ହରିୟାଣାର ଝିଅ ଆଗରେ ମହାନାୟକ ଯୋଡିଲେ ହାତ, କହିଲେ – ୧୯ ବର୍ଷ ଭିତରେ ଦେଖି ନାହିଁ ଏମିତି କଣ୍ଟେଷ୍ଟେଣ୍ଟ

ବଲୀଉଡର ମହାନାୟକ ଅମିତାଭ ବଚ୍ଚନ ଗତ ୧୯ ବର୍ଷ ହେବ ସୋନିରେ ଆସୁଥିବା ‘କୌନ ବନେଗା କରୋଡ଼ପତି’କୁ ହୋଷ୍ଟ କରୁଛନ୍ତି । ବର୍ତ୍ତମାନ ହିଁ ମହାନାୟକ ଏହି ସିଜିନରେ ଜଣେ କଂଟେସ୍ଟେଂଟକୁ ମାନି ନେଇ ଛନ୍ତି କି ତାହା ଭଳି ଆଉ କେହି ନାହାନ୍ତି । KBCର ଏହି ସିଜିନରେ ବି ଅମିତାଭ ବଚ୍ଚନଙ୍କୁ ବହୁତ ପସନ୍ଦ କରା ଯାଉଛି ।

ହରିୟାଣାର ଝିଅ ଆଗରେ ମହାନୟକ ଯୋଡିଲେ ହାତ

ହରିୟାଣାର ଝଜ୍ଜରରେ ରହୁଥିବା ପ୍ରିୟଙ୍କା ଜୁନଙ୍କ ବିଷୟରେ କେବିସିର ହୋଷ୍ଟ ଅମିତାଭ ବଚ୍ଚନ କହିଲେ କି ୧୯ ବର୍ଷର ଇତିହାସରେ ଏହିଭଳି କଂଟେସ୍ଟେଂଟ ହଟ ସିଟରେ ବସି ନାହିଁ । ଅସଲରେ ପ୍ରିୟଙ୍କାର କଥାକୁ ଦର୍ଶକମାନେ ବି ବହୁତ ଏନଜୟ କରୁଥିଲେ । କହିବାକୁ ଗଲେ ପ୍ରିୟଙ୍କା ନିଜ କଥାକୁ ନିଜ ହରିୟାଣବୀ ଅନ୍ଦାଜରେ କହୁଥିଲେ । ଯେଉଁଥିରେ ସମସ୍ତେ ଏଞ୍ଜୟ କରୁଥିଲେ ।

ଯେତେବେଳେ ସେ ୧ ଲକ୍ଷ ୬୦ ହଜାର ଟଙ୍କାର ପ୍ରଶ୍ନର ଭୁଲ ଉତ୍ତର ଦେଇ ମାତ୍ର ୧୦ ହଜାର ଟଙ୍କା ନେଇ ଖେଳରୁ ବାହାରିଗଲେ ତେବେ ସେ କହିଲେ କି ଭଲ ହୋଇଛି ବାହାରି ଯାଇଛି, ଏହା ଦ୍ଵାରା କିଛି ଅନ୍ୟ ଲୋକମାନଙ୍କୁ ଚାନ୍ସ ମିଳିଯିବ । ଯେତେବେଳେ କି ତାଙ୍କ ପାଖରେ ଏକ ଲାଇଫଲାଇନ ବାକି ଥିଲା । ସେ ଯଦି ଚାହିଁଥାନ୍ତେ ତେବେ ସେ ଏକ୍ସପର୍ଟ ରିଚା ଅନିରୁଦ୍ଧଙ୍କୁ ସଠିକ ଜବାବ ପଚାରି ପାରିଥାନ୍ତେ ।

କିନ୍ତୁ ସେ ଏହା କରିଲେ ନାହିଁ । ପ୍ରିୟଙ୍କାଙ୍କ ଅନୁସାରେ ଯେତେବେଳ ସେ ହଟ ସିଟ ପାଇଁ ଅପେକ୍ଷା କରୁଥିଲେ ତେବେ ତାଙ୍କୁ ନିଦ ଆସୁଥିଲା ଓ ଯେତେବେଳେ ସେ ଫାଷ୍ଟେଷ୍ଟ ଫିଂଗର ପାଇଁ ଖେଳୁ ଥିଲେ ତେବେ ତାଙ୍କୁ ଲାଗିଲା କି ବର୍ତ୍ତମାନ ତାଙ୍କର ନମ୍ବର ଆସିଯିବ । ସେ କହିଲେ କି ସେ ଅନ୍ଦାଜ ଲଗାଇ ଥିଲେ ଓ ତାହା ଠିକ ହୋଇଗଲା ।

କିଛି ଏହିଭଳି ଥିଲା ପ୍ରଶ୍ନ – ଉତ୍ତର

୧ ଲକ୍ଷ ୬୦ ହଜାର ଟଙ୍କାର ପ୍ରଶ୍ନ, ଏଥିରେ କିଏ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରଷ୍କାରର ସବୁଠୁ କମ ବୟସର ବିଜେତା ଅଟନ୍ତି ।

ଉତ୍ତର – ସାକ୍ଷୀ ମଲିକ (ଭୁଲ ହେଲା) ସଠିକ ଉତ୍ତର – ଅଭିନବ ବିନ୍ଦ୍ରା

ମହାଭାରତର ଏହି ପାତ୍ର ମଧ୍ୟରେ କିଏ କୌରବ ବଂଶର ଅଂଶ ନ ଥିଲେ (ଫ୍ଲିପ ଦ କ୍ଵିଶ୍ଚିନ ଲାଇଫଲାଇନ)

ଉତ୍ତର – ଶକୁନି

ମୁନ୍ନା ଭାଈ ଶ୍ରୃଂଖଳା ଫିଲ୍ମ ଗୁଡିକରେ ସରକେଶ୍ୱରର ଚରିତ୍ର କୁ କେଉଁ ନାମରେ ସମସ୍ତେ ଜାଣିଛନ୍ତି ।

ଉତ୍ତର – ସର୍କିଟ

କେଉଁ ଅଭିନେତ୍ରୀର ଟ୍ୱିଟର ବାୟୋ ଅଟେ, ‘ଶଟଗନ ଜୂନିୟର’ (୫୦-୫୦ ଲାଇଫଲାଇନ)

ଉତ୍ତର – ସୋନାକ୍ଷୀ ସିନ୍ହା

୧୪ ଫେବ୍ରୁୟାରୀ ୨୦୧୯ରେ କେଉଁଠି ଆତ୍ମଘାତି ଆକ୍ରମଣ ହୋଇଥିଲା ଯେଉଁଥିରେ ୪୦ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ ?

ଉତ୍ତର – ପୁଲୱାମା

ଏମାନଙ୍କ ମଧ୍ୟରୁ କଣ କେଉଁଟି କମ୍ପ୍ୟୁଟର ଅପରେଟିଂଗ ସିସ୍ଟମ ନୁହେଁ ବିକଳ୍ପ (ଲାଇଫଲାଇନ)

ଉତ୍ତର – ମାଇକ୍ରୋସଫ୍ଟ ଅଫିସ

ଭାରତରେ ବର୍ଷ ୨୦୧୯ରେ ମେ ଏପ୍ରିଲରେ ଏମାନଙ୍କ ମଧ୍ୟରେ କେଉଁ ଆୟୋଜନ ୭ଟି ଚରଣରେ ହୋଇଥିଲା

ଉତ୍ତର – ସାଧାରଣ ନିର୍ବାଚନ

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।