେହି ଛାତିଥରା ଦୃଶ୍ୟ !

ପୁଲୱାମା ଆକ୍ରମଣକୁ ଆଜିକୁ ତିନିବର୍ଷ ପୁରିଲା । ଠିକ ଆଜିର ଦିନରେ ଭାରତ ତା’ର ୪୨ ଜଣ ବୀରପୁତ୍ରଙ୍କୁ ହରାଇଥିଲା । ଏହି ଘଟଣାକୁ ତିନିବର୍ଷ ପୁରୀ ଯାଇଥିଲେ ମଧ୍ୟ ଆକ୍ରମଣରେ ସହୀଦ ହୋଇଥିବା ବୀର ଯବାନଙ୍କୁ ଆଜି ବି ଝୁରୁଛି ମା ମାଟି । ଏବେବି ସେମାନଙ୍କ ପରିବାର ଏବଂ ପ୍ରିୟଜନ ତାଙ୍କୁ ମନେପକାଇ ଗୁମୁରି ଗୁମୁରି କାନ୍ଦୁଛନ୍ତି । ସେଦିନ ଥିଲା ଫେବୃୟାରୀ ୧୪ ଗୁରୁବାର, ସାରା ଦୁନିଆ ପ୍ରେମ ଦିବସ ପାଳନ କରୁଥିବା ବେଳେ ଠିକ ଦ୍ଵିପ୍ରହାର ୩:୩୦ ସମୟରେ ଆସିଥିଲା ଏହି ହୃଦୟ ବିଦାରକ ଖବର ।

ଜାମୁ ଓ ଶ୍ରୀନଗର ଜାତୀୟ ରାଜପଥ ଦେଇ ୨୫୦୦ ଯବାନଙ୍କୁ ନେଇ ୭୮ଟି ଆର୍ମୀ ବସ୍ ଯାଉଥିଲା । ସବୁଦିନ ପରି ଯବାନମାନେ ‘ମେରି ଦେଶ କି ଧରତୀ’ ଗୀତ ଗାଇ ଗାଇ ଗନ୍ତବ୍ୟସ୍ଥଳକୁ ଆଗେଇ ଯାଉଥିଲେ । ସିଆରପିଏଫ ଯବାନଙ୍କ ପୁଲୱାମା ପହଞ୍ଚିବା ମାତ୍ରେ ଆରପଟୁ ଆସୁଥିବା ଏକ କାର ସେମାନଙ୍କ ଗାଡିକୁ ଧକ୍କା ଦେଇଥିଲା । କେହି କିଛି ବୁଝିବା ଆଗରୁ ସେଠାରେ ଏତେ ଜୋରରେ ବିସ୍ଫୋରଣ ହୋଇଥିଲା ଯେ ଏଥିରେ ସାରା ଦେଶର ଛାତି ଥରି ଉଠିଥିଲା ।

ଆଉ ଏହାପରର ଦୃଶ୍ୟ ଦେଖିଲେ ଆପଣ ବି ହତବାକ ହୋଇ ଯାଇଥିବେ । ଏହି ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ ଆଖପାଖର ପ୍ରାୟ ୧୦ରୁ ୧୫କିମି ପର୍ଯ୍ୟନ୍ତ ଅଞ୍ଚଳ ଦୋହଲି ଯାଇଥିଲା କହିଲେ ଅତ୍ଯୁକ୍ତି ହେବନାହିଁ । ତା’ପରେ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଥିଲା ତାହା ଭାରତ ଇତିହାସରେ କେବେ ମଧ୍ୟ ହୋଇ ନଥିଲା କି ଆଗାମୀ ଦିନରେ ନହେଉ ମଧ୍ୟ । ଆତଙ୍କବାଦୀ ଆବିବ ଅହମ୍ମଦର ଏହି ଆତ୍ମଘାତୀ ବିସ୍ଫୋରଣରେ ସେହିଠାରେ ହିଁ ଟଳି ପଡିଥିଲେ ଅନେକ ଯବାନ ।

ଏତିକିରେ ସରି ନଥିଲା ବରଂ ସେଠାରେ ଆଖିବୁଜା ଗୁଳିମାଡ ମଧ୍ୟ କରିଥିଲେ ଆତଙ୍କବାଦୀ । ଏହି ବିସ୍ଫୋରଣରେ ଯବାନଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇ ଯାଇଥିଲା । ଏହି ଘଟଣାରେ ଶୋକରେ ବୁଡି ଯାଇଥିଲା ପୁରା ଦେଶ । ସାଥି ଯବାନମାନେ କଣ ହେଲା ବୋଲି ଦେଖିବା ଆଗରୁ ସେଠାରେ ଗୁଳି ବର୍ଷା କରି ଦେଇଥିଲା ଶତ୍ରୁ । କିନ୍ତୁ ଯବାନଙ୍କ କାଉଣ୍ଟର ଆଟାକରେ ସେମାନେ ସେଠାରୁ ପଳାଇଥିଲେ । କିନ୍ତୁ ଏହି ଘଟଣାକୁ ନେଇ କେବଳ ଶହୀଦଙ୍କ ପରିବାର ନୁହେଁ ବରଂ ପୁରା ଦେଶ ଶୋକରେ କାନ୍ଦି ଉଠିଥିଲା ।

ଏହି ଘଟଣାର ଭୟାଭୟ ଏତେ ଥିଲା ସମସ୍ତଙ୍କ ଆଖିରେ ପ୍ରତିଶୋଧର ନିଆଁ ଦେଖିବାକୁ ମିଳିଥିଲା । ଏହାପରେ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ସରକାର ମଧ୍ୟ ଏହାର ଜବାବ ଦେବାକୁ ଅଣ୍ଟା ଭିଡିଥିଲେ । ତେବେ ଘଟଣାର ଠିକ ୧୨ଦିନ ପରେ ସେହି ଆକ୍ରମଣକାରୀଙ୍କ ଉପରେ ଏୟାର ଷ୍ଟ୍ରାଇକ କରିଥିଲା ଭାରତ । ତେବେ ସେଥିପାଇଁ ଆଜିର ଦିନକୁ ଭାରତୀୟ ବାସୀ କେବେ ମଧ୍ୟ ଭୁଲିବେ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।