ବଲୀଉଡର ଲୋକପ୍ରିୟ ଅଭିନେତ୍ରୀ ଶିଲ୍ପା ଶେଟ୍ଟୀ କୁନ୍ଦ୍ରାଙ୍କ ଘରେ ବହୁତ ହିଁ ବଡ ଖୁସି ଖବର ଆସିଛି । କହିବାକୁ ଗଲେ ଶିଲ୍ପା ଶେଟ୍ଟୀ କୁନ୍ଦ୍ରା ଦ୍ଵିତୀୟ ଥର ଏକ ଝିଅର ମା’ ହୋଇଛନ୍ତି । ସେ ନିଜ ଝିଅର ପ୍ରଥମ ଫଟୋ ଅଫିସିୟଲ ଇଂସ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି । ଏହି ଫଟୋ ସହିତ ଶିଲ୍ପା ନିଜ ଝିଅର ନାଁ ବି କହିଲେ । ୧୫ ଫେବୃୟାରୀ ୨୦୨୦ରେ ଜନ୍ମ ଗ୍ରହଣ କରିଥିବା ଝିଅର ନାମ ସେ ସମିଶା ଶେଟ୍ଟୀ କୁନ୍ଦ୍ରା ରଖିଛନ୍ତି । ଶିଲ୍ପାଙ୍କୁ ଏହି ଫଟୋ ଉପରେ ଚାରିଆଡୁ ବହୁତ ଜବରଦସ୍ତ ଶୁଭେଚ୍ଛା ମିଳୁଛି । ଖାସ କଥା ଏହା ଅଟେ କି ସେ ସେରୋଗେସୀରେ ମା ହୋଇଛନ୍ତି । ଶିଲ୍ପା ଶେଟ୍ଟୀଙ୍କର ପୂର୍ବରୁ ହିଁ ଗୋଟିଏ ପୁଅ ଅଛି ।
ଶିଲ୍ପା ଶେଟ୍ଟୀଙ୍କ ପୁଅ ବିୟାନ କୁନ୍ଦ୍ରାଙ୍କ ବୟସ ୭ ବର୍ଷ ଅଟେ । ଅନ୍ୟ ପଟେ ୭ ବର୍ଷ ପରେ ସେ ପୁଣି ଥରେ ମା ହେବା ପାଇଁ ନିଷ୍ପତି ନେଇଛନ୍ତି । ସବୁଠୁ ଆଶ୍ଚର୍ଯ୍ୟ କର କଥା ଏହା ଅଟେ କି ଏହା ପୂର୍ବରୁ ତାଙ୍କର ଝିଅ ବିଷୟରେ କେହି କିଛି ବି ଜାଣି ନଥିଲେ । ଶିଲ୍ପା ବର୍ତ୍ତମାନ ପର୍ଯ୍ୟନ୍ତ ନିଜ ଝିଅର ଚେହେରା ତ ଦେଖାଇ ନାହାନ୍ତି, କିନ୍ତୁ ଏକ ଭଲ ଫଟୋ ଶେୟାର କରିଛନ୍ତି । ଯେଉଁଥିରେ ସମିଶା ନିଜର କୁନି ହାତରେ ଶିଲ୍ପାଙ୍କ ଆଙ୍ଗୁଠିକୁ ଧରି ରଖିଛନ୍ତି ।
ଶିଲ୍ପା ଏହି ଫଟୋର କ୍ୟାପସନରେ ଲେଖିଛନ୍ତି କି – ଓମ ଶ୍ରୀ ଗଣେଶାୟ ନମଃ । ଏହି ଚମତ୍କାର ସହିତ ଆମର ପ୍ରାର୍ଥନା ଭଗବାନ ଶୁଣି ନେଲେ । ହୃଦୟର ସହିତ ଆମେ ଏହା ଘୋଷଣା କରୁଛୁ କି ଆମ ଘରକୁ ଏକ ଛୋଟ ପରି ଆସିଛି ।“
ସେ ନିଜ ଝିଅର ନାଁ ସମିଶା କହି ଏହାର ଅର୍ଥ ବି କହିଛନ୍ତି । ସେ ଲେଖିଲେ କି – ‘ଘରକୁ ଆସିଥିବା ଜୁନିୟର ଏସଏସକେ ର ସଂସ୍କୃତରେ ‘ସ’ ର ଅର୍ଥ ଅଟେ ‘ପ୍ରାପ୍ତ ହେବା’ ଓ ମିଶାର ରସିୟନରେ ଅର୍ଥ ଅଟେ କି ସେ ଯିଏ ଭଗବାନଙ୍କ ସମାନ ଅଟେ’ ତୁମେ ଏହି ନାମକୁ ସାକାର କରୁଛ । ଆମର ଲକ୍ଷ୍ମୀ ମାତା ଓ ଆମର ପରରିବାରକୁ ପୁରା କରୁଛ ।