ଏମାନେ ହେଉଛନ୍ତି ବଲୀଉଡ ର ନଣନ୍ଦ ଭାଉଜଙ୍କ ଯୋଡି, ନିଜ ଭଉଣୀ ମାନଙ୍କ ଠାରୁ ମଧ୍ୟ ଗଭୀର ଏମାନଙ୍କ ସମ୍ପର୍କ, ଜାଣନ୍ତୁ ଏମାନେ କିଏ

ଯେତେବେଳେ କୌଣସି ଝିଅ ନିଜର ବାପାଙ୍କର ଘରକୁ ଛାଡି ବାହାଘର ପରେ ନିଜର ସ୍ଵାମୀଙ୍କ ଘରକୁ ଆସିଥାଏ, ସେତେବେଳେ ଗୋଟେ ନଣନ୍ଦଙ୍କୁ ଭାଉଜ ରୂପରେ ଏକ ଭଲ ସାଙ୍ଗ ବା ଭଉଣୀ ମିଳିଥାଏ । କିନ୍ତୁ ଆମେ ଛୋଟ ପରଦାରେ ପ୍ରାୟତଃ ଦେଖିଥାଉ କି ନଣନ୍ଦ ଏବଂ ଭାଉଜ ମଧ୍ୟର ଥିବା ସମ୍ପର୍କ ଭଲ ହୋଇ ନଥାଏ । କିନ୍ତୁ ଏହାର ବିପରୀତ ବଲୀଉଡର ନଣନ୍ଦ ଭାଉଜଙ୍କର ସମ୍ପର୍କରେ ବହୁତ ଭଲ ପାଇବା ଦେଖିବାକୁ ମିଳେ ।

ଆଜି ଆମେ ଆପଣଙ୍କୁ ବଲୀଉଡର କିଛି ଏମିତି ନଣନ୍ଦ ଏବଂ ଭାଉଜଙ୍କ ଯୋଡି ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କର ସମ୍ପର୍କ ଭଉଣୀ ଠାରୁ ମଧ୍ୟ ଅଧିକ ଗଭୀର । ତେବ ଆସନ୍ତୁ ଦେଖିବା ବଲୀଉଡର ନଣନ୍ଦ ଭାଉଜ ଙ୍କର ଟପ ଯୋଡି ଯେଉଁମାନେ ରିୟଲ ଲାଇଫରେ ଭଉଣୀ ଭଳି ରୁହନ୍ତି । ଏମାନେ ଅଟନ୍ତି ବଲୀଉଡର ନଣନ୍ଦ ଭାଉଜ ଯୋଡି

· କରିନା କପୁର ଖାନ ଏବଂ ସୋହା ଅଲି ଖାନ

Image courtesy: Google

ଏହି ଯୋଡି ବଲୀଉଡର ନଣନ୍ଦ ଭାଉଜଙ୍କର ଟପ ଯୋଡି ଲିସ୍ଟରେ ସବୁଠୁ ଉପରେ ଆସନ୍ତି । ଏହି ଦୁଇଜଣଙ୍କ ସମ୍ପର୍କ ଭଉଣୀ ଭଳି ଅଟେ । କରିନା ଏବଂ ସୋହା ପ୍ରାୟତଃ ଏକା ସାଙ୍ଗରେ ବିଦେଶରେ ଏବଂ ଅନ୍ୟ ଜାଗାକୁ ବୁଲି ବାକୁ ଯାଆନ୍ତି । ସୋହା ଥରେ ନିଜର ଭାଉଜ କରିନା ବିଷୟରେ ପ୍ରଶଂସା କରି କହିଲ କି : “ମୁଁ କରିନାର ଏହି କଥାକୁ ସମ୍ମାନ କରେ କି ସେ କାମକୁ ଏବଂ ମୋ ଭାଇର ପ୍ରାଥମିକତା ପ୍ରତି ସ୍ପଷ୍ଟ ଅଟନ୍ତି । ସେ ମୋତେ ପସନ୍ଦ କରନ୍ତି ତାଙ୍କ ସହିତ ମୋର ବ୍ୟବହାର ସୈଫ ଭଳି ହୋଇଥାଏ ।“

