Vastu tips- ପୂଜା ଘରେ ଏହି 2 ଟି ମୂର୍ତ୍ତି ଏକା ସହିତ ଭୁଲରେ ବି ରଖନ୍ତୁ ନାହିଁ, ମିଳିଥାଏ ପୂଜାର ଅଶୁଭ ଫଳ

ସମସ୍ତଙ୍କ ଘରେ ଛୋଟ କିମ୍ବା ବଡ ପୂଜା ଘର ଟିଏ ଅବଶ୍ୟ ଥାଏ । ସେଠାରେ ନିୟମିତ ରୂପେ ପୂଜାପାଠ କରିବା ଦ୍ଵାରା ଘରକୁ ସୁଖ ସମୃଦ୍ଧି ଆସିଥାଏ । କିନ୍ତୁ ପୂଜା ଘରର ବସ୍ତୁ ପ୍ରତି ଧ୍ୟାନ ଦେବା ସବୁଠୁ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ଅଟେ । ନଚେତ ଆପଣଙ୍କ ପୂଜାପାଠର କୌଣସି ଫଳ ଆପଣଙ୍କୁ ମିଳିବ ନାହିଁ । ଆଜି ଆମେ ଆପଣଙ୍କୁ ବାସ୍ତୁ ଅନୁସାରେ ଆମ ଘରର ମନ୍ଦିରକୁ କିପରି ରଖିବା ଉଚିତ ଓ କେଉଁ ଦେବାଦେବୀଙ୍କୁ ରଖିବା ଉଚିତ ଏହି ସମସ୍ତ ବିଷୟ ଜଣାଇବୁ ।

ବାସ୍ତୁ ଅନୁସାରେ ପୂଜାଘର ତିଆରି କରିବା ପାଇଁ ଘର ଈଶାନ କୋଣକୁ ସର୍ବଶ୍ରେଷ୍ଠ ବୋଲି ମାନାଯାଏ । ପୂଜାଘରେ କେବଳ ଦେବୀଦେବତାଙ୍କ ଫଟୋ ବା ମୂର୍ତ୍ତି ରଖିବା ଉଚିତ । ଅନ୍ୟ କେଉଁ ଜୀବିତ ବ ମୃତ ସାଧୁସନ୍ଥ କିମ୍ବା ମୃତ ପିତୃପୁରୁଷଙ୍କ ଫଟୋ ଲଗାଇବା ଉଚିତ ନୁହେଁ । ବାସ୍ତୁଶାସ୍ତ୍ରରେ ଏପରି କରିବା ଅଶୁଭ ବୋଲି ମାନାଯାଇଛି । ଯେକୌଣସି ଦେବୀଦେବତା ଙ୍କର ଗୋଟିଏରୁ ଅଧିକ ଫଟୋ ବା ମୂର୍ତ୍ତି ପୂଜାଘରେ ରଖିବା ଉଚିତ ନୁହେଁ । ଦେବାଦେବୀଙ୍କ ମୂର୍ତ୍ତି ଏବଂ ଫଟୋଗୁଡିକୁ ପରସ୍ପରର ପଛ କରିକି ମଧ୍ୟ ରଖନ୍ତୁ ନାହିଁ ।

ପୂଜାଘରେ ଭଗବାନଙ୍କ ମୂର୍ତ୍ତି ଗୁଡିକୁ ସର୍ବଦା ବିରାଜମାନ ଅବସ୍ଥାରେ ରଖନ୍ତୁ । କେବେ ମଧ୍ୟ ଠିଆ ହୋଇଥିବା ମୂର୍ତ୍ତି ରଖନ୍ତୁ ନାହିଁ । ଏହାଦ୍ବାରା ଦେବୀଦେବତା ଆପଣଙ୍କ ଘରେ ବାସ କରନ୍ତି ନାହିଁ । ମନ୍ଦିର ଓ ଭଗବାନଙ୍କ ସ୍ଥାନ ସର୍ବଦା ଉଚ୍ଚରେ ରହିବା ଆବଶ୍ୟକ । ଏହାର ଆଖପାଖରେ କୌଣସି ଅପରିଷ୍କାର, ଅଶୁଦ୍ଧ ଏବଂ ଅପବିତ୍ର ଜିନିଷ ଭୁଲରେ ମଧ୍ୟ ରଖନ୍ତୁ ନାହିଁ । ଯେପରିକି ଚମଡା ତିଆରି ବସ୍ତୁ, ମୃତ ବ୍ୟକ୍ତିଙ୍କ ଅସ୍ତି କଳସ ଓ ଅଳିଆ ଆବର୍ଜନା ଇତ୍ୟାଦି ।

