ପ୍ରେମରେ ପଡ଼ିଥିବା ଝିଅଙ୍କର 3 ସବୁଠୁ ବଡ଼ ଦୁର୍ବଳତା, ଆଗରୁ କେବେ ଜାଣି ନଥିବେ

ଯେତେବେଳେ ଝିଅ ମାନେ କେଉଁ ପୁଅ ସହ ପ୍ରେମରେ ପଡନ୍ତି ଓ ପ୍ରେମ ସମ୍ପର୍କ ଗଢ଼ି ଉଠି ପ୍ରାୟତଃ ତେବେ ନିଜ ସମ୍ପର୍କକୁ ନେଇ ଝିଅ ମାନଙ୍କର କିଛି ଦୁର୍ବଳତା ମଧ୍ୟ ସୃଷ୍ଟି ହୋଇଯାଏ । ବେଳେ ବେଳେ ଏହି ଦୁର୍ବଳତା ପାଇଁ ତାଙ୍କୁ ଅସୁବିଧା ଓ ଠକାମୀ ର ସମ୍ମୁଖୀନ ହେବାକୁ ପଡ଼ିଥାଏ ଓ ହୃଦୟ ଭାଙ୍ଗିବା ସହ ବହୁତ ଦୁଃଖ ମଧ୍ୟ ମିଳିଥାଏ । ଆସନ୍ତୁ ଜାଣିବା ଝିଅଙ୍କ ର କଣ ଏହି ୩ଟି ଦୁର୍ବଳତା ।

୧- ଝିଅ ମାନେ ଦରକାରଠୁ ଅଧିକ ମେଳାପୀ ହୋଇଯାନ୍ତି – ଝିଅ ମାନେ ଯଦି କେଉଁ ପୁଅ ସହ ପ୍ରେମ ସଂପର୍କ ରେ ରୁହନ୍ତି, ତେବେ ଆରମ୍ଭରୁ ହିଁ ପୁଅ ଉପରେ ଆଖି ବୁଜି ଭରସା କରି ବସନ୍ତି । ଯେଉଁ ଝିଅ ଏପରି କରନ୍ତି ସେମାନେ ନିଜ ସମ୍ପର୍କକୁ ନେଇ ଅଧିକ ଗମ୍ଭୀର ହୋଇଥାନ୍ତି । ଝିଅକୁ ସେତେବେଳେ ଏମିତି ହେବ ଉଚିତ୍ ଯେତେବେଳେ ସେ ଶତ ପ୍ରତିଶତ ତା ପ୍ରତି ବିଶ୍ଵସ୍ତ ଥିବ ।

କିନ୍ତୁ ଆଜିକାଲି ଏପରି ହେଉଛି ଝିଅ ଅଧିକ ବିଶ୍ଵସ୍ତ ହୋଇଥିବା ବେଳେ ପୁଅ, ଝିଅ ପ୍ରତି ଜମାରୁ ବିଶ୍ଵସ୍ତ ହେଉନାହିଁ । ଏପରି ପୁଅମାନେ ନିଜ ସାଥିଙ୍କୁ କିଛି ଖାସ୍ ସମ୍ମାନ ମଧ୍ୟ କରନ୍ତି ନାହିଁ । ଏପରି କ୍ଷେତ୍ରରେ ଝିଅ ମାନଙ୍କୁ ଭାବିଚିନ୍ତି ପୁଅଙ୍କ ସହ ପ୍ରେମ ସଂପର୍କ ଗଢ଼ିବା ଉଚିତ ।

୨- ଝିଅମାନେ ନିଜ ସାଥିଙ୍କ ପାଇଁ କିଛି ବି କରି ବସନ୍ତି

ଝିଅ ମାନେ ପ୍ରେମରେ ପଡ଼ିବା ପରେ ପୁଅ କିଛି କହିଲେ ପ୍ରଥମେ ପ୍ରଥମେ ମନା କରି ଦିଅନ୍ତି । କିନ୍ତୁ କିଛି ଦିନ ଯିବା ପରେ ପୁଅ ସହ ଚାଟ୍ ଓ କଲ୍ ରେ ଅଧିକ କଥା ବଢିବା ପରେ, ପୁଅ ସବୁ ଦିନ ପାଇଁ ଜୀବନସାଥି ହୋଇ ରହିବ ବୋଲି କହି ରାଣ ନିୟମ ଦେଲ ପରେ ଝିଅ ମାନେ କିଛି ବି କରିବାକୁ ରାଜି ହୋଇଯାନ୍ତି ।

ଝିଅଙ୍କୁ ଲାଗେ କି ପୁଅଟି ବହୁତ ଭଲ ଓ ଭଗବାନ୍ ତାକୁ ତା ପାଇଁ ହିଁ ତିଆରି କରିଛନ୍ତି । ଆଉ ଏହି ଦୁର୍ବଳତା ର ପୁଅ ମାନେ ବହୁତ ଫାଇଦା ଉଠାନ୍ତି । କିନ୍ତୁ ଏପରି ପୁଅଙ୍କ ସହ ଝିଅ ମାନଙ୍କୁ ଭାବିଚିନ୍ତି ପଦକ୍ଷେପ ନେବା ଉଚିତ୍ ।

୩- ଝିଅମାନେ ସବୁ ବିଷୟରେ ସାହାଯ୍ୟ କରି ବସନ୍ତି

ଆପଣ ଶୁଣିଥିବେ ଝିଅ ମାନେ ପୁଅ ଙ୍କ ଠାରୁ ଟଙ୍କା ପଇସା, ରିଚାର୍ଜ କରିବା ପାଇଁ ସାହାଯ୍ୟ ମାଗନ୍ତି । କିନ୍ତୁ ବହୁତ ପୁଅ ମଧ୍ୟ ଏପରି ଅଛନ୍ତି ଯେଉଁମାନେ ଝିଅ ଙ୍କ ଠାରୁ ମଧ୍ୟ ଏପରି ସାହାଯ୍ୟ ନିଅନ୍ତି । ଝିଅ ମାନେ ଯେତେବେଳେ ଅଧିକ ବିଶ୍ୱାସ କରି ବସନ୍ତି ସେମାନେ ପୁଅଙ୍କ ପାଇଁ କିଛି ମଧ୍ୟ କରନ୍ତି । ଏହି ଦୁର୍ବଳତା ର କିଛି ପୁଅ ବହୁତ ଫାଇଦା ଉଠାନ୍ତି । ଗାଳି ଗୁଲଜ କରିବା ସହ କୌଣସି ସମୟରେ ମଧ୍ୟ ଟଙ୍କା ପଇସା ମାଗନ୍ତି । ଏପରି ପୁଅଙ୍କ ଠୁ ମଧ୍ୟ ଝିଅ ମାନଙ୍କୁ ସାବଧାନ ରହିବା ଉଚିତ୍ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।