ଆମ ବାହାଘର ମିଛ, ଏହା କେବଳ ଏକ କଣ୍ଟ୍ରାକ୍ଚ୍ଯୁଆଲ ଆଗ୍ରିମେଣ୍ଟ… କାହିଁକି ଏମିତି କହିଲେ ସାଂସଦ Anubhav Mohanty ?

ବାହାଘର ମିଛ ଆଉ ସାତ କଳସ ଆଠ ଦୀପ ବି ମିଛ । ହୋମ ନିଆଁ ଚାରିପଟେ ସାତଘେରା ମିଛ ଆଉ ଶଙ୍ଖା ସିନ୍ଦୂର ବି ମିଛ । ଆଉ ସତ ହେଉଛି ଅନୁଭବଙ୍କ ବାହାଘର ମିଛ । କାରଣ ସେ ବାହାଘର ହେଉଛି ଏକ କଣ୍ଟ୍ରାକ୍ଚ୍ଯୁଆଲ ଆଗ୍ରିମେଣ୍ଟ । ବିବାହ ନୁହେଁ ବରଂ ଏହା ଅନୁଭବ ତାଙ୍କ ପତ୍ନୀଙ୍କ ମଧ୍ୟରେ କେବଳ ଏକ ଆଗ୍ରିମେଣ୍ଟ ଥିଲା । ଦୁଇଜଣ ଜାଣିଶୁଣି ଏଭଳି ଏକ ଆଗ୍ରିମେଣ୍ଟର ନିଷ୍ପତ୍ତି ନେଇଥିଲେ ।

ଆଗ୍ରିମେଣ୍ଟ ଅନୁସାରେ ପତ୍ନୀ ଅନୁଭବଙ୍କ ପାଖରେ ରହୁଥିଲେ ଏବଂ ଓଡିଆ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ପତ୍ନୀ ଧର୍ମ ପାଳନ କରିବା ସହ ସ୍ଵାମୀଙ୍କ ଶୁଭ ମନାସନ୍ତି । ଏପରିକି ସାବିତ୍ରୀ ବ୍ରତ ମଧ୍ୟ ରଖନ୍ତି, ହେଲେ ଏହାକୁ ଅନୁଭବ ବିଲକୁଲ ପସନ୍ଦ କରନ୍ତିନି । କାରଣ ଅନୁଭବ ଜାଣନ୍ତି କିଏ ଏସବୁ କେବଳ ଏକ କଣ୍ଟ୍ରାକ୍ଚ୍ଯୁଆଲ ଆଗ୍ରିମେଣ୍ଟ । ଏହାପରେ ତାଙ୍କ ସ୍ତ୍ରୀ କିନ୍ତୁ ଅନୁଭବଙ୍କୁ ଖୁବ ଭଲପାଆନ୍ତି ଓ ଦେଖେଇ ହେବା ପାଇଁ ଚେଷ୍ଟା କରନ୍ତି ।

ବାହାଘର ମିଛ ବୋଲି ଜାଣି ବି ସ୍ତ୍ରୀ ସାବିତ୍ରୀ ବ୍ରତ କରୁଛି ଆଉ ସ୍ଵାମୀର ଶୁଭ ମନାସୁଛି । ଏସବୁ ଅନୁଭବ ଜାଣିବା ପରେ ସ୍ଵାମୀର କର୍ତ୍ତବ୍ୟ କରିବାକୁ ଯାଇ ସ୍ତ୍ରୀକୁ ଖୁଆଇ ଦିଅନ୍ତି ଓ ତାଙ୍କ ସ୍ତ୍ରୀ ବ୍ରତ ଭାଙ୍ଗନ୍ତି । ତେବେ ଆମେ ଏକଥା କହିବାର କାରଣ ହେଉଛି, ଅନୁଭବଙ୍କ ଆଗାମୀ ଫିଲ୍ମ “ଲଭ ଇନ ଲଣ୍ଡନ” ର ଶୁଟିଙ୍ଗ ସମୟର ଏକ ଭିଡିଓ କ୍ଲିପ ଏବେ ଭାଇରାଲ ହେଉଛି ।

ଯେଉଁ ଭିଡିଓରେ ଦେଖିବାକୁ ମିଳୁଛି କି ଅନୁଭବଙ୍କ ପତ୍ନୀ ତାଙ୍କ ସ୍ଵାମୀର ଶୁଭ ମନାସି ବ୍ରତ ରଖିଛନ୍ତି । ଆଉ ଅନୁଭବ ଆସି ସ୍ତ୍ରୀ ମୁହଁରେ ପାଣି ଦେଇ ତାଙ୍କ ବ୍ରତ ଭାଙ୍ଗୁଛନ୍ତି । ଆଉ ଏହା ପରେ ପରେ ଅନୁଭବ କହୁଛନ୍ତି କି, ଆମ ବାହାଘର ମିଛ ଥିଲା । ଏହା କେବଳ ଏକ କଣ୍ଟ୍ରାକ୍ଚ୍ଯୁଆଲ ଆଗ୍ରିମେଣ୍ଟ ଥିଲା ।

ଯେଉଁଥିରେ ଏସବୁ କରିବା ଆବଶ୍ୟକ ନାହିଁ । ନହଲେ ସମସ୍ତେ କେବଳ ପରିହାସ କରିବେ । ଆଉ ପତ୍ନୀ କହୁଛନ୍ତି, ହୋଇପାରେ ଆମ ବାହାଘର ଏକ ଆଗ୍ରିମେଣ୍ଟ ହେଲେ ମୁଁ ଅଗ୍ନିକୁ ସାକ୍ଷୀ ରଖି ବାହା ହୋଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।