ପ୍ରେମ ବିବାହ କରିବା ସତ୍ଵେ କାହିଁକି ସ୍ଵାମୀ ସ୍ତ୍ରୀ ମଧ୍ୟରେ ହୋଇଥାଏ ଝଗଡା ? ଜାଣନ୍ତୁ ଏଥିପାଇଁ କଣ କରିବା ଉଚିତ

ଯଦି କୌଣସି ପୁଅ କୌଣସି ଝିଅ ପ୍ରତି ଆକର୍ଷିତ ହୁଏ କିମ୍ବା କୌଣସି ଝିଅ କୌଣସି ପୁଅ ପ୍ରତି ଆକର୍ଷିତ ହୁଏ ତେବେ ତାହାକୁ ହିଁ ପ୍ରେମ କୁହାଯାଏ । ଯେତେବେଳେ ଉଭୟ ପୁଅ ଓ ଝିଅର ପରିବାର ଲୋକମାନେ ନିଜ ସନ୍ତାନମାନଙ୍କର ପ୍ରେମକୁ ସ୍ଵୀକାର କରି ନିଅନ୍ତି ତେବେ ଦୁଇ ଜଣଙ୍କର ବିବାହ କରି ଦିଅନ୍ତି । କିନ୍ତୁ କେତେକ କ୍ଷେତ୍ରରେ ପରିବାର ଲୋକମାନଙ୍କ ବିରୁଦ୍ଧରେ ଯାଇ ବି କେତେକ ପ୍ରେମୀ ଯୋଡି ବିବାହ କରି ନିଅନ୍ତି । କିନ୍ତୁ ଏମିତିରେ ପ୍ରଶ୍ନ ଆସେ କି ପ୍ରେମ ବିବାହ କରିବା ସତ୍ବେ ବି କାହିଁକି ସ୍ଵାମୀ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥାଏ ।

କହିବାକୁ ଗଲେ କେତେକ ଲୋକମାନେ ପ୍ରେମ ବିବାହ ତ କରନ୍ତି କିନ୍ତୁ କିଛି ଦିନ ମଧ୍ୟରେ ସେମାନଙ୍କ ମଧ୍ୟରେ ବିବାଦ ଦେଖାଯାଏ ଓ ବେଳେ ବେଳେ ଏହି ବିବାଦ ଛାଡପତ୍ର ପର୍ଯ୍ୟନ୍ତ ବି ପହଞ୍ଚିଯାଏ । ପ୍ରଥମେ ଚାଳନ୍ତୁ ଜାଣିବା ପ୍ରେମ କଣ ଅଟେ ଓ କାହିଁକି ପ୍ରେମ ହୋଇଥାଏ ।

ଆପଣ ଯେତେବେଳେ ଗୋଟିଏ ଛୋଟ ଝିଅ କିମ୍ବା ପୁଅକୁ ପ୍ରଶ୍ନ କରିବେ କି ତୁମେ କାହାକୁ ଅଧିକ ଭଲ ପାଉଛ, ସେତେବେଳେ ସେମାନେ ଆପଣଙ୍କୁ କହିବେ କି ସେ ନିଜର ମା ଓ ବାପାଙ୍କୁ ଅଧିକ ଭଲ ପାଆନ୍ତି । କିନ୍ତୁ ଯେତେବେଳେ ଗୋଟିଏ ଛୋଟ ପିଲା ବଡ ହୋଇଥାଏ ତେବେ ତାଙ୍କର ଶରୀରରେ ଟେଷ୍ଟୋଷ୍ଟେରନ୍‌ ଓ ଇଷ୍ଟ୍ରୋଜେନ୍‌ ହରମୋନ୍ ବାହାରିଥାଏ ସେତେବେଳେ ସେମାନେ ଗୋଟିଏ ଝିଅ କିମ୍ବା ପୁଅ ପ୍ରତି ଆକର୍ଷିତ ହୋଇଥାନ୍ତି ।

