ହାର୍ଟ ଆଟାକ୍ କାହିଁକି ହୁଏ ? ଏହି 4 ଟି ଖାଦ୍ଯ ହାର୍ଟ ଆଟାକ୍ ର ମୁଖ୍ୟ କାରଣ, ଆପଣ ଖାଉଛନ୍ତି କି ଏହିସବୁ ଖାଦ୍ଯ ?

ଆମ ଦେଶରେ ଦିନକୁ ଦିନ ହୃଦଘାତ ଜନିତ ମୃ-ତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । କେବଳ ବୟସ୍କ ନୁହଁନ୍ତି ବରଂ ଯୁବପିଢି ମଧ୍ୟ ହୃଦଘାତର ଶିକାର ହେଉଥିବା ଦେଖିବାକୁ ମିଳୁଛି । ତେବେ ଅନିୟମିତ ଜୀବନଶୈଳୀ, ଅସନ୍ତୁଳିତ ଖାଦ୍ୟପେୟ, ମୋଟାପଣ ଆଦି ହୃଦଘାତର ମୁଖ୍ୟ କାରଣ ବୋଲି ଜଣାପଡିଛି । ଆଜି ଆମେ ଆପଣଙ୍କୁ ଚାରୋଟି ଏଭଳି ଖାଦ୍ଯ ବିଷୟରେ କହିବୁ ଯାହା ହୃଦଘାତକୁ ଡାକି ଆଣିଥାଏ । ଆପଣ ଯଦି ଏହିସବୁ ଖାଦ୍ଯ ଖାଉଛନ୍ତି ତେବେ ଶୀଘ୍ର ସତର୍କ ହୋଇଯାନ୍ତୁ ନହେଲେ ହୋଇପାରେ ହୋଇପାରେ ହାର୍ଟ ଆଟାକ୍ ।

ଖାସ କରି ଥଣ୍ଡା ଦିନରେ ଆମ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବା ସହ ଆମ ଶରୀରକୁ ଅନେକ ରୋଗବ୍ୟାଧି ମାଡି ବସେ । ତେଣୁ ଏଭଳି ସମୟରେ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ସହ ଶରୀର ପ୍ରତି ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏଭଳି କିଛି ଖାଦ୍ଯ ରହିଛି ଯାହା ଆମ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ ।

କାରଣ ଏସବୁ ଖାଦ୍ଯ ହାର୍ଟ ଆଟାକ୍ ର ସମ୍ଭାବନାକୁ ଅଧିକ ବଢାଇ ଦେଇଥାଏ । ଅଧିକ ରେଡ୍ ମିଟ୍ ଖାଇବା ଆମ ସ୍ୱାସ୍ଥ୍ୟପକ୍ଷେ ହାନିକାରକ ଅଟେ । ଏଥିରେ ଅତ୍ୟଧିକ ମାତ୍ରାରେ ସାଚୁରେଟେଡ ଫ୍ୟାଟ ବା କୋଲେଷ୍ଟ୍ରୋଲ ରହିଥାଏ ଯାହା ହୃଦଘାତ ଭଳି ସମସ୍ଯା ସୃଷ୍ଟି କରେ ।

ସେହିଭଳି ଅତ୍ୟଧିକ ଫାଷ୍ଟଫୁଡ୍ ସେବନ କରିବା ଠାରୁ ମଧ୍ୟ ଦୂରେଇ ରହିବା ଉଚିତ । ଏସବୁ ଖାଦ୍ୟ ଖାଇବା ଦ୍ଵାରା ଆମକୁ ଅଳସୁଆ ଅନୁଭବ ହୋଇଥାଏ । ଏହି ଖାଦ୍ଯ ଶୀଘ୍ର ହଜମ ହେବାରେ ମଧ୍ୟ ସମସ୍ଯା ଦେଖା ଦେଇଥାଏ । ତେଣୁ ଅଧିକ ଫାଷ୍ଟଫୁଡ୍ ଓ ତେଲ ମସଲା ଜାତୀୟ ଖାଦ୍ଯ ସେବନ କରିବା ଦ୍ଵାରା ଏହା ଆମ ଶରୀରରେ କୋଲୋଷ୍ଟ୍ରୋଲର ମାତ୍ରାକୁ ଅତ୍ୟଧିକ ପରିମାଣରେ ବଢାଇ ଦେଇଥାଏ ।

ଏଭଳି ଖାଦ୍ଯ ଖାଇବା ଦ୍ଵାରା ମେଦ ବହୁଳତା ସାଙ୍ଗକୁ ହୃଦଘାତ ଭଳି ସମସ୍ଯା ସୃଷ୍ଟି ହେବାର ସମ୍ଭାବନା ରହିଥାଏ । କିଛି ଲୋକ ତେଲଯୁକ୍ତ ଖାଦ୍ଯ ତଥା ଛଣାଛଣି ଖାଇବାକୁ ଅଧିକ ପସନ୍ଦ କରନ୍ତି । କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏଭଳି ଖାଦ୍ଯ ଖାଇବା ଠାରୁ ଦୂରେଇ ରହିବା ଉଚିତ ।

ଏହିସବୁ ଖାଦ୍ଯ ଆମ ଶରୀର ପ୍ରତି ବିପଦ ସୃଷ୍ଟି କରିଥାଏ । କାରଣ ଏହି ଖାଦ୍ଯରେ ଥିବା ତେଲ ଆମ ଶରୀରର କୋଲେଷ୍ଟ୍ରୋଲ ମାତ୍ରକୁ ବଢାଇ ଦେଇଥାଏ । ଯାହାଦ୍ୱାରା ଆମ ଶରୀରରେ ଆହୁରି ଅନେକ ଭୟଙ୍କର ରୋଗ ସୃଷ୍ଟି କରିଥାଏ । ସେହିଭଳି ଲୋକମାନେ ଚାହା, ପେଷ୍ଟ୍ରି, ମିଠା ଓ ଚକୋଲେଟ ଭଳି ମିଠାଜାତୀୟ ଖାଦ୍ଯ ଖାଇବାକୁ ମଧ୍ୟ ପସନ୍ଦ କରନ୍ତି । ଏହିସବୁ ଖାଦ୍ଯର ଅତ୍ୟଧିକ ସେବନ ଦ୍ଵାରା ମଧ୍ୟ ଆମ ଶରୀରରେ କୋଲେଷ୍ଟ୍ରୋଲର ମାତ୍ରା ଅଧିକ ବଢି ଯାଇଥାଏ ।

ଯେଉଁଥି ପାଇଁ ହୃଦଘାତ ଭଳି ରୋଗର ସମ୍ଭାବନା ଉପୁଜିଥାଏ । ଆପଣ ଯଦି ଏହିସବୁ ନିୟମ ପାଳନ କରିବେ ତେବେ ହାର୍ଟ ଆଟାକ୍ ଭଳି ଘାତକ ରୋଗ ଠାରୁ ଦୂରେଇ ରହିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।