କଣ ଜାଣିଛନ୍ତି କି ଋଷି, ମୁନିଋଷି ଓ ସାଧୁଙ୍କ ମଧ୍ୟରେ ବି ପାର୍ଥକ୍ଯ ରହିଛି ? ଦେଖନ୍ତୁ ପୁରାଣ ଅନୁସାରେ ଏହିସବୁ ଶବ୍ଦର ଅର୍ଥ କଣ

ହିନ୍ଦୁଧର୍ମରେ ପୌରଣିକ କାଳରୁ ହିଁ ଋଷି ଓ ମହାଋଷି ମାନଙ୍କର ବିଶେଷ ସ୍ଥାନ ରହିଛି । ଏମାନେ ଆଦ୍ୟକାଳଋ ସମାଜର ପଥ ପ୍ରଦର୍ଶନ କରିଥାନ୍ତି । ସାଧାରଣ ମଣିଷ ପକ୍ଷେ ଯେଉଁ କାର୍ଯ୍ୟ କରିବା ସମ୍ଭବ ହୋଇ ନଥାଏ, ସେସବୁ ସେମାନେ କରୁଥିବାର ଆପଣ ପଢିଥିବେ ବା ଶୁଣିଥିବେ । ଆଜିର ସାଧୁସନ୍ଥଙ୍କ ସହ ସେମାନଙ୍କର ତୁଳନା କରାଯାଇ ପାରେନା । ତେବେ ଆଜି ଆମେ ଆପଣଙ୍କୁ ଋଷି, ମହାଋଷି ଓ ସାଧୁସନ୍ଥଙ୍କ ମଧ୍ୟରେ କଣ ପାର୍ଥକ୍ଯ ରହିଛି ତାହା ଜଣାଇବାକୁ ଯାଉଛୁ ।

ହିନ୍ଦୁଧର୍ମ ଅନୁସାରେ ଋଷି ଏକ ବୈଦିକ ସଂସ୍କୃତ ଶବ୍ଦ । ଯେଉଁ ସିଦ୍ଧି ପୁରୁଷ ବୈଦିକ ସଂସ୍କୃତ ଭାଷାର ରଚନା କରୁଥିଲେ ସେମାନଙ୍କୁ ଋଷି ବୋଲି କୁହା ଯାଉଥିଲା । ଅନେକ ବର୍ଷ ଧରି ତପସ୍ୟା ଓ ଧ୍ୟାନ କରିବା ବଳରେ ଏମାନଙ୍କ ମଧ୍ୟରେ ଏହି ରଚନା ଶକ୍ତି ଆସିଥାଏ ବୋଲି ମାନାଯାଏ । ଋଷି ମାନଙ୍କର ସବୁଠୁ ବଡ ପରିଚୟ ହେଉଛି ସେମାନଙ୍କ ମଧ୍ୟରେ ଲୋଭ, ଈର୍ଷା, କ୍ରୋଧ ଓ ମୋହାମାୟା ଆଦି ସ୍ଵଭାବ ନଥାଏ ।

ଏମାନେ ପରମାତ୍ମାଙ୍କୁ ପ୍ରାପ୍ତ କରିଥାନ୍ତି । ପୌରଣିକ କାଳର ସବୁ ଋଷି ଭୌତିକ ପଦାର୍ଥ ପଛରେ ଥିବା ରହସ୍ୟକୁ ସେଖିବାକୁ ସକ୍ଷମ ଥିଲେ । ପୁରାଣରେ ଆପଣ କେତୁ, ପୁଲହ, ପୁଲସ୍ତ, ଅତ୍ରି, ଅଙ୍ଗିରା, ବଶିଷ୍ଟ ଏବଂ ଭିଗୁ ଋଷିଙ୍କ ନାମ ଶୁଣିଥିବେ । ଯାହାଙ୍କୁ ସପ୍ତଋଷି ନାମରେ ମଧ୍ୟ ଜଣାଯାଏ ।

