ଝିଅର ବୁର୍କା ପିନ୍ଧିବା ଉପରେ ତସ୍ଲୀମା ନସରୀନ ଉଠାଇଥିଲେ ପ୍ରଶ୍ନ, ଏବେ ଏଆର ରେହମାନ ଦେଲେ ଏହି ଜବାବ

ବାଂଲାଦେଶର ଜଣା ଶୁଣା ଲେଖିକା ତସ୍ଲୀମା ନସରୀନ ପ୍ରସିଦ୍ଧ ସଂଗୀତକାର ଏଆର ରହମାନଙ୍କ ଝିଅଙ୍କ ବୁର୍କା ପିନ୍ଧିବାକୁ ନେଇ ପ୍ରଶ୍ନ ଉଠାଇ ଥିଲେ । ତସ୍ଲୀମା ନସରୀନ କହିଥିଲେ କି ତାଙ୍କୁ ଏଆର ରହମାନଙ୍କ ଗୀତ ବହୁତ ଭଲ ଲାଗେ । କିନ୍ତୁ ଯେତେବେଳେ ତାଙ୍କ ଝିଅକୁ ସେ ଦେଖନ୍ତି ତେବେ ତାଙ୍କୁ ଅଳ୍ପ ଅଜବ ଲାଗେ, ଏହା ଜାଣି ବହୁତ ହିଁ ଦୁଃଖିତ କରିଦିଏ କି ଗୋଟିଏ ଭଲ ପରିବାରର ଶିକ୍ଷିତ ଝିଅର କେମିତି ସହଜରେ ବ୍ରେନୱାଶ ହୋଇପାରେ ।

ତାଙ୍କର ଏହି କମେନ୍ଟ ଉପରେ ଖତୀଜା ରହମାନ କଡା ଜବାବ ଦେଇଥିଲେ । ଅନ୍ୟ ପଟେ ବର୍ତ୍ତମାନ ଏଆର ରହମାନ ତସ୍ଲୀମା ନସରୀନଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଇଛନ୍ତି ।

ଏଆର ରହମାନ ତାଙ୍କର ଏକ ଇଣ୍ଟରଭିୟୁରେ କହିଲେ କି, ‘ମୋତେ ଲାଗୁଛି କି ଯଦି ପିଲାମାନଙ୍କୁ ସେହିଭଳି ପାଳନ କରିବା, ଯେଉଁଥିରେ ତାଙ୍କୁ ଆମର ସମସ୍ୟା ଓ ଆମର ଅସୁବିଧା ବିଷୟରେ ଜଣାଥିବ । ତାଙ୍କୁ ଜଣାଥିବା ଦରକାର କି ଭଲ ଓ ଖରାପ ଦୁଇଟି ହିଁ ଆମକୁ ପିତୃପୁରୁଷଙ୍କ ଠାରୁ ମିଳିଛି । ଯାହା ଅଛି ବାସ ତାହା ହିଁ ଅଟେ । ତାକୁ ସ୍ଵତନ୍ତ୍ରତା ଦିଆ ଯାଇଥାଏ ଓ ସେ (ଖତିଜା ରହମାନ) ନିଜର ଇଚ୍ଛା ଅନୁସାରେ ନିଜର କାମ କରିଥାଏ ।

କହିବାକୁ ଗଲେ ତସ୍ଲୀମା ନସରୀନଙ୍କ ଏହି କମେନ୍ଟ ବହୁତ ଜୋର ଧରିଥିଲା । ଏହା ପରେ ଖତୀଜା ରହମାନ ବି ତାଙ୍କୁ କଡା ଜବାବ ଦେଇ କହିଥିଲେ କି, ‘ମହିଳାମାନଙ୍କୁ ନିଚ୍ଚ ଦେଖାଇବା ଫେମିନିଜ୍ମ ହୋଇ ନ ଥାଏ । ଖତୀଜା ନିଜର ଇଂସ୍ଟ୍ରାଗାମରେ ଏକ ପୋସ୍ଟ ଲେଖିଥିଲେ, ଯେଉଁଥିରେ ସେ କହିଥିଲେ କି ମୁଁ କ୍ଷମା ମାଗୁଛି କି ଆପଣଙ୍କୁ ମୋର ଡ୍ରେସ ପିନ୍ଧିବାର ଷ୍ଟାଇଲ ଦେଖି ଅଜବ ଲାଗୁଛି ।

କିନ୍ତୁ ଦୟାକରି ଆପଣ ବାହାରକୁ ଯାଇ ସ୍ଵଚ୍ଛ ଓ ପରିଷ୍କାର ପବନ ଖାଆନ୍ତୁ କାରଣ ମୋତେ ଏହି ଡ୍ରେସ ପିନ୍ଧିବାକୁ ବିଲକୁଲ ବି ଅଜବ ଲାଗୁ ନାହିଁ । ଅଥବା ମୁଁ ବହୁତ ଗର୍ବ ଅନୁଭବ କରୁଛି । ମୁଁ ନିଜକୁ ଶକ୍ତିଶାଳୀ ଅନୁଭବ କରୁଛି । ଆପଣ ପ୍ରଥମେ ଗୁଗଲରେ ଫେମିନିଜ୍ମର ଅର୍ଥ ନିଶ୍ଚିତ ଦେଖି ନିଅନ୍ତୁ କାରଣ କୌଣସି ଝିଅଙ୍କୁ ନିଚ୍ଚ ଦେଖାଇବା ଓ କାହାର ପିତାକୁ ଏହିଭଳି ମୁଦ୍ଦାରେ ଟାଣିବା ଫେମିନିଜ୍ମ ହୋଇ ନ ଥାଏ ।

ଏହା ପୂର୍ବରୁ ବି ଖତୀଜା ରେହମାନଙ୍କ ବୁର୍କାକୁ ନେଇ ହଙ୍ଗାମା ହୋଇ ସାରଛି । ଗୋଟିଏ ଇଭେଣ୍ଟରେ ଖତୀଜା ରହମାନ ବୁର୍କା ପିନ୍ଧି ଆସିବା ପରେ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ହୋଇଥିଲା । ଏହାକୁ ନେଇ ସୋସିଆଲ ମିଡିଆରେ କେତେକ ଲୋକମାନେ ପ୍ରଶ୍ନ ବି କରିଥିଲେ, ଏହା ପରେ ଏଆର ରହମାନ କହିଥିଲେ କି ସେ ନିଜ ଝିଅର ଡ୍ରେସକୁ ନେଇ ନିଷ୍ପତି ନିଅନ୍ତି ନାହିଁ । ସେ ନିଜର ଇଚ୍ଛା ଅନୁସାରେ ନିଜର ସବୁ କାମ କରିଥାଏ ।