ଗିରଫ ପରେ ED ଅଫିସରେ ପ୍ରଥମ ଥର ପାଇଁ 5 ବର୍ଷର ପୁଅକୁ ଭେଟିଲା Archana, ଭୋ ଭୋ ହୋଇ କାନ୍ଦିଲେ ମା’-ପୁଅ, ଦେଖନ୍ତୁ video

ଅର୍ଚ୍ଚନା ନାଗଙ୍କ 5 ବର୍ଷର ପୁଅ ମା’କୁ ଭେଟିବା ପାଇଁ ଇଡି ଅଫିସରେ ପହଞ୍ଚିଥିଲା । ଆଉ ପୁଅକୁ ଦେଖିବାକୁ ପରେ ଅର୍ଚ୍ଚନା ଭାବବିହ୍ଵଳ ହୋଇ ଯାଇଥିଲେ । ପୁଅକୁ କୁଣ୍ଢାଇ ଭୋ ଭୋ ହୋଇ କାନ୍ଦିଥିଲା ଅର୍ଚ୍ଚନା । ବିଶେଷ ସୂତ୍ରରୁ ମିଳିଥିବା କଥାନୁସାରେ ମା-ପୁଅ ବେଶ କିଛି ସମୟ ପାଇଁ କଥାବାର୍ତ୍ତା ହୋଇଥିଲେ । ଆଉ ପୁଅ ମା’କୁ ଅନେକ ପ୍ରଶ୍ନ ପଚାରିଥିଲା । କଣ ହେଇଛି, ମା’ ତୁ କେବେ ଘରକୁ ଆସିବୁ, କଣ ଏଇଠି ଅଛୁ ଏମିତି କେତେ କଣ ।

ଆଉ ଏସବୁର କିଛି ଉତ୍ତର ଦେଇ ନଥିଲା ଅର୍ଚ୍ଚନା । ମନ ଦେଇ ପଢିବୁ, ଦୁଷ୍ଟ ହେବୁନି, ଠିକ ସମୟରେ ଖାଇବୁ ଏମିତି ସବୁ କହି ଭୋ ଭୋ ହୋଇ କାନ୍ଦି ପକେଇଥିଲା ଅର୍ଚ୍ଚନା । ପୁଅକୁ କୁଣ୍ଢାଇ ଧରି ଅକୁହା ବେଦନାକୁ ଲୁହ ଆକାରରେ ନିଗାଡି ଦେଇଥିଲା ଅର୍ଚ୍ଚନା । ଏହି ସମୟର ଦୃଶ୍ୟ ସେଠାରେ ସମସ୍ତଙ୍କୁ ଭାବବିହ୍ଵଳ କରି ଦେଇଥିଲା । ବ୍ଲାକମେଲିଂ ଘଟଣାରେ ଅର୍ଚ୍ଚନା ଗିରଫ ହେବ ପରଠାରୁ ମା-ପୁଅଙ୍କର କେବେବି ଭେଟ ହୋଇ ନଥିଲା ।

ଆଉ ଗତକାଲି ଇଡି ଅଫିସରେ ଉଭୟଙ୍କର ପ୍ରଥମ ଥର ପାଇଁ ଭେଟ ସମସ୍ତଙ୍କୁ ଭାବବିହ୍ଵଳ କରି ଦେଇଥିଲା । ପାଖରେ ଅର୍ଚ୍ଚନାଙ୍କ ବାପା ମଧ୍ୟ ଉପସ୍ଥିତ ଥିଲେ । ଏଭଳି ଦୃଶ୍ୟ ଦେଖି ସାରି ତାଙ୍କ ଆଖିରୁ ବି ଲୁହ ଝରି ପଡୁଥିଲା । ତେବେ ଅର୍ଚ୍ଚନା ପୁଅକୁ କହିଥିଲେ ସବୁ ଠିକ ହେଇଯିବ, ମୁଁ ପୁଣି ଘରକୁ ଯିବି ।

ଆଉ ଅଳ୍ପ ଦିନରେ ମୁଁ ତୋ ପାଖକୁ ଫେରି ଆସିବି କହି ପୁଅକୁ ବୁଝାଇ ଦେଇଥିଲା ଅର୍ଚ୍ଚନା । ଏହାପରେ ଆଜି ସୁନ୍ଦରୀ ଅର୍ଚ୍ଚନାକୁ କୋର୍ଟରେ ହାଜର କରାଯାଇଛି ଏବଂ ସ୍ଵାମୀ ଜଗବନ୍ଧୁ ଚାନ୍ଦଙ୍କୁ ମଧ୍ୟ ଅଣାଯାଇଛି । ଶୁଣିବାକୁ ମିଳୁଛି କି, ଅର୍ଚ୍ଚନାଙ୍କୁ ଇଡି ରିମାଣ୍ଡରେ ନେଇ ସାରିଥିବା ବେଳେ ଜଗବନ୍ଧୁ ଚାନ୍ଦଙ୍କୁ ମଧ୍ୟ 15 ଦିନିଆ ରିମାଣ୍ଡରେ ନେଇପାରେ ।

ଅର୍ଚ୍ଚନା ଓ ଜାଗାଙ୍କୁ ସାମ୍ନାସାମ୍ନି ଜେରା କରିବାକୁ କୁଆଡେ ଇଡି ଯୋଜନା କରିଛି । ଏହାରି ମଧ୍ୟରେ ନିଜ ପୁଅକୁ ଦେଖି କୋହ ସମ୍ଭାଳି ପାରି ନଥିଲା ସୁନ୍ଦରୀ ଅର୍ଚ୍ଚନା । ନିରୀହ କୁନି ପିଲାଟି କେତେ ଦିନ ବା ମା’କୁ ଛାଡି ରହିପାରିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।