ହରମୋନକୁ ସନ୍ତୁଳିତ ରଖିବା ପାଇଁ କଣ ଖାଇବେ ଓ କଣ ଖାଇବେ ନାହିଁ ? ଜାଣନ୍ତୁ Dietician Anmayee Nanda ଙ୍କ ଖାସ୍ ଟିପ୍ସ

ଆମ ଶରୀରରେ ଥିବା ଏଣ୍ଡୋକ୍ରାଇନ ଗ୍ଲାଣ୍ଡରୁ ବିଭିନ୍ନ ପ୍ରକାରର ହରମୋନ କ୍ଷରଣ ହୋଇଥାଏ । ହରମୋନ ଠିକ ଭାବେ କ୍ଷରଣ ନହେଲେ ଏହାର ପ୍ରଭାବ ଆମ ସ୍ୱାସ୍ଥ୍ୟ ଓ ମନ ଉପରେ ପଡିଥାଏ । ତେଣୁ ହରମୋନ କ୍ଷରଣରେ ସନ୍ତୁଳନ ରହିବା ନିହାତି ଆବଶ୍ୟକ । ଏଥିପାଇଁ ଆମ ଖାଦ୍ୟପେୟ ଓ ଜୀବନଶୈଳୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେବେ ଆସନ୍ତୁ ଜାଣିବା ଡାଏଟିସିଆନ ଅନ୍ମୟୀ ନନ୍ଦଙ୍କ ଠାରୁ ହରମୋନ ସ୍ତର ସନ୍ତୁଳନ ପାଇଁ କଣ ଖାଇବେ ଓ କଣ ଖାଇବେ ନାହିଁ ।

ଆମ ଶରୀରର ବିଭିନ୍ନ ଗ୍ଲାଣ୍ଡରୁ ବିଭିନ୍ନ ପ୍ରକାରର ହରମୋନ କ୍ଷରଣ ହୋଇଥାଏ । ଏଣ୍ଡୋକ୍ରାଇନ ଗ୍ଲାଣ୍ଡରୁ ଝରୁଥିବା ହରମୋନ ଆମ ଶରୀରର ବିଭିନ୍ନ କାର୍ଯ୍ୟ ଯଥା ମେଟାବୋଲିଜିମ, ଭୋକ ବଢେଇବା, ଓଜନ କମ୍ କରିବା ଓ ବୃଦ୍ଧି କରିବା ଆଦି ପ୍ରକ୍ରିୟାରେ ସାହାଯ୍ୟ କରିଥାଏ । ହରମୋନ ସ୍ତରକୁ ସନ୍ତୁଳିତ ରଖିବାକୁ ହେଲେ ଖାଦ୍ଯରେ କାର୍ବୋଡାଇଡ୍ରେଟ, ପ୍ରୋଟିନ, ଫ୍ୟାଟ ଆଦି ସନ୍ତୁଳିତ ପରିମାଣରେ ରହିବା ଉଚିତ ।

ଏହିସବୁ ପୋଷାକତତ୍ତ୍ଵ ପ୍ରତିଦିନ ଯେତିକି ପରିମାଣରେ ନେବା ଆମ ଶରୀର ପାଇଁ ଉପଯୁକ୍ତ ସେତିକି ପରିମାଣରେ ସେବନ କରିବାକୁ ହେବ । ଖାଦ୍ଯରେ ସବୁଜ ପନିପରିବା, ଫଳ ଓ ନଟ୍ସ ଆଦି ସାମିଲ କରିବା ଆମ ଶରୀର ପାଇଁ ଭଲ ହୋଇଥାଏ । ତେବେ ସେମିତି କୌଣସି ଖାଦ୍ଯ ହରମୋନ ଅସନ୍ତୁଳନ କରେ ବୋଲି ଆମେ କହିପାରିବା ନାହିଁ ।

କିନ୍ତୁ କିଛି ଖାଦ୍ଯ ଆମ ଶରୀରରେ ଇନଫ୍ଲେମେସନ ବୃଦ୍ଧି କରି ହରମୋନ ଅସନ୍ତୁଳନ କରାଇଥାଏ । କ୍ଷୀରଜାତୀୟ ଖାଦ୍ୟ ଶରୀରରେ ଇନଫ୍ଲେମେସନ ବୃଦ୍ଧି କରେ, ଏହାର ମାନେ ନୁହେଁ ଯେ ଏହି ଖାଦ୍ୟ ବିଲକୁଲ ଖାଇବା ଉଚିତ ନୁହେଁ । କିନ୍ତୁ ଅଳ୍ପ ପରିମାଣରେ ଖାଇବାକୁ ଚେଷ୍ଟା କରନ୍ତୁ । ଏହାଦ୍ବାରା ଆପଣଙ୍କ ଶରୀରକୁ ଆବଶ୍ୟକୀୟ ପୋଷକତତ୍ତ୍ଵ ମିଳିବ ଓ ହରମୋନରେ ମଧ୍ୟ ସନ୍ତୁଳନ ରହିବ ।

ହରମୋନରେ ଅସନ୍ତୁଳନ ହେଲେ ଗୋଡହାତ ବିନ୍ଧିବା, କ୍ୟାଲସିୟମ ଅଭାବ, ମୋଟାପଣ, ଅନିୟମିତ ଋତୁସ୍ରାବ ଭଳି ସମସ୍ଯା ଦେଖାଦିଏ । ଦହି ଓ ଛେନା ଆଦି ଆପଣ ଦିନକୁ 100 ଗ୍ରାମ ପର୍ଯ୍ୟନ୍ତ ଖାଇପାରିବେ । ଯେଉଁ ମାନଙ୍କର ଥାଇରଏଡ ଥାଏ ସେମାନେ ସୋୟାବିନ ଖାଇବା ଉଚିତ ନୁହେଁ, କାରଣ ସୋୟାବିନ ସେମାନେ ଖାଉଥିବା ମେଡ଼ିସିନକୁ ଭଲ ଭାବେ କାମ କରିବାକୁ ଦିଏନାହିଁ ।

ତେଣୁ ହରମୋନ ଅସନ୍ତୁଳନ ହେଉଥିଲେ ସୋୟାବିନ ମଧ୍ୟ ଖାଇବା ଉଚିତ ନୁହେଁ । ଆଜିକାଲି ମହିଳାଙ୍କ ଠାରେ ହରମୋନରେ ଅସନ୍ତୁଳନ ହେବାର ମୁଖ୍ୟ କାରଣ ହେଉଛି ଷ୍ଟ୍ରେସ ଓ ଜଙ୍କଫୁଡ୍ । ଜଙ୍କଫୁଡ୍ ସୋଡିୟମ ଓ ପୋଟାସିୟମର ପରିମାଣ ଖୁବ ଅଧିକ ଥାଏ, ଯାହାଦ୍ୱାରା ହରମୋନରେ ସମସ୍ଯା ସୃଷ୍ଟି ହୁଏ । ତେଣୁ ଷ୍ଟ୍ରେସ କମ୍ ନେବା ଦ୍ବାରା ଓ ସୁସ୍ଥ ସନ୍ତୁଳିତ ଆହାର ଖାଇବା ଦ୍ଵାରା ହରମୋନକୁ ସନ୍ତୁଳିତ କରି ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।