· ଐଶ୍ୱର୍ୟ୍ୟା ରାୟ ବଚ୍ଚନ ଏବଂ ଶ୍ୱେତା ନନ୍ଦା

Image courtesy: Google

ମିଡିୟାରେ ପ୍ରାୟତଃ ଏମିତି ଖବର ଆସିଥାଏ କି ବଚ୍ଚନ ପରିବାରରେ ଐଶ୍ୱର୍ୟ୍ୟା ଏବଂ ଶ୍ୱେତାଙ୍କର ସମ୍ପର୍କ ଠିକ ନାହିଁ । କିନ୍ତୁ ଏମିତି କିଛି ବି ନୁହେଁ । ଏମାନଙ୍କର ସମ୍ପର୍କ ବହୁତ ଭଲ ଅଟେ । ବଚ୍ଚନ ପରିବାରର ବୋହୁ ଐଶ୍ୱର୍ୟ୍ୟା ଏବଂ ତାଙ୍କର ନଣନ୍ଦ ଶ୍ୱେତା ପ୍ରାୟତଃ କେତେକ କାର୍ଯ୍ୟକର୍ମରେ ଏକା ସହିତ ଦେଖାଯାଆନ୍ତି । ଶ୍ୱେତା କଫୀ ବିଦ କରଣ ଶୋରେ କହିଲେ କି ସେ ନିଜର ଭାଉଜ କୁ ବହୁତ ଭଲ ପାଆନ୍ତି ଏବଂ ଖୁସି ଅଟନ୍ତି କି ଅଭିଷେକ ଏବଂ ଐଶ୍ୱର୍ୟ୍ୟା ଏକା ସହିତ ଅଛନ୍ତି ।

· ମଲାଇକା ଅରୋଡା ଖାନ ଏବଂ ଅର୍ପିତା ଖାନ

Image courtesy: Google

ବର୍ତ୍ତମାନ ମଲାଇକା ଅରବାଜ ଖାନଙ୍କ ଠାରୁ ତଲାକ ନେଇ ସାରିଛନ୍ତି । କିନ୍ତୁ ଆଜି ବି ମଲାଇକା ଏବଂ ଅର୍ପିତା ମଧ୍ୟରେ ଥିବା ସମ୍ପର୍କ ଗୋଟିଏ ନଣନ୍ଦ ଭାଉଜ ଭଳି ଅଛି ଏବଂ ସମସ୍ତ ପାରିବାରିକ କାର୍ଯ୍ୟକ୍ରମରେ ଦୁଇଜଣ ଏକ ସହିତ ଦେଖା ଯାଆନ୍ତି ।

· ସୋନାକ୍ଷୀ ସିନ୍ହା ଏବଂ ତରୁଣା ଅଗ୍ରୱାଲ

Image courtesy: Google

ସୋନାକ୍ଷୀଙ୍କ ବଡ ଭାଇ କୁଶ ବର୍ଷ ୨୦୧୫ରେ ତରୁଣାଙ୍କ ସହିତ ବାହା ହୋଇଥିଲେ । ସୋନାକ୍ଷୀ ନିଜର ଭାଇର ବାହାଘରେ ବହୁତ ଉତ୍ସାହିତ ଥିଲେ ଏବଂ ସେ ବାହାଘରର ଫଟୋ ସୋସିୟାଲ ମିଡିୟାରେ ପୋଷ୍ଟ କରିଥିଲେ । ସୋନାକ୍ଷୀ ଏବଂ ତରୁଣା ପରସ୍ପର ବହୁତ ପାଖାପାଖି ଅଟନ୍ତି ଏବଂ ଭଉଣୀ ଭଳି ରୁହନ୍ତି । ବଲୀଉଡର ଏହିଭଳି ଚଟପଟା ଖବର ପାଇଁ ଆମ ପେଜକୁ ନିଶ୍ଚୟ ଲାଇକ କରନ୍ତୁ। ଧନ୍ୟବାଦ ।