୬୫ ବର୍ଷୀୟ ପ୍ରଡ୍ୟୁସର ଏହି ଅଭିନେତ୍ରୀକୁ କରିଥିଲା ଖରାପ ଡିମାଣ୍ଡ, ନିଜେ ଶୁଣେଇଲେ ପୁରା ଘଟଣା

ବଲୀଉଡ ହେଉ କିମ୍ବା ଟେଲିଭିଜନ ଇଣ୍ଡଷ୍ଟ୍ରି ଦୁଇଟି ହିଁ ଜାଗାରେ ଅଭିନେତା ଓ ଅଭିନେତ୍ରୀଙ୍କୁ ନିଜର ସ୍ଵତନ୍ତ୍ର ପରିଚୟ କରିବା ପାଇଁ ବହୁତ ସଂଘର୍ଷ କରିବାକୁ ପଡିଥାଏ । ଏହା ବିଷୟରେ କେତେକ ଅଭିନେତ୍ରୀମାନେ ବି କହିଛନ୍ତି କି ଏହି ଇଣ୍ଡଷ୍ଟ୍ରିରେ କାମ କରିବା ଏତେ ବି ସହଜ ନୁହେଁ । ଏହା ମଧ୍ୟରେ ପ୍ରାୟତଃ କାସ୍ଟିଂଗ କାଉଚର ବହୁତ ମାମଲା ସାମ୍ନାକୁ ଆସିସାରିଛି । କିନ୍ତୁ ଏହି ମାମଲା ସେତେବେଳେ ସାମ୍ନାକୁ ଆସିଥାଏ ଯେତେବେଳେ ଗୋଟିଏ ଅଭିନେତ୍ରୀ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ଵତନ୍ତ୍ର ପରିଚୟ କରିସାରିଥାଏ ।

ଟେଲିଭିଜନ ଇଣ୍ଡଷ୍ଟ୍ରି ଓ ୱେବ ସିରିଜରେ କାମ କରିସାରିଥିବା ଅଭିନେତ୍ରୀ ଏହିଭଳି କିଛି କହିଛନ୍ତି କି ସେ ବି କାସ୍ଟିଂଗ କାଉଚ ର ଶିକାର ହୋଇସାରିଛନ୍ତି । ସେ ହେଉଛନ୍ତି ଅଭିନେତ୍ରୀ ମଲ୍ହାର ରାଠୋଡ । ସମାଚାର ଏଜେନ୍ସି AFP ସହ କଥା ହେବା ସମୟରେ ମଲ୍ହାର ରାଠୋଡ ନିଜର ପର୍ସନାଲ ଲାଇଫ ବିଷୟରେ ବହୁତ ବଡ ବୟାନ ଦେଲେ । ଯେଉଁଥିରେ ମଲ୍ହାର ରାଠୋଡ ନିଜ କ୍ୟାରିୟର ଆରମ୍ଭରେ ତାଙ୍କ ସହିତ କଣ କଣ ହୋଇଥିଲା ତାହାର ଆପବିତି ଶୁଣାଇଲେ ।

ସେ କହିଲେ କି କେଉଁ ଭଳି ଭାବରେ ତାଙ୍କୁ କାସ୍ଟିଂଗ କାଉଚର ସାମ୍ନା କରିବାକୁ ପଡିଥିଲା । ମଲ୍ହାର ରାଠୋଡ କହିଲେ କି ସେହି ସମୟରେ ସେ ଏକ ଟିନ ଏଜ ଅଭିନେତ୍ରୀ ଥିଲେ ଓ ସେତେବେଳେ ସେ ୬୫ ବର୍ଷୀୟ ପ୍ରଡ୍ୟୁସରଙ୍କ ପାଖକୁ ଯାଇ କାମ ମାଗିଲେ ତ ସେହି ପ୍ରଡ୍ୟୁସର ତାଙ୍କ ପାଇଁ କିଛି ଖରାପ ଡିମାଣ୍ଡ ରଖିଲା ।

ପ୍ରଡ୍ୟୁସର ତାଙ୍କୁ କହିଥିଲା କି ତୁମେ ନିଜର ଟପ ବାହାର କର । ମଲ୍ହାର ରାଠୋଡ ସେହି ସମୟରେ ଇଣ୍ଡଷ୍ଟ୍ରିରେ ନୂଆ ଥିଲେ । ସେ କିଛି ଜାଣି ପାରୁ ନ ଥିଲେ କି ସେ କଣ କରିବେ । ସେ କହିଲେ କି ମୁଁ ସେହି ସମୟରେ ବହୁତ ଡରି ଯାଇଥିଲି । ଏହା ପରେ ମଲ୍ହାର ରାଠୋଡଙ୍କୁ ୬୫ ବର୍ଷୀୟ ପ୍ରଡ୍ୟୁସରଙ୍କ କଥା ବହୁତ ଖରାପ ଲାଗିଲା ଓ ସେ ମନା କରି ଘରକୁ ଫେରି ଆସିଲେ ।

ମଲ୍ହାର ରାଠୋଡଙ୍କ ପରିବାରରେ ୫ ଜଣ ସଦସ୍ୟ ଅଛନ୍ତି । ଯାହାର ଖର୍ଚ ସେ ନିଜେ ବହନ କରନ୍ତି । କିନ୍ତୁ ଶେଷରେ ସେ ନିଜର ଦମରେ ବିଭିନ୍ନ ଟିଭି ସିରିୟଲ ଓ ବିଜ୍ଞାପନର ଅଂଶ ରହିସାରିଛନ୍ତି ।