ଶାରୀରିକ ଓ ମାନସିକ ସ୍ତରରେ ଆକର୍ଷିତ ହେଲେ ପ୍ରେମ ହୋଇଥାଏ କିନ୍ତୁ ସେହି କ୍ଷେତ୍ରରେ ପ୍ରେମ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଟି ପାରେ ନାହିଁ । ଯଦି ଆପଣ ଶାରୀରିକ ମାନସିକ, ମନୋଭାବ, ସାମାଜିକ, ପାରିବାରିକ, ସମାନତା ରୂପରେ ଆକର୍ଷିତ ହୋଇ ରହୁଛନ୍ତି ତେବେ ଆପଣଙ୍କ ପ୍ରେମ ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ଚାଲିଥାଏ । ଅକ୍ସିଟୋସିନ୍‌ ଓ ଭାସୋପ୍ରେସିନ୍‌ ହରମୋନ୍ ପ୍ରେମ ସମ୍ପର୍କକୁ ଅଧିକ ଦିନ ପର୍ଯ୍ୟନ୍ତ ରଖିବାରେ ସାହାର୍ଯ୍ୟ କରିଥାଏ ।

କହିବାକୁ ଗଲେ ପ୍ରାୟତଃ ପ୍ରେମୀ ଯୋଡି ଅଧିକ ଦିନ ପ୍ରେମ ସମ୍ପର୍କରେ ରହିବା ପରେ ହିଁ ବିବାହ କରିଥାନ୍ତି । କିନ୍ତୁ କେତେକ ସମ୍ପର୍କ ବିବାହର ୧ ବର୍ଷ, ୨ ବର୍ଷ, ୫ ବର୍ଷ କିମ୍ବା ୧୦ ବର୍ଷ ପରେ ଭାଙ୍ଗି ଯାଏ । ଏହା ଛଡା କେତେକ କ୍ଷେତ୍ରରେ ଏହା ବି ଦେଖା ଯାଇଛି କି ବିବାହ ପରେ ପୁରୁଷ ଓ ସ୍ତ୍ରୀ ଅନ୍ୟ ସ୍ତ୍ରୀ ଓ ପୁରୁଷ ପ୍ରତି ଆକର୍ଷିତ ହୋଇଥାନ୍ତି । ଏହା ପଛରେ ବିଭିନ୍ନ ପ୍ରକାରର କାରଣ ଅଛି । ଯେମିତି କି ଟଙ୍କା ଓ ପରସ୍ପର ପ୍ରତି ଆକର୍ଷଣ । ଏହି ଦୁଇଟି ଜିନିଷ ପାଇଁ ପ୍ରାୟତଃ ଦମ୍ପତ୍ତିମାନଙ୍କ ମଧ୍ୟରେ ବିବାଦ ଦେଖାଯାଇଥାଏ ।

କିନ୍ତୁ ପ୍ରେମ ପାଇଁ ସମସ୍ତ ପ୍ରକାରର ଆକର୍ଷଣ ଦରକାର । କେବଳ ଶାରୀରିକ ଆକର୍ଷଣ ରହିଲେ ପ୍ରେମ ଅଧିକ ସମୟ ପର୍ଯ୍ୟନ୍ତ ରହିବ ଏହା ଭାବିବା ପୂରାପୂରି ଭୁଲ ଅଟେ । ଯେତେବେଳେ ଉଭୟ ପୁଅ ଓ ଝିଅ ମଧ୍ୟରେ ସବୁ ଜିନିଷକୁ ନେଇ ଚଳାଇବା ଶିଖିବେ ତେବେ ପରସ୍ପର ମଧ୍ୟରେ ଥିବା ଝଗଡା ବନ୍ଦ ହୋଇଯିବ ।

ଯଦି ପ୍ରେମ ବିବାହରେ କିମ୍ବା ଆରେଞ୍ଜ ମ୍ୟାରେଜରେ ଝଗଡା ହେଉଛି ତେବେ ସ୍ଵାମୀ ନିଜକୁ ସ୍ତ୍ରୀ ଜାଗାରେ ଓ ସ୍ତ୍ରୀ ନିଜକୁ ସ୍ଵାମୀ ଜାଗାରେ ରଖି ଅଳ୍ପ ସମୟ ପରିସ୍ଥିତିକୁ ବୁଝିବା ଦରକାର, ତେବେ ଯାଇ ଝଗଡା ବନ୍ଦ ହୋଇଯିବ । ଏହା ଫଳରେ ଅକ୍ସିଟୋସିନ୍‌ ଓ ଭାସୋପ୍ରେସିନ୍‌ ହରମୋନ୍‌ ବାହାରିବ ଓ ବିବାହର ୧୦ କିମ୍ବା ୧୫ ବର୍ଷ ପରେ ଦୁଇ ଜଣଙ୍କ ମଧ୍ୟରେ ଆକର୍ଷଣ ବଢିବ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।