କାହାକୁ ଅପମାନ ଦେଲେ ଜୀବନର ସମସ୍ତ ପୂଣ୍ୟ ନଷ୍ଟ ହୋଇଯାଏ ? ଏହା ସହ ପଢନ୍ତୁ ଆଜିର 20 Anuchinta

ଜୀବନରେ ସୁଖଶାନ୍ତିରେ ରହିବାକୁ ହେଲେ ସଂସାରର କିଛି ନୀତି ନିୟମ ଜାଣିବା ନିତାନ୍ତ ଆବଶ୍ୟକ ହୋଇଥାଏ । ଶାସ୍ତ୍ର ଅନୁସାରେ ଯେଉଁ ଲୋକ ହାତରେ ମାଟି ଚୂନା କରେ, ନଖରେ ତୃଣ ଛିଣ୍ଡାଏ ଏବଂ ଦାନ୍ତରେ ନଖ କା-ମୁ-ଡେ ସେ ଶୀଘ୍ର ନଷ୍ଟ ହୋଇଯାଏ । ହାତରେ କେବେ ମଧ୍ୟ ଲୁଣ। ତେଲ ଓ ଅନ୍ୟ ବ୍ୟଞ୍ଜନ ପଦାର୍ଥ ଅନ୍ୟକୁ ଦେବା ଉଚିତ ନୁହେଁ । ଏହା ଅଭକ୍ଷ ହେବା ସହ ଅମଙ୍ଗଳକାରୀ ମଧ୍ୟ ହୋଇଥାଏ । ରାତିରେ ଖସା ଯୁକ୍ତ ଖାଦ୍ୟ, ଦହି କିମ୍ବା ବୁଟ ଛତୁଆ ଆଦି ଖାଇବା ଦ୍ଵାରା ଅମଙ୍ଗଳ ହୋଇଥାଏ ।

ମହୁରେ ଘିଅ ମିଶାଇ ଏବଂ ଗୁଡରେ ତେଲ ମିଶାଇ ଖାଇବା ଅନୁଚିତ ଏହା ସ୍ୱାସ୍ଥ୍ୟ ପକ୍ଷେ ହାନିକରକ ହୋଇଥାଏ । ଲୁହାପାତ୍ରରେ କ୍ଷୀର, ଦହି ଇତ୍ୟାଦି ଖାଇବା ଓ ଜଳପାନ କରିବା ଅନୁଚିତ ଅଟେ । ମୁଣ୍ଡ ବିନ୍ଧୁଥିଲେ ଚୁଟି ଟାଣିବା କିମ୍ବା ମୁଣ୍ଡ ଚିପିବା ଅନୁଚିତ ଅଟେ । ବିନା କାରଣରେ କୌଣସି ସ୍ଥାନରେ ଛେପ ପକାଇବା ମଧ୍ୟ ଅମଙ୍ଗଳ ହୋଇଥାଏ । ଗୋଡ ବିନ୍ଧୁଥିଲେ ପାଦ ସାହାଯ୍ୟରେ ଗୋଡ ଚିପିବା ଅନୁଚିତ ଏବଂ ବସିଥିବା ସମୟରେ ଜାଣିଶୁଣି ମୁଣ୍ଡ, ହାତ ଓ ଗୋଡ ହଲାଇବା ଦ୍ଵାରା ଅମଙ୍ଗଳ ହୋଇଥାଏ ।

ଦାନ୍ତକୁ ଦାନ୍ତରେ ରଗଡିବା ଓ ଗୋଡ ଢୋଇବା ଦ୍ଵାରା ଗୋଡକୁ ଗୋଡରେ ଘଷିବା ଦ୍ଵାରା ଅମଙ୍ଗଳ ହୋଇଥାଏ । ବସିବା ଆସନକୁ କେବେବି ଗୋଡରେ ଟାଣିବା ଉଚିତ ନୁହେଁ । ଅଗ୍ନି, ସାପ, ସିଂହ ଏବଂ ନିଜ କୁଳରେ ଜନ୍ମିତ ବ୍ୟକ୍ତିଙ୍କୁ ଅନାଦର କରିବା ଉଚିତ ନୁହେଁ । ଅଙ୍ଗ ହୀନ, ବିଦ୍ୟା ହୀନ, ବୁଦ୍ଧି ହୀନ ଏବଂ ରୂପ ହୀନ ଲୋକଙ୍କୁ କେବେବି ଅପମାନିତ କରିବା ଉଚିତ ନୁହେଁ । ଏହାଦ୍ବାରା ଅର୍ଜନ କରାଯାଇ ଥିବା ପୂଣ୍ୟ ନଷ୍ଟ ହୋଇଯାଏ । ଅସ୍ତ ସମୟରେ କେବେବି ସୂର୍ଯ୍ୟ କିମ୍ବା ଚନ୍ଦ୍ର ଦର୍ଶନ କରିବା ଉଚିତ ନୁହେଁ, ଏହାଦ୍ବାରା ରୋଗ ଉତ୍ପନ ହୋଇଥାଏ ।

କୃଷ୍ଣପକ୍ଷରେ ଖଣ୍ଡିତ ଚନ୍ଦ୍ର ଉଦୟ ଦର୍ଶନ କରିବା ଦ୍ଵାରା ମଧ୍ୟ ଅଶୁଭ ଓ ରୋଗ ସୃଷ୍ଟି ହୋଇଥାଏ । ଆକାଶରେ ଗୋଟିଏ ତାର ଉଦୟ ହୋଇଥିବା ବେଳେ ମଧ୍ୟ ଆକାଶକୁ ଦେଖିବା ଉଚିତ ନୁହେଁ, ଏହାଦ୍ବାରା ରୋଗର ଭୟ ସୃଷ୍ଟି ହୋଇଥାଏ । ଜଳରେ ନିଜ ରୂପ ବା ଛାଇ ଦେଖିବା ମଧ୍ୟ ଅଶୁଭ ଓ ଅମଙ୍ଗଳକାରୀ ହୋଇଥାଏ । କେବେବି ପର ସ୍ତ୍ରୀ ଓ ପର ପୁରୁଷଙ୍କ ନ-ଗ୍ନ ରୂପ ଦେଖିବା ଉଚିତ ନୁହେଁ । ଏହା ଦ୍ବାରା ମଧ୍ୟ ଅମଙ୍ଗଳ ହୋଇଥାଏ ଓ ରୋଗ ସୃଷ୍ଟି ହୋଇଥାଏ ।

ଅଇଁଠା ମୂହରେ ସୂର୍ଯ୍ୟ, ଚନ୍ଦ୍ର, ତାରା ଓ ଗ୍ରହ ନକ୍ଷତ୍ର ଆଦି ଦେଖିବା ମଧ୍ୟ ଅମଙ୍ଗଳକାରୀ ହୋଇଥାଏ । ଶ-ବ-କୁ ଛୁଇଁଥିବା ଲୋକଙ୍କୁ, ରାଗି ଗୁରୁଙ୍କ ମୁଖକୁ, ତେଲ କିମ୍ବା ଜଳରେ ପଡିଥିବା ଛାଇକୁ ଦେଖିବା ମଧ୍ୟ ଅମଙ୍ଗଳକାରୀ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।