ରାହୁଲ ଦ୍ରାବିଡଙ୍କ ପୁଅ କରିଲା ଧମାଲ, ଦୁଇ ମାସ ମଧ୍ୟରେ ହିଁ ମାରିଲା ଦ୍ଵିତୀୟ ଦ୍ଵିଶତକ, ବୋଲିଙ୍ଗରେ ବି କରିଲେ ଧୁମ, ଦେଖନ୍ତୁ

ଯେତେବେଳେ ବି ଟିମ ଇଣ୍ଡିଆର ସବୁଠୁ ବିଶ୍ଵାସୀ ବ୍ୟାଟ୍ସମ୍ୟାନଙ୍କ ବିଷୟରେ କୁହାଯାଏ ତେବେ ଗୋଟିଏ ନାମ ସମସ୍ତଙ୍କ ମୁହଁରେ ଆସିଥାଏ । ସେହି ଖେଳାଳି ଜଣକ ହେଉଛନ୍ତି ରାହୁଲ ଦ୍ରାବିଡ଼ । ତାଙ୍କୁ ମିସ୍ଟର ଭରୋସେମନ୍ଦ ଓ ଦ ୱାଲ ର ନାମ ବି ଦିଆ ଯାଇଛି । କିନ୍ତୁ ବର୍ତ୍ତମାନ ରାହୁଲ ଦ୍ରାବିଡ ଭାରତୀୟ ଟିମ ରୁ ସନ୍ୟାସ ନେଇ ବାଂଗାଲୁରୁ ସ୍ଥିତ ନେଶନଲ କ୍ରିକେଟ ଏକାଡେମୀ (National Cricket Academy)ର ଦାୟିତ୍ଵ ନିର୍ବାହ କରୁଛନ୍ତି ।

କିନ୍ତୁ ଏହା ମଧ୍ୟରେ ଅନ୍ୟ ପଟେ ଏକ ନୂଆ କାନ୍ଥ ତିଆରି ହେବାର ନଜର ଆସୁଛି । ସେ ଆଉ କେହି ନୁହନ୍ତି, ସେ ହେଉଛି ରାହୁଲ ଦ୍ରାବିଡଙ୍କ ପୁଅ ସମିତ ଦ୍ରାବିଡ । କହିବାକୁ ଗଲେ ଦ୍ରାବିଡଙ୍କ ୧୪ ବର୍ଷର ପୁଅ ସମିତ ଦୁଇ ମାସରୁ ବି କମ ସମୟ ମଧ୍ୟରେ ଦ୍ଵିତୀୟ ଶତକ ମାରି କମାଲ କରି ଦେଇଛନ୍ତି ।

୨୦୪ ରନ ର ପାରି ଖେଳି ମାରିଲେ ଦ୍ଵିତୀୟ ଶତକ

ରାହୁଲ ଦ୍ରାବିଡଙ୍କ ପୁଅ ସମିତ ଦ୍ରାବିଡ ଜୁନିୟର କ୍ରିକେଟ ରେ ନିଜର ପ୍ରତିଭା ଦେଖାଇବା ବହୁତ ପୂର୍ବରୁ ହିଁ ଆରମ୍ଭ କରି ଦେଇଥିଲେ । ବର୍ତ୍ତମାନ ସେ ଅଣ୍ଡର ୧୪ ଗୃପ I, ଡିବିଜନ II ର ବୀଟୀଆର ଶୀଲ୍ଡ ଟୂର୍ନାମେଂଟ ରେ ନିଜର ଦ୍ଵିତୀୟ ଶତକ ମାରିଛନ୍ତି । ସମିତ ମାଲ୍ୟା ଅଦିତି ଇଂଟରନେଶନଲ ସ୍କୁଲ ତରଫରୁ ଖେଳି ୩୩ଟି ବାଉଣ୍ଡରୀ ସାହାର୍ଯ୍ୟରେ ୨୦୪ ରନ କରିଛନ୍ତି । ତାଙ୍କର ଏହି ପାରି କାରଣରୁ ତାଙ୍କର ଟିମ ୩ ୱିକେଟରେ ୩୭୭ ରନ ର ବଡ ସ୍କୋର କରିଥିଲେ ।

