SSR ମାମଲା- ସୁଶାନ୍ତଙ୍କ ଘରେ ଆଉ ଏକ ଦୁଃଖଦ ଘଟଣା

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କର ପୁରା ପରିବାର ଭାଙ୍ଗି ଯାଇଛନ୍ତି ଓ ସେମାନେ ଲଗାତାର ନ୍ୟାୟ ମାଗୁଛନ୍ତି । ଏମିତିରେ ତାଙ୍କର ପରିବାରରୁ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସୁଛି । ଖବର ଅନୁସାରେ ସୁଶାନ୍ତଙ୍କ ଦାଦାଙ୍କ ପୁଅ ଅର୍ଥାତ ସୁଶାନ୍ତଙ୍କ ଭାଇ ନୀରଜ କୁମାର ସିଂହ ବବୁଲୁଙ୍କୁ ହୃଦଘାତ ଆସିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରା ଯାଇଛି । ନୀରଜ ବିହାରର ସୁପୋଲ ଜିଲ୍ଲାର ଛାତାପୁର ବିଧାନସଭା ସିଟର ବିଜେପିର ବିଧାୟକ ଅଟନ୍ତି ।

ନିର୍ବାଚନ ପ୍ରଚାର ସମୟରେ ଅଚାନକ ତାଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଗଲା । ଏହା ପରେ ତାଙ୍କୁ ପଟନାର ଏକ ହସ୍ପିଟାଲରେ ଭର୍ତ୍ତି କରାଗଲା । କିନ୍ତୁ ସେଠୁ ତାଙ୍କୁ ଦିଲ୍ଲୀ ରେଫର କରି ଦିଆଯାଇଛି ।

କହିବାକୁ ଗଲେ ନିର୍ବାଚନ ପ୍ରଚାର ସମୟରେ ନିଜର ବିଧାନସଭା କ୍ଷେତ୍ରରେ ମାଧବପୁରରେ ତାଙ୍କୁ ଛାତିରେ ଯନ୍ତ୍ରଣା ହେଲା । ଯାହା ପରେ ତାଙ୍କୁ ପଟନାର ଏକ ପ୍ରାଇଭେଟ ହସ୍ପିଟାଲରେ ଭର୍ତ୍ତି କରାଗଲା । ଏମିତିରେ ନୀରଜଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପରେ ସୁଶାନ୍ତଙ୍କ ପରିବାରରେ ଏକ ଦୁଃଖର ଛାୟା ଖେଳି ଯାଇଛି । ସୁଶାନ୍ତଙ୍କ ଭଉଣୀ ଶ୍ଵେତା ସିଂହ କୀର୍ତ୍ତି  ଫ୍ୟାନ ମାନଙ୍କୁ କହିଛନ୍ତି କି ସେ ତାଙ୍କର ଭାଇଙ୍କ ପାଇଁ ପ୍ରାର୍ଥନା କରନ୍ତୁ ।

ଏମିତିରେ ଏହା ବି ସୂଚନା ମିଳୁଛି କି ନୀରଜ କୁମାର ସିଂହ ବବୁଲୁଙ୍କ ସ୍ୱାସ୍ଥ୍ୟରେ ଅଳ୍ପ ସୁଧାର ଆସିଛି । ସେ ବର୍ତ୍ତମାନ ଦିଲ୍ଲୀରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ସୁସ୍ଥ ହେବାର ଖବର ତାଙ୍କର ଟ୍ଵିଟର ମାଧ୍ୟମରେ କୁହାଯାଇଛି । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ୧୪ ଜୁନ ଦିନ ସୁଶାନ୍ତଙ୍କ ଘରେ ତାଙ୍କର ମୃତ ଶରୀର ମିଳିଥିଲା । ଯେତେବେଳ ଏହି ଖବର ମିଡିଆରେ ପ୍ରସାରିତ କରାଗଲା ତେବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ଏହା ସହ ତାଙ୍କର ଫ୍ୟାନମାନେ ବି ଦୁଃଖ ପ୍ରକାଶ କରିଥିଲେ । ଯଦି ତାଙ୍କର ପରିବାର ବିଷୟରେ କହିବା ତେବେ ତାଙ୍କର ପରିବାର ବି ଏହି ଖବରକୁ ଶୁଣିବା ମାତ୍ରେ ହିଁ ପୂରାପୂରି ଭାଙ୍ଗି ପଡିଥିଲେ । ଯେତେବେଳ ସୁଶାନ୍ତଙ୍କ ପିତା ମୁମ୍ବାଇ ଆସିଥିଲେ ସେହି ସମୟରେ ଆପଣମାନେ ସୁଶାନ୍ତଙ୍କ ପିତାଙ୍କ ସହ ତାଙ୍କ ଭାଇ ନୀରଜଙ୍କୁ ବି ଦେଖିଥିବେ ।

ସେ ସେହି ସମୟରେ ସୁଶାନ୍ତଙ୍କ ପିତାଙ୍କ ପାଖାପାଖି ହିଁ ରହୁଥିଲେ ଓ ସେ ସୁଶାନ୍ତଙ୍କ ପିତାଙ୍କୁ ସାନ୍ତ୍ଵନା ବି ଦେଉଥିଲେ । ଏମିତିରେ ଆମେ ସମସ୍ତେ ପ୍ରାର୍ଥନା କରୁଛୁ କି ସୁଶାନ୍ତଙ୍କ ଭାଇ ଅତିଶୀଘ୍ର ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଚାଲି ଆସନ୍ତୁ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।