ଅମାନିଆଙ୍କୁ ଫୁଲମାଳ…, କାହିଁକି ଏମିତି କରୁଛି ରାଜ୍ୟ ଡ୍ରାଇଭର ମହାସଂଘ ? ଦେଖନ୍ତୁ କିପରି ରହିଛି ରାଜରାସ୍ତାର ମାହୋଲ, ଦେଖନ୍ତୁ video

ରାଜ୍ୟ ସରକାରଙ୍କ ନିକଟରେ 10 ଦଫା ଦାବି ନେଇ ରାଜ୍ୟ ଡ୍ରାଇଭର ମହାସଂଘର କର୍ମକର୍ତ୍ତା ମାନେ ରାଜ୍ୟବ୍ୟାପୀ ଆନ୍ଦୋଳନ ଜାରି ରଖିଛନ୍ତି । ଯାହାର ପ୍ରଭାବ ଏବେ ସାରା ରାଜ୍ୟରେ ଦେଖିବାକୁ ମିଳିଛି । ଏହା ପୂର୍ବରୁ ସମାନ ଦାବି ନେଇ 2022 ଏପ୍ରିଲରେ ରାଜ୍ୟବ୍ୟାପୀ ଷ୍ଟିୟରିଂ ଛାଡ ଆନ୍ଦୋଳନ କରିଥିଲେ ରାଜ୍ୟ ଡ୍ରାଇଭର ମହାସଂଘ । ସେତେବେଳେ ପରିସ୍ଥିତି ଅତ୍ୟନ୍ତ ଜଟିଳ ହୋଇଥିଲା ସାଧାରଣ ଜନତାଙ୍କୁ ଅସୁବିଧାର ସମୁଖୀନ ହେବାକୁ ପଡିଥିଲା ।

ଏପରିକି ଡ୍ରାଇଭର ସଂଘ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଚଳିତ ବର୍ଷ ପୁଣି ଥରେ 10 ଦଫା ଦାବି ନେଇ ସାରା ରାଜ୍ୟରେ ଡ୍ରାଇଭର ମହାସଂଘ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି । ଆଉ ଏହି ଆନ୍ଦୋଳନର ପ୍ରଭାବ ଆଜି ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ଦେଖିବାକୁ ମିଳୁଛି । ରାଜଧାନୀ ଭୁବନେଶ୍ବର ସମତେ କଟକ, ଜଗତସିଂପୁର, ବ୍ରହ୍ମପୁର ଆଦି ଜିଲ୍ଲା ମାନଙ୍କରେ ଏହାର ଅତ୍ୟଧିକ ପ୍ରଭାବ ଦେଖିବାକୁ ମିଳିଛି ।

ତେବେ ରାଜ୍ୟ ଡ୍ରାଇଭର ମହାସଂଘର ଏହି ଆନ୍ଦୋଳନକୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସମର୍ଥନ କରୁନାହିଁ । ଯାହାକୁ ନେଇ ଉଭୟ ଡ୍ରାଇଭର ସଂଘ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟ ଡ୍ରାଇଭର ମହାସଂଘ ଆନ୍ଦୋଳନରେ ବସିଥିବ ବେଳେ ଘରୋଇ ବସ୍ ଚଳାଚଳ ଆଜି ଅବ୍ଯାହତ ରହିଛି । ତେଣୁ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ପୋଲିସ ଡିଜିଙ୍କ ସହାୟତା ଲୋଡିବା ସହ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ପୂର୍ବରୁ ଚିଠି ଲେଖି ଜଣାଇଛି ଘରୋଇ ବସ୍ ମାଲିକ ସଂଘ ।

ବର୍ତ୍ତମାନ ରାଜ୍ୟରେ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ଏହି ସମୟରେ ଆନ୍ଦୋଳନ ନ କରିବାକୁ ଘରୋଇ ବସ୍ ମାଲିକ ସଂଘ ଅନୁରୋଧ କରିଛନ୍ତି । ତେବେ ରାଜ୍ୟ ଡ୍ରାଇଭର ମହାସଂଘ ଆନ୍ଦୋଳନ ଜାରି ରଖିଥିବା ବେଳେ ଗାଡି ଚଳାଚଳ କରୁଥିବା ବସ୍ ଡ୍ରାଇଭର ମାନଙ୍କ ଗାଡି ଅଟକାଇ ସେମାନଙ୍କୁ ଫୁଲମାଳ ଦେଇ ସମ୍ବର୍ଦ୍ଧନା କରୁଥିବା ଭଳି ଦୃଶ୍ୟ ଏବେ ସାମ୍ନାକୁ ଆସିଛି । ଏନେଇ ଜଣେ ଡ୍ରାଇଭର କହିଛନ୍ତି କି, ଆମେ ମୂର୍ଖ ଲୋକ ଆନ୍ଦୋଳନରେ ବସିଛୁ ଆଉ ସେମାନେ ଭଲ ଲୋକ ଗାଡି ଚଳାଉଛନ୍ତି ସେଥିପାଇଁ ଆମେ ଫୁଲମାଳ ଦେଉଛୁ ।

ତେବେ ଆନ୍ଦୋଳନ ସ୍ଥାନରେ ପୋଲିସ ପ୍ରଶାସନ ମଧ୍ୟ ଉପସ୍ଥିତ ରହି ନଜର ରଖିଥିବା ଦେଖିବାକୁ ମିଳିଛି । ଦେଖାଯାଉ ସରକାର ଡ୍ରାଇଭର ମହାସଂଘଙ୍କ ଦାବି ପୂରଣ କରୁଛନ୍ତି କି ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।