ଏକାସାଙ୍ଗେ ଗର୍ଭବତୀ ହେଲେ Arman ଙ୍କ ଦୁଇ ପତ୍ନୀ, କେମିତି ଏହା ସମ୍ଭବ ହେଲା ? ନିଜେ ପୋଷ୍ଟ କରି ଜଣାଇଲେ ଅରମାନ

ବହୁଚର୍ଚ୍ଚିତ ୟୁଟ୍ଯୁବର ଅରମାନ ମଲିକଙ୍କୁ ଆପଣ ନିଶ୍ଚୟ ଜାଣିଥିବେ । ତେବେ ବର୍ତ୍ତମାନ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଅରମାନ ମଲିକ । ଅରମାନ ମଲିକଙ୍କର ଦୁଇଟି ପତ୍ନୀ ଅଛନ୍ତି ବୋଲି ସମସ୍ତଙ୍କୁ ଜଣା । ତେବେ ତାଙ୍କର ଦୁଇଟି ଯାକ ପତ୍ନୀ ଏକାସାଙ୍ଗେ ଗର୍ଭବତୀ ଅଛନ୍ତି । ଆଉ ଏହାକୁ ନେଇ ଅରମାନ ନିଜେ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ୟୁଟ୍ଯୁବର ଅରମାନ ମଲିକଙ୍କ ଜୀବନ କୌଣସି ମସାଲେଦାର ବଲିଉଡ ଫିଲ୍ମ ଠାରୁ କିଛି କମ୍ ନୁହେଁ ।

ଅରମାନ ଦୁଇ ପତ୍ନୀଙ୍କ ସ୍ଵାମୀ ହୋଇଥିବା ବେଳେ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଦୁଇ ପତ୍ନୀଙ୍କ ସହ ସେ ଏକାଠି ରୁହନ୍ତି । ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ତିନିଜଣ ମିଶି କଣ୍ଟେଣ୍ଟ ପ୍ରସ୍ତୁତ କରନ୍ତି । 2011 ରେ ପାୟଲ ମଲିକଙ୍କୁ ବିବାହ କରିଥିଲେ ଅରମାନ । ଉଭୟଙ୍କର ଗୋଟିଏ ପୁତ୍ର ସନ୍ତାନ ମଧ୍ୟ ଅଛି । ହେଲେ 2018 ରେ କ୍ରିତିକାଙ୍କୁ ଡେଟିଙ୍ଗ କରିବା ଆରମ୍ଭ କରିଥିଲେ ଅରମାନ । ଆଉ ପତ୍ନୀଙ୍କ ଆଫେୟାର କଥା ଜାଣିବା ପରେ ଉଭୟଙ୍କ ବିବାହ ପାଇଁ ସହଜରେ ରାଜି ହୋଇ ଯାଇଥିଲେ ପାୟଲ ।

ଏହା ପରଠାରୁ ତିନିଜଣ ସ୍ଵାମୀ ସ୍ତ୍ରୀ ଏବଂ ତାଙ୍କ ପୁଅ ଏକାଠି ରହି ଆସୁଛନ୍ତି । ସୋସିଆଲ ମିଡିଆରେ ପ୍ରଶଂସକଙ୍କ ଗହଣରେ ତିନି ସ୍ଵାମୀ ସ୍ତ୍ରୀଙ୍କ ଯୁଗଳବନ୍ଦୀ ଖୁବ ପରିଚିତ । ଲୋକେ ଏମାନଙ୍କୁ ଦେଖିବାକୁ ପାଇଁ ବେଶ ପସନ୍ଦ କରନ୍ତି । ସେମାନଙ୍କ ସର୍ଟ ଭିଡିଓ ଗୁଡିକୁ ଖୁବ ପସନ୍ଦ କରନ୍ତି ୟୁଜର୍ସ । ହେଲେ ଏବେ ଏକାସାଙ୍ଗେ ଦୁଇଟି ଯାକ ପତ୍ନୀ ଗର୍ଭବତୀ ହେବା ପରେ ଅରମାନ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ।

ଏହି ଘଟଣା ସମ୍ପର୍କରେ କିଛି ଦିନ ପୂର୍ବରୁ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସୂଚନା ଦେଇଥିଲେ ଅରମାନ । ଅନେକ ୟୁଜର୍ସ ଅରମାନଙ୍କ ଏହି ପୋଷ୍ଟକୁ ଶେୟାର କରିବା ସହ ଏଥିରେ କମେଣ୍ଟ ମଧ୍ୟ କରୁଛନ୍ତି । ଏକାସାଙ୍ଗେ ଦୁଇ ପତ୍ନୀ ଗର୍ଭବତୀ ହେବା କିଭଳି ସମ୍ଭବ ହେଲା ବୋଲି ମଧ୍ୟ ଅନେକ ୟୁଜର୍ସ ପ୍ରଶ୍ନ କରୁଛନ୍ତି । ତେବେ ଅରମାନଙ୍କ ଦୁଇ ପତ୍ନୀ ବେଶ ଖୁସି ଥିବା ନଜର ଆସିଛନ୍ତି । ପାୟଲ ଓ କ୍ରିତିକା ଉଭୟ ଏକା ଆଉଟଫିଟରେ ନିଜ ବେବି ବମ୍ପ ଦେଖାଇ ଫଟୋଶୁଟ କରିଥିବା ନଜର ଆସିଛନ୍ତି ।

ତେବେ ସେମାନଙ୍କ ସମ୍ପର୍କ ସମସ୍ତଙ୍କୁ ବେଶ ଆଶ୍ଚର୍ଯ୍ୟ କରୁଥିବା ବେଳେ ଏବେବ ଦୁଇ ପତ୍ନୀ ଏକାଠି ଗର୍ଭବତୀ ହେବା ୟୁଜର୍ସଙ୍କୁ ଖୁବ ରୋଚକ ମନେ ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।