ପ୍ରତିଦିନ ଏହି ସବୁ ଭୁଲ କରୁଥିଲେ, ଆପଣଙ୍କ ଲାଇଫ ନଷ୍ଟ ହୋଇଯିବ, How to improve digestion system.

ବନ୍ଧୁଗଣ ପେଟକୁ ଆମର ଦିତୀୟ ମସ୍ତିଷ୍କ ବୋଲି ମଧ୍ୟ କୁହାଯାଇଥାଏ । କାରଣ ଆମେ କଣ ଖାଇଥାଉ, କେବେ ଖାଇଥାଉ ଓ କେଉଁ ଭଳି ଖାଇଥାଉ । ଏହା ସବୁ ଆମର ମୁଡ୍, ଜୀବନଶୈଳୀ ଓ ଆମର କାର୍ଯ୍ୟ ଉପରେ ପ୍ରଭାବ ପକାଇଥାଏ । ତେଣୁ ଆମେ ଯାହା ଖାଇଥାଉ । ସେହିପରି ହିଁ ଆମର ସ୍ଵାସ୍ଥ ଗଠନ ହୋଇଥାଏ । ତେବେ ଆମ ଶରୀର ହେଉଛି ଆମ ପାଇଁ ମୂଲ୍ୟବାନ ସମ୍ପଦ । ଶରୀର ସୁସ୍ଥ ରହିଲେ ହିଁ ଆମେ ଶାରୀରିକ ଓ ମାନସିକ ରୂପେ ସୁସ୍ଥ ରହିଥାଉ ।

ଯାହା ଦ୍ଵାରା ଆମର ମନ ପ୍ରସନ୍ନ ରହିବା ସହ ସବୁ କାର୍ଯ୍ୟରେ ମନ ମଧ୍ୟ ଲାଗିଥାଏ । ତେଣୁ ଖାଦ୍ୟ ଖାଇବା ସମୟରେ ସେ ସବୁ କଥା ଉପରେ ଆମକୁ ବିଶେଷ ଭାବେ ଧ୍ୟାନ ଦେବାକୁ ପଡିବ । ଯେପରି ଆମେ ଖାଉଥିବା ଖାଦ୍ୟ ଶରୀର ମଧ୍ୟକୁ ଯାଇ ଭଲ ଭାବେ ହଜମ ହୋଇପାରିବ । କାରଣ ଯେତେବେଳେ ଖାଦ୍ୟ ଠିକ ଭାବେ ହଜମ ହୋଇପାରିନଥାଏ । ସେତେବେଳେ ପେଟରେ ଗ୍ଯାସ, ଏସିଡିଟି ଓ ବଦହଯମୀ ଭଳି ଅନେକ ପେଟରେ ପ୍ରୋବ୍ଲେମ ବାହାରି ଥାଏ ।

ଯେତେବେଳେ ଖାଦ୍ୟ ପେଟ ମଧ୍ୟକୁ ଯାଇ ଠିକ ଭାବେ ହଜମ ହୋଇନଥାଏ । ସେତେବେଳେ ସେହି ସବୁ ଖାଦ୍ୟ ଘଣ୍ଟା ଘଣ୍ଟା କାଳ ଧରି ପେଟରେ ପଡି ରହି ସଢିବାକୁ ଆରମ୍ଭ କରିଥାଏ । ଯାହା ଯୋଗୁ ପେଟରେ ଗ୍ଯାସ, ଏସିଡିଟି ପ୍ରୋବ୍ଲେମ କ୍ରିଏଟ ହୋଇଥାଏ । ଏହି ସବୁ ପ୍ରୋବ୍ଲେମ ହେବା ପଛରେ ଏହି ସବୁ ପ୍ରମୁଖ କାରଣ ରହିଛି ।

ଯେପରି ଅଧିକ ତେଲଭାଜି ଖାଦ୍ୟ ଖାଇବା ଓ ଜଙ୍କଫୁଡ ଖାଇବା, ଯାହା ବି ଖାଦ୍ୟ ଖାଇବା ତାହାକୁ ଭଲ ଭାବେ ନଚୋବାଇବା, ଖାଇବାର ତୁରନ୍ତ ପରେ ଶୋଇ ପଡିବା । ତେଣୁ ଯେତେବେଳେ ଆପଣ ଖାଦ୍ୟ ଖାଉଛନ୍ତି । ସେତେବେଳେ ଭଲ ଏବଂ ସ୍ଵାସ୍ଥପୋଯୋଗୀ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ । ଖାଦ୍ୟରେ ଯାହା ହେଲେ ବି ଫାଇବାର ଯୁକ୍ତ ଖାଦ୍ୟକୁ ଆଡ୍ କରି ଖାଆନ୍ତୁ ।

କାରଣ ଫାଇବାରଯୁକ୍ତ ଖାଦ୍ୟ ଖାଇବା ଦ୍ଵାରା ଖାଦ୍ୟର ହଜମ ପ୍ରକ୍ରିୟା ବହୁତ ଭଲ ଭାବେ ହୋଇଥାଏ । ଖାଇବା ସମୟରେ ପାଟିରେ ଖାଦ୍ୟକୁ ଭଲ ଭାବେ ଚୋବାଇ କରି ଖାଆନ୍ତୁ । ଖାଇବା ସମୟରେ ପାଣି ପିଅନ୍ତୁ ନାହିଁ । ଦରକାର ପଡିଲେ ବହୁତ କମ ପାଣି ପିଅନ୍ତୁ । ଖାଇ ସାରି ସଙ୍ଗେ ସଙ୍ଗେ ଯାଇ କେବେବି ଶୋଇ ପଡନ୍ତୁ ନାହିଁ ।

ତେବେ ଖାଦ୍ୟ ଖାଇବା ସମୟରେ ଏହି ସବୁ ଖାଦ୍ୟ ଖାଇବାର ସଠିକ ନିୟମ ଉପରେ ବିଶେଷ ଧ୍ୟାନ ଦେଇ ଖାଦ୍ୟକୁ ଭଲ ଭାବେ ଖାଆନ୍ତୁ । ବନ୍ଧୁଗଣ ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଟିଏ କରିବା ସହ ଏହାକୁ ଅନ୍ୟ ମାନଙ୍କ ସହ ମଧ୍ୟ ଶେୟାର କରନ୍ତୁ ।