ଆଁଠୁରେ ପାଣି ଜମେ କାହିଁକି ? (Joint Effusion) Dr Jyoti Ranjan Parida

ପ୍ରାୟତଃ ଦେଖା ଯାଇଛି କି ଲୋକମାନଙ୍କର ଆଣ୍ଠୁ ଫୁଲିଯାଏ ଓ ବ୍ୟକ୍ତିମାନେ ଡାକ୍ତରଙ୍କ ପାଖକୁ ଯାଇ ଥାନ୍ତି ଡାକ୍ତର ସେଠି ତାଙ୍କର ଆଣ୍ଠୁରୁ ପାଣି ବାହାର କରି ଦିଅନ୍ତି । ପ୍ରଶ୍ନ ଉଠୁଛି କି ଆଣ୍ଠୁର ଯେଉଁ ପାଣି ବାହାରୁଛି ସେହି ପାଣି ଆଣ୍ଠୁରେ କେମିତି ଜମା ହୋଇଥାଏ ? ଆଣ୍ଠୁରେ ତିନୋଟି ହାଡ ସଂଯୋଗ ହୋଇଥାନ୍ତି । ଏହି ସ୍ଥାନରେ ବେଳେ ବେଳେ କିଛି ପାଣି ଜମିଯାଏ । ଗଣ୍ଠିରେ ପାଣି ଜମିବାର ବହୁତ କାରଣ ଅଛି । ଗଣ୍ଠିବାତ ସମୟରେ ପାଣି ଜମିଥାଏ ।

କହିବାକୁ ଯେତେବେଳେ ଏହି ସମସ୍ୟା ଅଧିକଥାଏ ତେବେ ଡାକ୍ତର ଗୋଟିଏ ବ୍ୟକ୍ତିର ଗଣ୍ଠିରୁ ୨୦୦ ଏମଏଲ ରୁ ୨୫୦ ଏମଏଲ ପାଣି କାଢିଥାନ୍ତି । ଏହି ତରଳ ପଦାର୍ଥରେ ବହୁତ ପ୍ରକାରର କେମିକାଲ ଥାଏ ଓ ଏହା ଯଦି ବହୁତ ଦିନ ପର୍ଯ୍ୟନ୍ତ ଆଣ୍ଠୁରେ ରହିଥାଏ । ତେବେ ଆପଣଙ୍କର ଆଣ୍ଠୁରେ ନରମ ଅଂସ ଗୁଡିକୁ କ୍ଷୟ କରିବା ଆରମ୍ଭ କରିଦେବ । ଯାହାକି ଧୀରେ ଧୀରେ ଆପଣଙ୍କ ଗଣ୍ଠିକୁ ଖରାପ କରି ଦେବ ।

ଡାକ୍ତରମାନେ ସେହି ତରଳ ପଦାର୍ଥକୁ ବାହାର କରି ସେଥିରେ ଏକ ପ୍ରକାରର ଇଞ୍ଜେସନ ଦେଇଥାନ୍ତି । ଏହି ସ୍ଥାନରେ ଥିବା ପାଣିର ପରିମାଣକୁ କମ କରିଥାଏ ଓ ବ୍ୟକ୍ତି ଅତ୍ୟଧିକ ଯ-ନ୍ତ୍ର-ଣାରୁ ବି ମୁକ୍ତି ଦେଇଥାଏ । ବ୍ୟକ୍ତି ସୁସ୍ଥ ଅନୁଭବ କରନ୍ତି ।

ଦ୍ଵିତୀୟ କାରଣ ହେଉଛି ଯେତେବେଳେ ଆମେ ପଡିଯାଉ କିମ୍ବା ଦୁ-ର୍ଘ-ଟ-ଣା ହୋଇଯାଏ ସେହି ସମୟରେ ବେଳେ ବେଳେ ଆଣ୍ଠୁରେ ବ୍ଲଡ ଜମା ହୋଇଯାଏ । ଯେତେବେଳେ ଆପଣ ଡାକ୍ତରଙ୍କ ପାଖକୁ ଯାଆନ୍ତି ତେବେ ସେମାନେ ସେହି ବ୍ଲଡ ବାହାର କରି ଦିଅନ୍ତି । କିନ୍ତୁ ଏହି ବ୍ଲଡ ଯଦି ଅଧିକ ଦିନ ପର୍ଯ୍ୟନ୍ତ ରହିଯିବ ତେବେ ଏହା ସମସ୍ୟାର କାରଣ ହୋଇପାରେ । ଯେଉଁ ଲୋକମାନଙ୍କର ଡାଏବେଟିସ ଅଛି ଓ ରୋଗ ପ୍ରତି ରୋଧକ ଶକ୍ତି କମ ଅଛି ସେମାନଙ୍କ ଆଣ୍ଠୁରେ ବେଳେ ବେଳେ ଇନଫେକସନ ହୋଇଥାଏ ।

ଇନଫେକସନ ହେବ ଦ୍ଵାରା ଆଣ୍ଠୁରେ ଧୀରେ ଧୀରେ ପୂଜ ଜମା ହୋଇଯାଏ । ଏହିଭଳି କେସରେ ବି ସେହି ପୂଜକୁ ଜଲ୍ଦି ବାହାର କରିବା ଉଚିତ । କାରଣ ଯଦି ଏହି ପୂଜ ଅଧିକ ଦିନ ପର୍ଯ୍ୟନ୍ତ ରହିବ ତେବେ ଚଳ ପ୍ରଚଳ କରିବାରେ ଅସୁବିଧା ହେବ । ଗଣ୍ଠି ଫୁଲିବାର ମୁଖ୍ୟ କାରଣ ପାଣି ଜମିବା, ରକ୍ତ ଜମାଟ ବାନ୍ଧିବା କିମ୍ବା ପୂଜ ଯୋଗୁ ବି ହୋଇପାରେ । ଏହି ତିନୋଟି ଜିନିଷକୁ ବାହାର କରି ଯଦି ସଠିକ ଚିକିତ୍ସା କରିବା ତେବେ ଏଥିରୁ ମୁକ୍ତି ପାଇ ପାରିବେ ।