ପୁଅ କୋଟିପତି ନାତି IAS, ହେଲେ ବି-ଷ ଖାଇଦେଲେ ଜେଜେବାପା ଜେଜେମା, ସୁ-ଇ-ସାଇ-ଡ ନୋଟରେ ଯାହା ଲେଖିଗଲେ ନା… ଦେଖନ୍ତୁ ଥରେ

ପୁଅ କୋଟିପତି ଆଉ ନାତି ଆଇଏଏସ ଅଫିସର । ହେଲେ ଜେଜେବାପା ଆଉ ଜେଜେମା ମାନସିକ ଯନ୍ତ୍ରଣା ସହି ନପାରି ବିଷ ବଟିକା ଖାଇଦେଲେ । ଏହା ପୂର୍ବରୁ ଲେଖି ଦେଇଗଲେ ଛାତିଥରା ସୁଇସାଇଡ ନୋଟ । ଯାହା ଏବେ ସାରା ଦେଶରେ ସୃଷ୍ଟି କରିଛି ଆଲୋଡନ । ହରିୟାନାର ଚର୍ଖୀ ଦାଦ୍ରି ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ନାତି ବିବେକ ଆର୍ଯ୍ୟ ଜଣେ ଆଇଏଏସ ଅଧିକାରୀ ଭାବେ ଟ୍ରେନିଂରେ ଅଛନ୍ତି । ସେହିଭଳି ପୁଅ ବିରେନ୍ଦ୍ର ଆର୍ଯ୍ୟ ନାଁରେ ରହିଛି ଅଚଳାଚଳ ସମ୍ପତ୍ତି ।

ହେଲେ ବୁଢା ବାପାମା’ଙ୍କୁ ଗଣ୍ଡେ ଖାଇବାକାଉ ଭଲରେ ଦେଇ ପାରିଲେନି । ତା’ ଉପରେ ଆହୁରି ମାନସିକ ନିର୍ଯ୍ୟାତନା ଦେଇଚାଲିଲେ । ଜନ୍ମ କଲା ପୁଅର ଯନ୍ତ୍ରଣା ସହି ନପାରି ଶେଷରେ ଜୀବନ ହାରିବା ଉଚିତ ମଣିଲେ । ବିଷ ଖାଇବା ପରେ ବୃଦ୍ଧ ବାପା ଯଗଦୀଶ ଆର୍ଯ୍ୟ ପୋଲିସକୁ ଫୋନ କରି ଡକାଇଲେ ଓ ପୋଲିସ ହାତରେ ସୁଇସାଇଡ ନୋଟ ଧରାଇ ଦେଲେ । ବୃଦ୍ଧ ଦମ୍ପତ୍ତିଙ୍କ ଅବସ୍ଥା ଗୁରୁତର ଦେଖି ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲ ଓ ପରେ ଦାଦ୍ରି ସିଭିଲ ହସ୍ପିଟାଲକୁ ନିଆ ଯାଇଥିଲା ।

ହେଲେ ସେଠାରେ ଦୁଇଜଣଙ୍କ ମୃ-ତ୍ୟୁ ହୋଇ ଯାଇଥିଲା । ଆଉ ସୁଇସାଇଡ ନୋଟରେ ସେମାନେ ଯାହା ଲେଖିଥିଲେ ତାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା । ସେଥିରେ ଲେଖାଯାଇଛି, “ମୁଁ ଜଗଦୀଶ ଚନ୍ଦ୍ର ଆର୍ଯ୍ୟ, ସାରା ସମାଜକୁ ମୋ ଦୁଃଖ କାହାଣୀ ଶୁଣାଉଛି । ମୋ ପୁଅ ପକାହରେ 30 କୋଟିରୁ ଅଧିକ ସମ୍ପତ୍ତି ଅଛି ।

ହେଲେ ମୋତେ ଖାଇବାକୁ ତା’ ପାଖରେ ଦି’ ପଟ ରୁଟି ନାହିଁ । ଆମେ ସ୍ଵାମୀ ସ୍ତ୍ରୀ ଦୁହେଁ ପୂର୍ବରୁ ସାନ ପୁଅ ପାଖରେ ରହୁଥିଲୁ । ହେଲେ 6 ବର୍ଷ ପୂର୍ବରୁ ତା’ର ଅକାଳ ବିୟୋଗ ହେଇଗଲା । କିଛିଦିନ ଧରି ତା’ ସ୍ତ୍ରୀ ଖାଇବାକୁ ଦେଲା ହେଲେ ପରେ ତା’ର ମୋ ପୁତୁରା ସହ ଅନୈତିକ ସମ୍ପର୍କ କଥା ମୁଁ ଜାଣିପାରି ବିରୋଧ କରିବାରୁ ଆମ ବୁଢା ବୁଢୀ ଦୁହିଁଙ୍କୁ ମାଡ ମାରି ଘରୁ ବାହାର କରିଦେଲା ।

ଆମେ ଦୁଇ ବର୍ଷ ବୃଦ୍ଧାଶ୍ରମରେ ରହିଲୁ ଏହାରି ଭିତରେ ମୋ ସ୍ତ୍ରୀ’ର ହୃଦଘାତ ହୋଇ ସାରିଥିଲା । ତେଣୁ ବଡ ପୁଅ ପାଖକୁ ଗଲୁ ହେଲେ ସେମାନଙ୍କ ଦାଉ ଆହୁରି ବଢିଗଲା । ଦି’ପଟ ଶୁଖିଲା ବାସି ରୁଟି ଆମକୁ ଖାଇବାକୁ ଦେଉଥିଲେ । ଆଉ କେତେ ଦିନ ଜନ୍ମ କଲା ପୁଅର ଅତ୍ୟାଚାର ସହିଥାନ୍ତୁ । ତେଣୁ ବିଷ ଖାଇବାକୁ ଶ୍ରେୟ ଭାବିଲୁ ।

ମୋର ଏବଂ ମୋ ସ୍ତ୍ରୀ ର ମୃ-ତ୍ୟୁର କାରଣ ଆମର ବଡ ପୁଅ, ଦୁଇ ବୋହୂ ଏବଂ ଜଣେ ପୁତୁରା ଅଟନ୍ତି । ଏମାନେ ମିଶି ଆମକୁ ଯେତିକି କଷ୍ଟ ଦେଇଛନ୍ତି ପ୍ରାର୍ଥନା ଅକରୁଛି ସମାଜର କୌଣସି ସନ୍ତାନ ତାଙ୍କ ବାପାମା’ଙ୍କୁ ନ ଦିଅନ୍ତୁ । ଅନୁରୋଧ କରିବି କେହି ବି ଏତେ ନିଷ୍ଠୁର ନ ହୁଅନ୍ତୁ । ବାପାମା’ଙ୍କୁ ନିର୍ଯ୍ୟାତନା ଦେଇଥିବା ସନ୍ତାନଙ୍କୁ କଠୋରରୁ କଠୋର ଶାସ୍ତି ମିଳୁ । ତା’ହେଲେ ଜା ମୋ ଆତ୍ମା ଶାନ୍ତି ପାଇବ । ମୋ ନାଁରେ ଯାହା ସମ୍ପତ୍ତି ଅଛି ତାକୁ ଆର୍ଯ୍ୟ ସମାଜ ନାଁରେ କରି ଦିଆଯାଉ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।