ଯେଉଁ ମନୁଷ୍ୟ ଜ୍ଞାନ ଓ ତପର ଉଚ୍ଚତମ ସ୍ଥାନକୁ ପ୍ରାପ୍ତ କରି ନେଇଥାଏ, ପୌରଣିକ କାଳରେ ତାଙ୍କୁ ମହାଋଷି ବୋଲି କୁହା ଯାଉଥିଲା । ସେହି ସମୟରେ ମହାଋଷି ଉପରେ କେବଳ ବ୍ରହ୍ମଋଷି ହିଁ ଥାଆନ୍ତି । ପୁରାଣ ଅନୁସାରେ ଜ୍ଞାନ ଚକ୍ଷୁ ଜାଗୃତ ହୋଇଥିବା ବ୍ୟକ୍ତିଙ୍କୁ ଋଷି ଓ ଦିବ୍ୟଚକ୍ଷୁ ଜାଗୃତ ହୋଇଥିବା ବ୍ୟକ୍ତିଙ୍କୁ ମହାଋଷି ବୋଲି ଜଣାଯାଏ । ଆଉ ଯଦି କୌଣସି ମନୁଷ୍ୟଙ୍କ ବ୍ରହ୍ମଚକ୍ଷୁ ଜାଗୃତ ହୁଏ ତେବେ ସେ ବ୍ରହ୍ମଋଷି ବୋଲା ଯାଉଥିଲେ । କଳିଯୁଗ ମନୁଷ୍ୟ ମଧ୍ୟରେ ବି ଏହି ତିନୋଟି ଚକ୍ଷୁ ରହିଛି । କିନ୍ତୁ କର୍ମ କାରଣରୁ ଏହି ଚକ୍ଷୁ ଜାଗୃତ ହୋଇପାରେନି ।

ମୁନି ଶବ୍ଦର ଅର୍ଥ ହେଉଛି ମୌନ । ମୁନିମାନେ କମ୍ କଥା କୁହନ୍ତି ବା ଯେଉଁମାନେ ମୌନ ରହି ବେଦ ଓ ଗ୍ରନ୍ଥର ଜ୍ଞାନ ଅର୍ଜିତ କରିଥାନ୍ତି। ପୌରାଣିକ କାଳରେ ଯେଉଁ ମଣିଷ ସାଧନାକୁ ପ୍ରାପ୍ତ କରିଥାନ୍ତି ଓ ମୌନ ରହିଥାନ୍ତି ସେମାନଙ୍କୁ ହିଁ ମୁନି ସଂଜ୍ଞା ପ୍ରାପ୍ତ ହେଉଥିଲା । ଏହାଛଡା ପୁରାତନ କାଳରେ ଈଶ୍ଵରଙ୍କ ଜପ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ମୁନି କୁହା ଯାଉଥିଲା । ଯେମିତିକୁ ନାରଦ ମୁନି । ମୁନି ଶାସ୍ତ୍ରରେ ପାରଙ୍ଗମ ହେବା ସହ ନିଜ ଜ୍ଞାନ ମାଧ୍ୟମରେ ମଣିଷଙ୍କ କଲ୍ଯାଣ ପାଇଁ ପଥ ଦର୍ଶାଇବା କାମ କରୁଥିଲେ ।

ଏହାସହ ଯେଉଁ ବ୍ୟକ୍ତି ମୌନ ସାଧନା ସହ ଗୋଟିଏ ଥର ଭୋଜନ କରିଥାଏ ଓ ୨୮ ଗୁଣରେ ପରିପୂର୍ଣ୍ଣ ଥିଲେ ତାଙ୍କୁ ମଧ୍ୟ ମୁନି କୁହା ଯାଉଥିଲା । ସେହିପରି ସାଧନା କରୁଥିବା ବ୍ୟକ୍ତିଙ୍କୁ ସାଧୁ ବୋଲି କୁହାଯାଏ । ଯେଉଁ ବ୍ୟକ୍ତି କାମ, କ୍ରୋଧ ଓ ଲୋଭ ଆଦିର ତ୍ୟାଗ କରିଥିବା ବ୍ୟକ୍ତିଙ୍କୁ ହିଁ ସାଧୁ କୁହାଯାଏ । ସାଧୁ ହେବା ପାଇଁ କୌଣସି ବ୍ୟକ୍ତିଙ୍କୁ ଜ୍ଞାନର ଆବଶ୍ୟକତା ପଡି ନଥାଏ । କାରଣ ଉଭୟ ମୂର୍ଖ ଓ ଜ୍ଞାନୀ ସାଧନା କରି ପାରୁଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।