ଚାଣକ୍ୟଙ୍କର ଏହି ଦୋହା ପଛରେ ଲୁଚି ରହିଛି ସୁସ୍ଥ ଜୀବନର ମନ୍ତ୍ର, କଣ ଆପଣ ଜାଣିଛନ୍ତି !

ପ୍ରାଚୀନ କାଳରେ ବିଦ୍ଵାନଙ୍କ ଦ୍ଵାରା ଜୀବନକୁ ଉତ୍ତମ କରିବା ପାଇଁ ବହୁତ କିଛି ନୀତି ଓ ତଥ୍ୟର ପ୍ରତିପାଦନ କରାଯାଇଛି । କିନ୍ତୁ ସମୟ ସହିତ ଲୋକମାନେ ସେ ଗୁଡିକୁ ଭୁଲି ବି ଯାଇଛନ୍ତି, ଯେତେବେଳେ କି ସେହି ତଥ୍ୟ  ଆମର ଆମର ବହୁତ କାମରେ ଆସିବ । ପ୍ରାଚୀନ ବିଦ୍ଵାନମାନଙ୍କ କଥା କହିଲେ ତେବେ ସେଥି ମଧ୍ୟରେ ଚାଣକ୍ୟ ଭାରତୀୟ ଇତିହାସର ସର୍ବ ଶ୍ରେଷ୍ଠ ବିଦ୍ଵାନ ଅଟନ୍ତି ।

ତାଙ୍କ ଦ୍ଵାରା କୁହାଯାଇଥିବା ଗୂଢମନ୍ତ୍ର ଆଜି ୨୧ ତମ ଶତାବ୍ଦୀରେ ବହୁତ ଫଳଦାୟୀ ଅଟେ । ଆଜି ଆମେ ଆପଣଙ୍କୁ ଚାଣକ୍ୟଙ୍କ କିଛି ଏମିତି ହିଁ ନୀତି ଓ ତଥ୍ୟ ଗୁଡିକ ବିଷୟରେ କହିବାକୁ ଯାଉଛୁ । ଯାହା ବାସ୍ତବରେ ପାଳନ କରିଲେ ବ୍ୟକ୍ତି ସୁସ୍ଥ ରହିବା ସହିତ ଜୀବନରେ ବି ସଫଳ ହୋଇ ପାରିବ ।

କହିବାକୁ ଗଲେ ଚାଣକ୍ୟ ନିଜର ନୀତି ଗୁଡିକକୁ ପ୍ରତିପାଦନ କରିବା ପାଇଁ କିଛି ଦୋହା ଗୁଡିକର ବି ରଚନା କରିଛନ୍ତି । ଆଜି ଆମେ ଆପଣଙ୍କୁ ଚାଣକ୍ୟଙ୍କର ଏମିତି ହିଁ କିଛି ଦୋହା ବିଷୟରେ କହିବାକୁ ଯାଉଛୁ ।

ପାଣି ଅଟେ ଅମୃତ

ବାଣି ଅଜୀରଣ ଔଷଧି, ଜୀରଣ ମେଂ ବଲବାନ ।

ଭୋଜନ କେ ସଂଗ ଅମୃତ ହୈ, ଭୋଜନାଂତ ବିଷପାନ ।।

ଏହି ଦୋହା ଅନୁସାରେ ଚାଣକ୍ୟ କହିଛନ୍ତି କି ଯେତେବେଳ ପର୍ଯ୍ୟନ୍ତ ଭୋଜନ ହଜମ ନ ହୋଇ ଯାଇଛି ସେତେବେଳ ପର୍ଯ୍ୟନ୍ତ ପାଣି ପିଇବା ଉଚିତ ନୁହେଁ । ଭୋଜନ କରିବା ପୂର୍ବରୁ ଓ ଭୋଜନ ସମୟରେ ପାଣି ପିଇବା ଅମୃତ ସମାନ ହୋଇଥାଏ । କିନ୍ତୁ ଭୋଜନ ପରେ ସଙ୍ଗେ ସଙ୍ଗେ ପାଣି ପିଇବା ବିଷ ତୁଲ୍ୟ ହୋଇଥାଏ । ସେଥିପାଇଁ ଖାଦ୍ୟ ଖାଇବାର ପାଖାପାଖି ୧ ଘଣ୍ଟା ପରେ ହିଁ ପାଣି ପିଇବା ଉଚିତ ।

ଭୋଜନକୁ କେବେ ବି ନା କରନ୍ତୁ ନାହିଁ

ଗୁରଚ ଔଷଧି ସୁଖନ ମେଂ, ଭୋଜନ କହୋ ପ୍ରମାନ ।

ଚଛୁ ଇଂଦ୍ରିୟ ସବ ଅଂଗ ମେଂ, ଶିର ପ୍ରଧାନ ଭୀ ଜାନ ।।

ଏହି ଦୋହାରେ ଚାଣକ୍ୟ କହିଛନ୍ତି କି ଯେଉଁ ଭଳି ଭାବରେ ଔଷଧ ମୁଖ୍ୟ ହୋଇଥାଏ, ସେହିଭଳି ସମସ୍ତ ସୁଖ ମଧ୍ୟରେ ଭୋଜନ ବି ପ୍ରଧାନ ହୋଇଥାଏ । ଏହା ସହିତ ଶରୀରର ସମସ୍ତ ଇନ୍ଦ୍ରିୟ ମଧ୍ୟରେ ଆଖି ମୁଖ୍ୟ ହୋଇଥାଏ ଓ ସମସ୍ତ ଅଙ୍ଗ ମଧ୍ୟରେ ମସ୍ତିଷ୍କ ପ୍ରଧାନ ହୋଇଥାଏ । ଏହି ଦୋହା ଜରିଆରେ ଚାଣକ୍ୟ କହିଛନ୍ତି କି ଖାଦ୍ୟକୁ କେବେ ବି ନା କହିବା ଉଚିତ ନୁହେଁ ।

ମାଂସରୁ ଅଧିକ ପୌଷ୍ଟିକ ଅଟେ ଘିଅ

ଚୂର୍ଣ ଦଶ ଗୁଣୋଂ ଅନ୍ନ ତେ,ତା ଦଶ ଗୁଣ ପୟ ଜାନ ।

ପୟ ସେ ଅଠଗୁଣ ମାଂସ ତେ ତେହି ଦଶଗୁଣ ଘୃତ ମାନ ।।

ଏହି ଦୋହା ଜରିଆରେ ଚାଣକ୍ୟ କହିଛନ୍ତି କି ଅନ୍ନର ଦଶଗୁଣା କ୍ଷୀର ସବୁଠୁ ପୌଷ୍ଟିକ ଖାଦ୍ୟ ହୋଇଥାଏ । କିନ୍ତୁ କ୍ଷୀର ଠାରୁ ବି ଦଶଗୁଣା ଅଧିକ ପୌଷ୍ଟିକ ଖାଦ୍ୟ ହୋଇଥାଏ ମାଂସ । କିନ୍ତୁ ମାଂସ ଠାରୁ ବି ଦଶଗୁଣା ପୌଷ୍ଟିକ ହୋଇଥାଏ ଘିଅ । ସେଥିପାଇଁ ସୁସ୍ଥ ରହିବା ପାଇଁ ଏହି ୪ଟି ଜିନିଷର ସେବନ ନିଶ୍ଚିତ କରିବା ଉଚିତ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।