ବାସ୍ତୁ ଶାସ୍ତ୍ର : ପୂଜା ଘରେ ଏହି ଭୁଲ କେବେ ବି ହେବାକୁ ଦିଅନ୍ତୁ ନାହିଁ ନ ହେଲେ ପୁରା ପରିବାର ଉପରେ ଆସିଥାଏ ସଙ୍କଟ

ଯଦି କୌଣସି ଘରର ମନ୍ଦିରରେ କିଛି ଭୁଲ ହୋଇଥାଏ ତେବେ ସେହି ଘରେ ସକରାତ୍ମକ ଊର୍ଜା ନାଶ ହୋଇଯାଇଥାଏ । ଏମିତିରେ ଗରିବୀ ସେହି ଘରେ ବାସ କରିଥାଏ । ହିନ୍ଦୁ ଧର୍ମରେ ଘର ମନ୍ଦିରର ବିଶେଷ ମହତ୍ତ୍ଵ ରହିଥାଏ । ଘରେ ଏହା ଗୋଟିଏ ମାତ୍ର ଜାଗା ହୋଇଥାଏ ଯେଉଁଠି ସକରାତ୍ମକ ଉର୍ଜ୍ଜା ପ୍ରାପ୍ତି ହୋଇଥାଏ ।

ସାଧାରଣତଃ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଘରର ମନ୍ଦିରରେ ଏମିତି କିଛି ଭୁଲ କରି ବସନ୍ତି ଯାହା କାରଣରୁ ସେହି ବ୍ୟକ୍ତି କାଙ୍ଗାଳ ହୋଇଯାଇଥାଏ । ଆପଣଙ୍କୁ କହିଦେଉଛୁ କି ବାସ୍ତୁ ଶାସ୍ତ୍ର ଅନୁସାରେ କେବେ ବି ନିଜ ଘରେ ଯଦି ମନ୍ଦିର ତିଆରି କରୁଛନ୍ତି ତେବେ ଏହି କଥାର ବିଶେଷ ଧ୍ୟାନ ରଖନ୍ତୁ । ଯଦି ଆପଣ ଏହି କଥାର ଧ୍ୟାନ ରଖିବେ ତ ନିଶ୍ଚିତ ଆପଣ ଧନବାନ ହେବେ । ତେବେ ଆସନ୍ତୁ ଜାଣିବା ।

୧. ବାସ୍ତୁ ଶାସ୍ତ୍ର ଅନୁସାରେ ପୂଜା ଘରେ ଗୋଟିଏ ଭଗବାନଙ୍କର କେବଳ ଗୋଟିଏ ଫଟୋ ରଖିବା ଆବଶ୍ୟକ । ଗୋଟିଏ ଭଗବାନଙ୍କର ଦୁଇ ରୁ ଅଧିକ ଫଟୋ ରଖନ୍ତୁ ନାହିଁ ଏହା ଅଶୁଭ ହୋଇଥାଏ ।

୨. ବାସ୍ତୁ ଶାସ୍ତ୍ର ଅନୁସାରେ ପୂଜା ଘରେ ଭଗବାନଙ୍କ ଫଟୋ ସହିତ କୌଣସି ଗୁରୁ ବା ପୂର୍ବଜଙ୍କ ଫଟୋ ଲଗାନ୍ତୁ ନାହିଁ । ଏହା ଦ୍ଵାରା ଘରେ ନକରାତ୍ମକ ଉର୍ଜ୍ଜାର ବାସ ହୋଇଥାଏ ।

୩. ଯେଉଁ ଘରେ ସିଡି ତଳେ ମନ୍ଦିର ତିଆରି ହୋଇଥାଏ ତେବେ ସେହି ଘରେ ଗରିବୀ ବାସ କରିଥାଏ ଓ ଘରେ ସର୍ବଦା କଳହ ଲାଗି ରହିଥାଏ । ଦେବୀ ଦେବତା ସେହି ଘରେ ରୁହନ୍ତି ନାହିଁ ।

୪. ପୂଜା ଘରକୁ କେବେ ବି ଦକ୍ଷିଣ ଦିଗରେ ଭୁଲରେ ବି କରନ୍ତୁ ନାହିଁ । କାରଣ ଏମିତି କୁହାଯାଏ କି ଦକ୍ଷିଣ ଦିଗରେ ନକରାତ୍ମକ ଉର୍ଜ୍ଜାର ପ୍ରଭାବ ଅଧିକ ରହିଥାଏ ।

୫. ପୂର୍ବଜଙ୍କ ଫଟୋ କୁ ସର୍ବଦା ନିଜ ଘରର ଦକ୍ଷିଣ ଦିଗରେ ଲଗାଇବା ଉଚିତ । କାରଣ ଏହା ପୂର୍ବଜଙ୍କ ପାଇଁ ଉଚିତ ଦିଗ ଅଟେ ।

୬. ସାଧାରଣତଃ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ପୂଜା ଘର ଉପରେ ଜିନିଷ ସବୁ ରଖିଥାନ୍ତି ଯାହାକୁ ବାସ୍ତୁ ଶାସ୍ତ୍ରରେ ବହୁତ ଅଶୁଭ ବୋଲି କୁହାଯାଏ । ଏମିତି କରିବା ଦ୍ଵାରା ଧନର ଦେବୀ ମହାଲକ୍ଷ୍ମୀ ରାଗି ଯାଇଥାନ୍ତି ।

୭. କିଛି ଲୋକ ଏମିତି ଥାଆନ୍ତି ଯେଉଁମାନେ ଜଣାତରେ ବା ଅଜଣାତରେ ପୂଜା ଘରକୁ ବେଡ ରୁମରେ କରିଥାନ୍ତି ଯାହାକୁ ବହୁତ ଅଶୁଭ କୁହାଯାଏ । ଏମିତି କରିବା ଦ୍ଵାରା ବ୍ୟକ୍ତି ଗରିବ ହୋଇଯାଇଥାଏ ।

୮. ବାସ୍ତୁ ଶାସ୍ତ୍ର ଅନୁସାରେ ମନ୍ଦିର କାନ୍ଥର ରଙ୍ଗ ଅଲଗା ରଙ୍ଗର ହେବା ଆବଶ୍ୟକ, ଯାହା କି ଘରର ରଙ୍ଗ ଠାରୁ ଅଲଗା ହୋଇଥିବ । କଳା, ନୀଳ ଓ ଧଳା ରଙ୍ଗ ମଧ୍ୟ ହେବା ଉଚିତ ନୁହେଁ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।