“ଆଉ ମୁଁ ସହି ପାରୁନି, ମରିଯିବି, ତା’ ଆଗରୁ…”- ସ୍ଵାମୀ, ଶ୍ଵଶୁର ଓ ଦେଢଶୁରଙ୍କ ନିର୍ଯ୍ୟାତନା ଅସହ୍ୟ ହେବାରୁ ମହିଳା ଜଣକ Live ଆସି କହିଲେ ଏମିତି…ଦେଖନ୍ତୁ Video

ଗୋଟିଏ ପଟେ ନାରୀ ସଶକ୍ତିକରଣ ଯୋଜନାମାନ ଏବଂ ଆଉ ଗୋଟିଏ ପଟେ ନାରୀ ନିର୍ଯ୍ୟାଆତନା । ଆମ ଦେଶରେ ଯୁଗ ଯୁଗରୁ ନାରୀ ପ୍ରତି ଅତ୍ୟାଆଚାର ଘଟଣା ସାମ୍ନାକୁ ଆସିଛି । କିଛି କିଛି ଘଟଣା ଏତେ ହୃଦୟ ବିଦାରକ ହୋଇଥାଏ ଯେ ଶୁଣିବା ଲୋକର ଛାତି ଥରିଯାଏ ଏବଂ ରକ୍ତ ବି ଗରମ ହୋଇଯାଏ । ଆଜିର ଦୁନିଆରେ ନାରୀକୁ ଯଥେଷ୍ଟ ସମାନତା ଏବଂ ସମ୍ମାନ ମିଳିଲେ ମଧ୍ୟ ଏବେବି ଦେଶରୁ ସଂପୂର୍ଣ୍ଣ ଭାବେ ଏହି ସବୁ ମାମଲା ଦୂରେଇ ଯାଇନାହିଁ ।

ଏହିପରି ଏକ ପାରିବାରିକ ନିର୍ଯ୍ୟାଆତନା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି କଟକର ଜଣେ ମହିଳା । ସ୍ଵାମୀ, ଶ୍ଵଶୁର ଏବଂ ଦେଢଶୁର ତାଙ୍କୁ ନିୟମିତ ଭାବେ ନିର୍ଯ୍ୟାଆତନା ଦେବା ସହ ଅପମାନିତ କରୁଥିବା ମଧ୍ୟ ମହିଳା ଜଣକ ଅଭିଯୋଗ ଆଣିଛନ୍ତି । ଉତ୍କ ମହିଳାଙ୍କ ବିବାହ ୨୦୧୩ ମସିହାରେ ହୋଇଥିଲା । ତାଙ୍କର ଗୋଟିଏ ଛୋଟ ଛୁଆ ଟିଏ ମଧ୍ୟ ଅଛି । କିନ୍ତୁ ବାହାଘର ହେବା ପରଠାରୁ ଦୀଘ ଚାରି ପାଞ୍ଚ ବର୍ଷ ଯାଏଁ ସ୍ଵାମୀ ତାଙ୍କ ଉପରେ ଅତ୍ୟାଆଚାର କରି ଆସୁଥିଲେ ।

ସ୍ଵାମୀ ମଦ ପିଇ ତାଙ୍କୁ ଏମିତି ମାଆଡ ମାଆରୁଥିଲେ ଯେ କେତେବେଳେ ଜୀବନ ଚାଲିଯିବ ଜଣା ନଥିଲା । ଏତେ ବର୍ଷ ଧରି ସ୍ଵାମୀଙ୍କ ଅତ୍ୟାଆଚାର ସହି ସହି ଶେଷରେ ଥକି ପଡିଲେଣି ସ୍ତ୍ରୀ । ଆଉ ଶେଷରେ ଯେତେବେଳେ ସ୍ଵାମୀଙ୍କ ଠାରୁ ଡିଭୋର୍ସ ନେବାକୁ ଚାହିଁଲେ ତାହା ମଧ୍ୟ ହୋଇପାରୁ ନାହିଁ । ନିର୍ଯ୍ୟାଆତନା ଅସହ୍ୟ ହେବାରୁ ସ୍ଵାମୀଙ୍କ ନାଁରେ ଥାନାରେ ଏତଲା ଦେବା ସହ ଡିଭିର୍ଷ ଚାହିଁଥିଲେ ମହିଳା । ଏହି ମହିଳା ଜଣେ ଟିଚର ବୋଲି ମଧ୍ୟ କହିଛନ୍ତି ।

କିନ୍ତୁ ଅନେକ ଦିନ ଧରି ଲଢି ଚାଲିଥିଲେ ମଧ୍ୟ ତାଙ୍କୁ ଏଯାଏଁ କୌଣସି ସୁଫଳ ମିଳିନାହିଁ । ପୋଲିସ ମଧ୍ୟ ଏଯାଏଁ ତାଙ୍କ ସ୍ଵାମୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ । ଦୀର୍ଘ ବର୍ଷେ କାଳ ଥାନାକୁ ଦଉଡିବା ପରେ ଯାଇ ତାଙ୍କ ଅଭିଯୋଗ ରଖିଥିଲେ ପୋଲିସ । କିନ୍ତୁ ଏଯାଏଁ କୌଣସି ପଦକ୍ଷେପ ନିଆ ଯାଇନାହିଁ । ସେ ଯେବେ ବି ଯେଉଁଠାକୁ ସାହାଯ୍ୟ ପାଇଁ ଯାଇଛନ୍ତି ସେଠାରେ ପ୍ରତିବଦଳରେ ତାଙ୍କଠୁ କିଛି ଆଶା କରାଯାଇଛି । ଯେଉଁଥି ପାଇଁ ଏବେ ମାନସିକ ଭାବେ ହାରି ଯାଇଛନ୍ତି ଏହି ମହିଳା ଜଣକ ।

ଶେଷରେ ସେ ଏକ ଭିଡିଓ ବନାଇ ନିଜ ପରିସ୍ଥିତି ବିଷୟରେ ଜଣାଇବା ସହ ଡ଼ିଜି ଏବଂ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ତାଙ୍କୁ ନ୍ୟାୟ ଦେବା ପାଇଁ ପ୍ରାର୍ଥନା କରିଛନ୍ତି । ନଚେତ ସେ ହାରିଯାଇ କେତେବେଳେ ବି ସୁଇଆସାଇଡ ଭଳି ପଦକ୍ଷେପ ନେଇଯାଇ ପାରନ୍ତି ବୋଲି କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।