31 ମାର୍ଚ୍ଚ ପୂର୍ବରୁ ଆଧାର ସହ ପ୍ୟାନ ଲିଙ୍କ ନକଲେ ଦେବାକୁ ପଡିବ ଜୋରିମାନା, ଜାଣନ୍ତୁ ଆଧାର ପ୍ୟାନ ଲିଙ୍କ କଲେ ଆପଣଙ୍କର କଣ ଫାଇଦା ହେବ ?

ଆଧାର ସହ ପ୍ୟାନ୍ ଲିଙ୍କ କରିବା ତାରିଖ ଶେଷ ହେଉଛି ଆସନ୍ତା ମାର୍ଚ୍ଚ 31 ତାରିଖରେ । ଯଦି ଆପଣ ଆଧାର ସହ ପ୍ୟାନ ଲିଙ୍କ କରି ନାହାନ୍ତି ତେବେ ଆସନ୍ତା ଏପ୍ରିଲ 1 ତାରିଖରୁ ଆପଣଙ୍କ ପ୍ୟାନ ନିଷ୍କ୍ରିୟ ହୋଇଯିବ । ଫଳରେ ଆପଣଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବାଧା ସୃଷ୍ଟି ହେବାସହ ଆୟକର ରିଟର୍ଣ୍ଣ ଦାଖଲ ବେଳେ ଅସୁବିଧାରେ ପଡିବେ । ଡିଜିଟାଲ ଯୁଗରେ ସବୁ କାର୍ଯ୍ୟ ଡିଜିଟାଲରେ ହେଉଥିବା ବେଳେ ପ୍ରତି କାର୍ଯ୍ୟରେ ଆବଶ୍ୟକ ହେଉଛି ଆଧାରକାର୍ଡ ।

ଆଧାର ସହ ପ୍ୟାନ୍ ଲିଙ୍କ କରିବାକୁ ପୂର୍ବରୁ କହିଥିଲେ ସରକାର । ଯଦି ଆପଣ ନିର୍ଦ୍ଧାରିତ ସମୟ ମଧ୍ୟରେ ଆଧାର ସହ ପ୍ୟାନ ଲିଙ୍କ୍ କରୁନାହାନ୍ତି ତେବେ ଆପଣଙ୍କ ପ୍ୟାନକାର୍ଡ ବାତିଲ କରି ଦିଆଯିବ ଓ ଏହାପରେ 1 ହଜାର ଟଙ୍କା ଫାଇନ ଦେଇ ଆଧାର ପ୍ୟାନ ଲିଙ୍କ କରିବେ । ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟର ପକ୍ଷରୁ ଏଭଳି ଆଦେଶ ଦିଆଯାଇଛି । ଏହାସହ ସିକ୍ଯୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ ପକ୍ଷରୁ ମଧ୍ୟ ନିବେଶକ ମାନଙ୍କ ପାଇଁ ଆଧାର ସହ ପ୍ୟାନ ଲିଙ୍କ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଏହାକୁ ନେଇ ଏବେ ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଆଧାର ସହ ପ୍ୟାନ ଲିଙ୍କ କରିବାର କଣ ଆବଶ୍ୟକତା ରହିଛି ଓ ସାଧାରଣ ଜନତାଙ୍କୁ ଏଥିରୁ କଣ ଫାଇଦା ହେବ ଆସନ୍ତୁ ଜାଣିବା । ଆୟକର ବିଭାଗ ପକ୍ଷରୁ ଏହି ନିୟମ ଆସିବା ପରେ ସାମ୍ନାକୁ ଆସିଛି କି ଅନେକ ଲୋକଙ୍କ ପ୍ୟାନକାର୍ଡ ନମ୍ବର ସମାନ ଥିବାବେଳେ କେତେକ ବ୍ୟକ୍ତିଙ୍କୁ ଏକାଧିକ ସଂଖ୍ୟକ ପ୍ୟାନକାର୍ଡ ବଣ୍ଟନ କରାଯାଇଛି ।

ଯେଉଁମାନେ 1 ଜୁଲାଇ 2017 ପରେ ପ୍ୟାନକାର୍ଡ ପାଇଛନ୍ତି ସେମାନେ ଆଧାର ସହ ପ୍ୟାନ ଲିଙ୍କ କରିବା ଜରୁରୀ ରହିଛି । ହେଲେ 80 ବର୍ଷ କିମ୍ବା ଏହାଠୁ ଅଧିକ ବୟସର ଲୋକଙ୍କୁ ଆଧାର-ପ୍ୟାନ ଲିଙ୍କ କରିବାର ଆବଶ୍ୟକତା ନାହିଁ । ସେହିପରି ଅଣଆୟକର ଦେୟବର୍ଗ ଅନ୍ତର୍ଭୁକ୍ତ ବ୍ୟକ୍ତିଙ୍କୁ ମଧ୍ୟ ପ୍ୟାନ ଲିଙ୍କ କରିବା ଆବଶ୍ୟକ ନାହିଁ । ଆଧାର ସହ ପ୍ୟାନ ନକଲେ ଏଥିପାଇଁ ଆୟକରଦାତାଙ୍କ ଠାରୁ ଅଧିକ ଟାକ୍ସ କଟାଯିବ ସମ୍ଭାବନା ରହିଛି । ଏହାସହ ବ୍ଯାଙ୍କ ଏବଂ ଯେକୌଣସି ଆର୍ଥିକ କାରବାର ବେଳେ ଅସୁବିଧାରେ ପଡିବେ ।

ସେୟାର ମାର୍କେଟରେ କାମ କରୁଥିବା ସମସ୍ତ ପୁଞ୍ଜି ନିବେଶକଙ୍କ ପାଇଁ ଆଧାର ସହ ପ୍ୟାନ ଲିଙ୍କ କରିବା ଅତ୍ୟନ୍ତ ଜରୁରୀ । ଇନକମ ଟାକ୍ସ ଆକ୍ଟ 1961 ଅନୁଯାୟୀ ସମସ୍ତ ବ୍ୟକ୍ତିଙ୍କୁ ଆଧାର ସହ ପ୍ୟାନ ଲିଙ୍କ କରିବା ଆବଶ୍ୟକ ରହିଛି । ଲିଙ୍କ ନଥିବା ପ୍ୟାନକାର୍ଡକୁ କୌଣସି ଆର୍ଥିକ ଉଦ୍ଦେଶ୍ୟରେ ବ୍ୟବହାର କରୁଥିଲେ ଆୟକର ଅଧିନିୟମ ଧାରା 272 ଅନୁସାରେ 10 ହଜାର ଟଙ୍କା ଜୋରିମାନା ଦେବାକୁ ପଡିପାରେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।