ପୂଜାଘରେ ମା ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ ମୂର୍ତ୍ତି ଏକାଠି ରଖିବା ଅତ୍ୟନ୍ତ ଶୁଭ ଫଳଦାୟୀ ହୋଇଥାଏ । ଏହାସହ ମା ଲକ୍ଷ୍ମୀଙ୍କ ମୂର୍ତ୍ତି ପାଖେ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ମଧ୍ୟ ଅବଶ୍ୟ ରଖିବା ଉଚିତ । ଲକ୍ଷ୍ମୀ ନାରାୟଣଏନକେ ପୂଜା ଏକାଠି କରିବା ଦ୍ଵାରା ଦାଂପତ୍ଯ ଜୀବନରେ ସୁଖଶାନ୍ତି ବଜାୟ ରହିଥାଏ । ଭଗବାନ ଶ୍ରୀକୃଷ୍ଣ ରାଧାରାଣୀଙ୍କ ବିନା ଅଧୁରା ବୋଲି ମାନାଯାଏ । ସେଥିପାଇଁ ସେମାନଙ୍କ ପୂଜା ମଧ୍ୟ ଏକାଠି କରିବା ଉଚିତ । ଯଦି ରାଧାରଣୀ ନଥାନ୍ତି ତେବେ ଶ୍ରୀକୃଷ୍ଣଙ୍କ ସହ ଗୋମାତାଙ୍କୁ ଆପଣ ରଖିପାରିବେ ।

ବ୍ରହ୍ମା, ବିଷ୍ଣୁ ଓ ମହେଶ୍ଵରଙ୍କ ପୂଜା ମଧ୍ୟ ଏକାଠି କରିବା ଦ୍ଵାରା ତ୍ରିଦେବଙ୍କ କୃପା ଏକା ସାଥେ ପ୍ରାପ୍ତ ହୋଇଥାଏ । ଆଉ ଯଦି ଘରେ ହନୁମାନଙ୍କ ମୂର୍ତ୍ତି ରଖୁଛନ୍ତି ତେବେ ତାଙ୍କ ସହ ପ୍ରଭୁ ଶ୍ରୀରାମ, ମାତା ସୀତା କିମ୍ବା ଲକ୍ଷ୍ମଣ ଅବଶ୍ୟ ଥିବା ଉଚିତ । ଭଗବାନ ଶିବ ଓ ମାତା ପାର୍ବତୀଙ୍କ ମୂର୍ତ୍ତି ମଧ୍ୟ ଏକାଠି ରଖି ପୂଜା କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଘରେ କିନ୍ତୁ ଭୁଲରେ ଶନିଦେବ, କାଳ ଭୈରବ ଓ ମାତା କାଳୀଙ୍କ ମୂର୍ତ୍ତି ଭୁଲରେ ବି ରଖନ୍ତୁ ନାହିଁ ।

ଯଦି ଘରେ ଶିବଲିଙ୍ଗ ରଖିଛନ୍ତି ତେବେ ଏହା ପାଖରେ ଥିବା ଅନ୍ୟ ମୂର୍ତ୍ତିଙ୍କ ଉପରେ ତୁଳସୀ ଚଢାଇବା ମଧ୍ୟ ଅଶୁଭ ବୋଲି ମାନାଯାଏ । ଆମ ପୋଷ୍ଟ ଅନ୍ୟାମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।