ବିଜୁ ସ୍ୱାସ୍ଥ୍ୟକାର୍ଡରେ ଚାଲିଛି ହେରଫେର, ହସ୍ପିଟାଲ ନାଁରେ ସାଂଘାତିକ ଅଭିଯୋଗ ପରେ ସଜାଗ ହେଲା ପ୍ରଶାସନ ! ଦେଖନ୍ତୁ video

ବିଜୁ ସ୍ୱାସ୍ଥ୍ୟକାର୍ଡ ଯୋଗୁଁ ମାଲାମାଲ ହେଉଥିଲା ଘରୋଇ ହସ୍ପିଟାଲ । ମୃ-ତ ରୋଗୀଙ୍କ ପରିବାର ଲୋକେ ଏହି ହସ୍ପିଟାଲ ନାଁରେ ସାଂଘାତିକ ଅଭିଯୋଗ ଆଣିବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସରକାରଙ୍କ କହିବା ଅନୁଯାୟୀ ବିଜୁ ସ୍ୱାସ୍ଥ୍ୟକାର୍ଡରେ ରୋଗୀଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । ହେଲେ ଘରୋଇ ହସ୍ପିଟାଲ ସରକାରଙ୍କ ସମେତ ଗରିବ ଲୋକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ମାଲାମାଲ ହେବାରେ ଲାଗିଛନ୍ତି ।

ହସ୍ପିଟାଲ ନାଁରେ ବାରମ୍ବାର ଅଭିଯୋଗ ଆସିବା ପରେ ଏବେ ଢେଙ୍କାନାଳ ପ୍ରଶାସନର ନିଦ ଭାଙ୍ଗିଛି । ଦୀର୍ଘ ଦିନର ଅଭିଯୋଗକୁ କେନ୍ଦ୍ର କରି ଏବେ ଢେଙ୍କାନାଳର କିଛି ଘରୋଇ ହସ୍ପିଟାଲ ଉପରେ ଜିଲ୍ଲା ପ୍ରଶାସନ ହଠାତ ଚଢାଉ ଆରମ୍ଭ କରିଦେଇଛି । ବିଜୁ ସ୍ୱାସ୍ଥ୍ୟକାର୍ଡ ଯୋଜନାରେ ହେରଫେର ପ୍ରମାଣ ମିଳିବା ପରେ ଏକ ଘରୋଇ ନର୍ସିଙ୍ଗହୋମକୁ ସିଲ୍ କରିଛି ପ୍ରଶାସନ । ହସ୍ପିଟାଲ ଚିକିତ୍ସା ବାବଦକୁ ରୋଗୀଙ୍କ ଠାରୁ ଟଙ୍କା ନେବା ପରେ ସମାନ ରୋଗୀଙ୍କ ସମାନ ଚିକିତ୍ସା ପାଇଁ ପୁଣି ଥରେ BSKY କାର୍ଡରୁ ମଧ୍ୟ ଟଙ୍କା ଉଠାଇଥିବା ଅଭିଯୋଗ ହୋଇଛି ।

କେବଳ ସେତିକି ନୁହେଁ ବରଂ ହସ୍ପିଟାଲ ଗୁଡିକ ଡାକ୍ତରଙ୍କ ଜାଲ୍ ଦସ୍ତଖତ କରେଇ BSKY କାର୍ଡରେ ବ୍ୟାପକ ହେରଫେର କରୁଥିବାର ପ୍ରମାଣ ରହିଛି । ଅଭିଯୋଗ ଆସିବା ପରେ ବିଭିନ୍ନ ଘରୋଇ ହସ୍ପିଟାଲରେ ଯାଞ୍ଚ କରିବା ପରେ BSKY କାର୍ଡରେ ହେରଫେର ହୋଇଥିବା ନେଇ ଖୋଦ ସିଡ଼ିଏମଓ ଏବଂ ଜିଲ୍ଲାପାଳ ମାନିଛନ୍ତି । ମିଳିଥିବା ସୂଚନାନୁସାରେ ହିତାଧିକାରୀଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ଢେଙ୍କାନାଳ ଜିଲ୍ଲାରେ ମୋଟ 20ଟି ଘରୋଇ ହସ୍ପିଟାଲକୁ ବିଜୁ ସ୍ୱାସ୍ଥ୍ୟକାର୍ଡ ଅନୁବନ୍ଧିତ କରାଯାଇଛି ।

ପଣ୍ଡା ନର୍ସିଙ୍ଗହୋମ ନାମକ ଏକ ଘରୋଇ ହସ୍ପିଟାଲରେ ରୋଗୀଙ୍କୁ ଶୋ-ଷ-ଣ କରାଯାଉଥିବା ଅଭିଯୋଗ ଆସିବା ପରେ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ସଜାଗ ହୋଇଛି । ଜଣେ ରୋଗୀଙ୍କୁ BSKY ଯୋଜନା ମାଧ୍ୟମରେ ଚିକିତ୍ସା କରାଇବା ପରେ ପୁଣି ତାଙ୍କ ଠାରୁ ଟଙ୍କା ନେବା ଭଳି ସାଂଘାତିକ ଅଭିଯୋଗ ହୋଇଥିଲା । ଉକ୍ତ ରୋଗୀଙ୍କ ମୃ-ତ୍ୟୁ ପରେ ତାଙ୍କ ସମ୍ପର୍କୀୟମାନେ ଏନେଇ ପ୍ରଶାସନର ଦ୍ଵାରସ୍ଥ ହୋଇଥିଲେ ।

ହସ୍ପିଟାଲର ସବୁ ଗୁମର ଖୋଲିବା ପରେ ଏନେଇ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି ଅଭିଯୋଗକୁ ନେଇ ନର୍ସିଙ୍ଗହୋମର କୌଣସି ପ୍ରତିକ୍ରିୟା ଏବେ ଯାଏଁ ମିଳିନାହିଁ । ଏଭଳି ଶୋଷଣ ଓ ହେରଫେରକୁ ରୋକିବା ପାଇଁ ଏବେ ଅଣ୍ଟା ଭିଡିଛି ଜିଲ୍ଲା ପ୍ରଶାସନ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।