ବୋଲିଙ୍ଗ ଦ୍ଵାରା ବି ଭଲ ପ୍ରଦର୍ଶନ, ୨୬୭ ରନରେ ଜିତିଲା ଟିମ

କେବଳ ବ୍ୟାଟିଙ୍ଗ ଦ୍ଵାରା ନୁହେଁ, ସମିତ ଦ୍ରାବିଡ ବୋଲିଙ୍ଗ ଦ୍ଵାରା ବି ଭଲ ପ୍ରଦର୍ଶନ କରି ସମସ୍ତଙ୍କ ଧ୍ୟାନ ନିଜ ଆଡକୁ ଆକର୍ଷିତ କରିଛନ୍ତି । ଜବରଦସ୍ତ ବ୍ୟାଟିଙ୍ଗ କରିବା ପରେ ବୋଲିଙ୍ଗ ପାଇଁ ଆସିଥିବା ସମିତ ବିପକ୍ଷ ଟିମର ଦୁଇ ଜଣ ଖେଳାଳିଙ୍କୁ ବି ପବେଲିୟାନର ରାସ୍ତା ଦେଖେଇଛନ୍ତି । ସମିତଙ୍କର ଅଲରାଉଂଡ ପ୍ରଦର୍ଶନ ଦ୍ଵାରା ବିପକ୍ଷ ଟିମର  ଶ୍ରୀକୁମାରନ କେବଳ ୧୧୦ ରନ କରି ପାରିଥିଲେ । ଏହା ସହିତ ସମିତଙ୍କର ଟିମ ଏହି ମ୍ୟାଚକୁ ୨୬୭ ରନ ର ବଡ ଅନ୍ତର ଦ୍ଵାରା ନିଜ ନାମରେ କରିନେଲେ ।

ଡିସେମ୍ବର ୨୦୧୯ରେ ୨୫୬ ବଲରେ କରିଥିଲେ ୨୦୧ ରନ

ଏହା ପ୍ରଥମ ଥର ନୁହେଁ ଯେତେବେଳେ ସମିତ ଦ୍ରାବିଡ ଦ୍ଵିତୀୟ ଶତକ ଲଗାଇଛନ୍ତି । ଡିସେମ୍ବର ୨୦୧୯ରେ ସମିତ ଦ୍ରାବିଡ ଭାଇସ ପ୍ରେସିଡେଂଟ୍ସ ଇଲେୱନ ପାଇଁ ଖେଳି ଧାରୱାଡ଼ ଜୋନ ବିରୁଦ୍ଧରେ ୨୫୬ ବଲରେ ୨୦୧ ରନ ର ପାରି ଖେଳିଥିଲେ । ଏହି ମ୍ୟାଚରେ ସେ ୨୨ଟି ବାଉଣ୍ଡରୀ ବି ଲଗାଇ ଥିଲେ । ଏହି ମ୍ୟାଚ ଅନ୍ଡର ୧୪ ଇଣ୍ଟର ଜୋନଲ ଟୂର୍ନାମେଂଟ ଅଧୀନରେ ଖେଳା ଯାଇଥିଲା ।

ଦ୍ରାବିଡଙ୍କ ବିଷୟରେ କିଛି ଖାସ କଥା

ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେବା ପରେ ରାହୁଲ ଦ୍ରାବିଡ ବହୁତ ବ୍ୟସ୍ତରେ ଅଛନ୍ତି । ପ୍ରଥମେ ତାଙ୍କୁ ୨୦୧୫ରେ ଇଣ୍ଡିଆ ଏ ଓ ଅନ୍ଡର ୧୯ ଟିମର ହେଡ କୋଚ କରାଗଲା । ତାଙ୍କର ଦେଖାଶୁଣାରେ ଟିମ ଅନ୍ଡର ୧୯ ୱାର୍ଲ୍ଡକପ ୨୦୧୬ରେ ଫାଇନାଲରେ ଜାଗା କରିଥିଲା । ଏହି ପ୍ରଦର୍ଶନକୁ ଦେଖି ଦୁଇ ବର୍ଷ ପାଇଁ ତାଙ୍କର କାର୍ଯ୍ୟକାଳକୁ ବଢାଇ ଦିଆଗଲା ।

ଏହା ପରେ ବର୍ଷ ୨୦୧୯ରେ ଦ୍ରାବିଡଙ୍କୁ ନ୍ୟାଶନାଲ କ୍ରିକେଟ ଏକାଡେମୀର ଡାୟରେକ୍ଟର ପଦର ଦାୟିତ୍ଵ ଦିଆ ଯାଇଛି । ଏହା ଛଡା ବର୍ଷ ୨୦୧୬ ଓ ୨୦୧୭ରେ ସେ ଆଇପିଏଲ ଲିଗରେ ଦିଲ୍ଲୀ କ୍ୟାପିଟାଲ ଟୀମ ର ମେଣ୍ଟର ବି ରହିଛନ୍ତି । ଦ୍ରାବିଡଙ୍କୁ ପୃଥ୍ୱୀ ଶ, ଶୁଭମନ ଗିଲ, ଶ୍ରେୟସ ଅଯ୍ଯର ଭଳି ଖେଳାଳିଙ୍କୁ ପାରଙ୍ଗମ କରିବାର ଶ୍ରେୟ ଦିଆଯାଇଥାଏ ।