ଭାରତୀୟ ମହିଳା କ୍ରିକେଟ ଟିମରେ ସାମିଲ ହେଲେ ଏହି ଧୂଆଁଧାର ଓପନର, ବ୍ୟାଟିଂରୁ ଅଧିକ ତାଙ୍କ ଷ୍ଟାଇଲିଶ ଲୁକର ହେଉଛି ଚର୍ଚ୍ଚା

ଭାରତର ରାଷ୍ଟ୍ରୀୟ ଖେଳ ହକି କିନ୍ତୁ ଏଠାରେ ଅଧିକରୁ ଅଧିକ ଲୋକ କ୍ରିକେଟର ଦିବାନା ଅଟନ୍ତି । ସବୁବେଳେ କ୍ରିକେଟ ଓ କ୍ରିକେଟର ଖେଳାଳିଙ୍କ ବିଷୟରେ କଥା ହୁଅନ୍ତି ଓ ସାଧାରଣ ଜନତାଙ୍କ ମଧ୍ୟରେ କ୍ରିକେଟରମାନେ ବହୁତ ପପୁଲାର ହୋଇଥାନ୍ତି । କିନ୍ତୁ କଣ ଆପଣ ମହିଳା କ୍ରିକେଟ ଟିମ ବିଷୟରେ ଜାଣିଛନ୍ତି ? ମହିଳା କ୍ରିକେଟ ଟିମ ବି ନିଜର ଭଲ ପ୍ରଦର୍ଶନ ପାଇଁ ପରିଚିତ ଓ ଏବେ ଗୋଟିଏ ନାମ ବହୁତ ପପୁଲାର ହେଉଛି ଯିଏ ସବୁଠୁ ଅଧିକ ଚର୍ଚ୍ଚାର ବିଷୟ ହୋଇଛି ।

ସେହି ନାମ ହେଲା ପ୍ରିୟା ପୁନିୟା ଙ୍କର ଯିଏ ଓମେନ କ୍ରିକେଟ ଟିମରେ ନିଉଜିଲାଣ୍ଡ ବିପକ୍ଷରେ ହେବାକୁ ଯାଉଥିବା ସିରିଜ ପାଇଁ ଟିମ ଇଣ୍ଡିଆ ପକ୍ଷରୁ ବଛା ଯାଇଛନ୍ତି ।

ଓମେନ ଟିମ ରେ ସାମିଲ ହୋଇଥିବା ଏହି ଧୂଆଁଧାର ଓପନର ଯାହାର ଚର୍ଚ୍ଚା ଖେଳ ଠାରୁ ଅଧିକ ତାଙ୍କର ଷ୍ଟାଇଲ ପାଇଁ ହେଉଛି । ଆପଣଙ୍କୁ ବି ତାଙ୍କ ବିଷୟରେ ଜାଣିବା ଦରକାର, ଯେହେତୁ ସେ ଭାରତ ପାଇଁ ଖେଳିବାକୁ ଯାଉଛନ୍ତି।

ମହିଳା କ୍ରିକେଟ ଟିମରେ ସାମିଲ ହେଲେ ଏହି ଧୂଆଁଧାର ଓପନର

ନିଉଜିଲାଣ୍ଡ ବିପକ୍ଷରେ ହେବାକୁ ଯାଉଥିବା ମ୍ୟାଚରେ ଟିମ ଇଣ୍ଡିଆରେ ପ୍ରିୟା ପୁନିୟା ବି ସାମିଲ ହେବାକୁ ଯାଉଛନ୍ତି । ଏବେ ସେ ସୋସିୟାଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । ପ୍ରିୟାଙ୍କର କାହାଣୀ ବହୁତ ରୋମାଞ୍ଚକ ଅଟେ । ତାଙ୍କର ପିତା ସୁରେନ୍ଦ୍ର ପୁନିୟା ତାଙ୍କୁ କ୍ରିକେଟର କରିବା ପାଇଁ ପୁରା କ୍ରିକେଟ ର ମଇଦାନ ତିଆରି କରି ଦେଇଥିଲେ ଯାହା ପାଇଁ ପ୍ରିୟା ବିନା କୌଣସି ଅସୁବିଧାରେ ପ୍ରାକ୍ଟିସ କରି ପାରିବେ ।

ଦିନ ରାତି ପ୍ରାକ୍ଟିସ କରି ଆଜି ପ୍ରିୟା ଇଣ୍ଡିଆ ଟିମରେ ନିଜର ଜାଗା ହାସିଲ କରିଛନ୍ତି । ନିଜ ପିତାଙ୍କର ତ୍ୟାଗ ଓ ସମର୍ପଣ କୁ ଦେଖି ପ୍ରିୟା ତାଙ୍କୁ କହିଥିଲେ, “ମୁ କିଛି ଏମିତି କରିବାକୁ ଚାହୁଁଛି କି ମୋ ବାପାଙ୍କୁ ମୋ ଉପରେ ଗର୍ବ ହେବ ।“ ତାଙ୍କ କଥାରୁ ଲାଗୁଛି କି ସେ ନିଜ ଜୀବନରେ ବେଷ୍ଟ କ୍ରିକେଟ ପ୍ଲେୟାର ହେବାକୁ ଚାହୁଁଛନ୍ତି ।

ସୋସିୟାଲ ମିଡିଆରେ ଭାଇରାଲ ହେଉଛନ୍ତି ଏହି ପ୍ଲେୟାର

୬ ଅଗଷ୍ଟ, ୧୯୯୬ ରେ ରାଜସ୍ଥାନ ର ରାଜଗଡ ରେ ଜନ୍ମ ନେଇଥିବା ପ୍ରିୟା ପୁନିୟା ଏବେ ନିଜ ପରିବାର ସହିତ ଜୟପୁର ରେ ରହୁଛନ୍ତି । ୨୩ ବର୍ଷର ପ୍ରିୟା କ୍ରିକେଟ ଦୁନିଆରେ ଏକ ଅଲଗା ନାମ ଅର୍ଜନ କରିଛନ୍ତି । ସେ ଟି-୨୦ ଓମେନ କ୍ରିକେଟ ଟିମ ରେ ନିଜର ଡେବ୍ୟୁ କରିଥିଲେ ଯାହା ହାଇଦ୍ରାବାଦ ବିପକ୍ଷରେ ଖେଳା ଯାଇଥିଲା । ତାଙ୍କର ନାମ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଟିମ ରେ ସିଲେକ୍ଟ କରାଯାଇ ଅଛି । ସୋସିୟାଲ ମିଡିଆରେ ସେ ଖୁବ ଏକ୍ଟିଭ ଓ ଇନଷ୍ଟାଗ୍ରାମ ରେ ତାଙ୍କର ବହୁତ ଫୋଟୋ ମଧ୍ୟ ଭାଇରାଲ ହୋଇଥାଏ । ତାଙ୍କୁ ଓମେନ କ୍ରିକେଟ ଟିମ ର ସବୁଠୁ କୁଲ ପ୍ଲେୟାର ନାମରେ ଜଣାଯାଏ ।

ଏହି ଖେଳାଳିଙ୍କ ବିଷୟରେ ଆପଣଙ୍କର କଣ ମତ ଜଣେଇବେ ନିଶ୍ଚୟ। ଏହି ଭଳି ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ।