ମୁଁ ବି ପ୍ରେମ ବିବାହ କରିଥିଲି ହେଲେ ଚାରି ବର୍ଷ ପରେ… ନିଜ ବ୍ୟକ୍ତିଗତ ଜୀବନକୁ ନେଇ ପ୍ରଥମ ଥର ପାଇଁ କ୍ୟାମେରା ଆଗରେ ମୁହଁ ଖୋଲିଲେ ଅଭିନେତ୍ରୀ Ushashree Mishra

ଚିରସବୁଜ ଓଲିଉଡ ଅଭିନେତ୍ରୀ ଉଷଶ୍ରୀ ମିଶ୍ର ଓଡିଶାର ଘରେ ଘରେ ସୁପରିଚିତ । ସେ ତାଙ୍କ ସୁନ୍ଦରତା ଓ ଅଭିନୟକୁ ନେଇ ଯେତିକି ଚର୍ଚ୍ଚାରେ ରହିଛି ତାଙ୍କ ରୋକଠୋକ କହିବା ଶୈଳୀକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି । ଉଷଶ୍ରୀ ଏବେବି ଓଲିଉଡରେ ସକ୍ରିୟ ରହିଥିବା ବେଳେ ଏକ ଗଣମାଧ୍ୟମ ସାକ୍ଷାତକାରରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କଥା ଖୁଲାସା କରିଛନ୍ତି । ଆପଣ ଜାଣିଥିବେ କି ଉଷଶ୍ରୀ ମିଶ୍ର ଯେତେବେଳେ ଯାତ୍ରା ଦୁନିଆରେ ପାଦ ଦେଇଥିଲେ ସେତେବେଳେ ତାଙ୍କ ସହ କଣ ଘଟିଥିଲା ।

ଶା-ରୀ-ରି-କ ଓ ମା-ନ-ସି-କ ଭାବେ ନି-ର୍ଯ୍ୟା-ତ-ନା ପାଇବା ପରେ ସେ ଡିପ୍ରେସନକୁ ଚାଲି ଯାଇଥିଲେ ଓ ତାଙ୍କର ଏବେବି ଆଞ୍ଜାଇଟି ସମସ୍ଯା ରହିଛି ବୋଲି ଉଷଶ୍ରୀ କହିଛନ୍ତି । ଏହାପରେ କିନ୍ତୁ ଉଷଶ୍ରୀ ଡିପ୍ରେସନ ଓ ଆଞ୍ଜାଇଟିରୁ ବାହାରକୁ ଆସିବାକୁ ଚାହିଁଥିଲେ ଏବଂ ନିଜକୁ ପୂର୍ବ ଠାରୁ ସବଳ କରିଥିଲେ । ଏହି କାରଣରୁ ସେ ଯାତ୍ରା ଦୁନିଆ କିମ୍ବା ଏହାସହ ଜଡିତ କୌଣସି ଲୋକଙ୍କୁ ପସନ୍ଦ କରନ୍ତିନି ବୋଲି ସ୍ପଷ୍ଟ ଭାବେ କହିଛନ୍ତି ।

ଉଷଶ୍ରୀ ତାଙ୍କ ପ୍ରେମ ଓ ବୈବାହିକ ଜୀବନକୁ ନେଇ ମଧ୍ୟ ଅନେକ କଥା ଖୁଲାସା କରିଛନ୍ତି । ସେ କହିଛନ୍ତି କି, ସେ 32 ବର୍ଷ ବୟସରେ ପ୍ରେମ ବିବାହ କରିଥିଲେ । କିନ୍ତୁ ବାହାଘରର ତିନିରୁ ଚାରି ବର୍ଷ ପରେ ଉଭୟ ହୃଦୟଙ୍ଗମ କରିଥିଲେ କି ସେମାନଙ୍କ ବୈବାହିକ ଜୀବନ ଯେମିତି ଚାଲିବା କଥା ସେମିତି ଚାଲୁନି । ଉଭୟ ମଧ୍ୟରେ ସବୁବେଳେ ବିଶୃଙ୍ଖଳା ଦେଖା ଦେଉଛି । ତେଣୁ ଏହା କୌଣସି ଖରାପ ଦିଗରେ ଯିବା ପୂର୍ବରୁ ଉଭୟ ବସି ଅଲଗା ହେବାର ନିଷ୍ପତ୍ତି ନେଇଥିଲେ ।

ତେବେ ପରେ ସେମାନଙ୍କ ମଧ୍ୟରେ ସବୁକିଛି ଠିକ ଲାଗିବା ପରେ ଯଦି ସେମାନେ ଏକାଠି ହେବାକୁ ଚାହିଁବେ ତେବେ ଏକାଠି ହେବେ ବୋଲି କଥା ଦିଆନିଆ ହୋଇଥିଲେ । ଏହାରି ଭିତରେ ତାଙ୍କ ଜୀବନର 10 ବର୍ଷ ବିତି ଯାଇଥିଲା । ଆଉ ଏହି ସମୟ ପରେ ତାଙ୍କ ସ୍ଵାମୀ ଯେତେବେଳେ ଏକାଠି ହେବାକୁ ଚାହିଁଥିଲେ ଉଷଶ୍ରୀ ଆଉ ଇଚ୍ଛା କରି ନଥିଲେ । ଏନେଇ ଉଷଶ୍ରୀ କହିଛନ୍ତି କି, ଜୀବନର ଏତେ ବର୍ଷ ଏକୁଟିଆ ରହିବା ପରେ ମୁଁ ଆଉ ମୋ ଜୀବନରେ କୌଣସି ପୁରୁଷଙ୍କ ଆବଶ୍ୟକାତା ଅନୁଭବ କରୁ ନଥିଲି ।

ସଂସାର ଗଢିବା ପାଇଁ ମୋ ବୟସ ବି ଚାଲି ଯାଇଥିଲା ସେଥିପାଇଁ ବୈବାହିକ ଜୀବନକୁ ଆଉ ଆଗକୁ ବଢେଇବାକୁ ଚାହିଁ ନଥିଲି । ଏହାସହ ଉଷଶ୍ରୀ କହିଛନ୍ତି କି, ସେ ପଶୁପକ୍ଷୀଙ୍କୁ ଖୁବ ଭଲପାଆନ୍ତି ଓ ଏପରିକି 2004 ମସିହାରୁ କିଛି ଏନଜିଓ ପାଇଁ ମଧ୍ୟ କାମ କରି ଆସୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।