ଏମିତି ପୋଷାକ ପିନ୍ଧୁଥିବା ଲୋକ ଜୀବନ ସାରା ଗରିବ ହୋଇ ରହିଜାଇଥାନ୍ତି, Jyotish Shastra

ବନ୍ଧୁଗଣ ପ୍ରତ୍ଯେକ ବ୍ୟକ୍ତି ନିଜ ଜୀବନଶୈଳୀ ତଥା ପୋଷାକ ପିନ୍ଧିବା, କଥା କହିବା ଶୈଳୀ, ବ୍ୟବହାର ଓ ବ୍ୟକ୍ତିତ୍ଵ ଏହିପରି ଅନେକ କଥାକୁ ନେଇ ସେହି ବ୍ୟକ୍ତିର ବ୍ୟକ୍ତିତ୍ଵ କିପରି ତାହା ଜଣାଯାଇଥାଏ । ପ୍ରତ୍ଯେକ ବ୍ୟକ୍ତି ନିଜ ନିଜ ମନ ପସନ୍ଦ ମୁତାବକ ଭିନ୍ନ ଭିନ୍ନ ପୋଷାକ ଆଦି ପିନ୍ଧିଥାନ୍ତି । ଏଥିସହ ନିଜର ଚରିତ୍ର ଓ ବ୍ୟବହାର ମଧ୍ୟ ବ୍ୟକ୍ତି ନିଜେ ହିଁ ବନାଇ ଥାଏ । ବ୍ୟକ୍ତି ପ୍ରତିଦିନ ପିନ୍ଧୁଥିବା ପୋଷାକ ସହ ତା’ ର ଭାଗ୍ୟ ମଧ୍ୟ ଜଡିତ ହୋଇଥାଏ ।

ଏଥିସହ ପ୍ରତିଦିନ ପିନ୍ଧୁଥିବା ବସ୍ତ୍ରରୁ ମଧ୍ୟ ଅନେକ କିଛି ଶୁଭ ଓ ଅଶୁଭ ପ୍ରଭାବ ସେହି ବ୍ୟକ୍ତି ଉପରେ ପଡିଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ କେଉଁ ପ୍ରକାର ବସ୍ତ୍ରର ପ୍ରଭାବ ସେହି ବ୍ୟକ୍ତି ଉପରେ କିପରି ଭାବେ ପଡିଥାଏ ସେହି ସମ୍ପର୍କରେ ଏଠାରେ ଜାଣନ୍ତୁ ।

1- ଅନେକ ଲୋକ ନିଜର ପୁରୁଣାରୁ ପୁରୁଣା ବସ୍ତ୍ରକୁ ସାଇତିକି ରଖିବାକୁ ପସନ୍ଦ କରିଥାନ୍ତି । ତେବେ ଅଧିକ ପୁରୁଣା ଓ ଚିରାଫଟା ବସ୍ତ୍ର ବ୍ୟକ୍ତିକୁ ଆଦ୍ୱା ପିନ୍ଧିବା ଉଚିତ ନୁହେଁ। ନଚେତ ତାହାର କୁ-ପ୍ରଭାବ ସେହି ବ୍ୟକ୍ତି ଉପରେ ପଡିଥାଏ । ଯେଉଁ ବ୍ୟକ୍ତି ପାଖରେ ଭଲ ବସ୍ତ୍ର ଥାଇ ମଧ୍ୟ ସେ ପୁରୁଣା ଓ ଚିରା ବସ୍ତ୍ର ପିନ୍ଧିଥାଏ । ସେ ଶାରୀରିକ ରୂପେ ଅସୁସ୍ଥ ହୋଇଯାଇଥାଏ । ତେଣୁ ଅଧିକ ପୁରୁଣା ଓ ଚିରାଫଟା ପୋଷାକ ପିନ୍ଧନ୍ତୁ ନାହିଁ ।

 

2- ସ୍ନାନ କରିବାର ସଙ୍ଗେ ସଙ୍ଗେ ନୂଆ ପୋଷାକ ପିନ୍ଧନ୍ତୁ ନାହିଁ । ଶାସ୍ତ୍ର ଅନୁଯାଇ କୌଣସି ବ୍ୟକ୍ତି ସେତେବେଳେ ସ୍ନାନ ସାରି ତୁରନ୍ତ ନୂଆ ପୋଷାକ ପିନ୍ଧିଥାଏ । ଜିଏକି ଅନ୍ତିମ ସଂସ୍କାର ପରେ ଗଙ୍ଗାରେ ସ୍ନାନ କରି ତାପରେ ନୂଆ ପୋଷାକ ପିନ୍ଧିଥାଏ । ହେଲେ ଲୋକମାନେ ସ୍ନାନ କରି ସାରି ସଙ୍ଗେ ସଙ୍ଗେ ସେହି ନୂଆ ବସ୍ତ୍ରକୁ ପିନ୍ଧନ୍ତୁ ନାହିଁ । ଯେଉଁ ବସ୍ତ୍ରକୁ ସେମାନେ ଆଗରୁ କେବେବି ପିନ୍ଧିନଥିବେ ।

3- କଳା ରଙ୍ଗର ବସ୍ତ୍ର ପିନ୍ଧିବାରୁ ନିଜକୁ ଦୂରେଇ ରଖନ୍ତୁ । ଶନିବାର ଛଡା ଅନ୍ୟ କୌଣସି ବାରରେ ସଂପୂର୍ଣ୍ଣ କଳା ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ନାହିଁ । କାରଣ ଶାସ୍ତ୍ରର ମାନ୍ୟତା ଅନୁସାରେ କଳା ରଙ୍ଗ ନକରାତ୍ମକ ଶକ୍ତିର ରଙ୍ଗ ହୋଇଥାଏ । ତେଣୁ ଏହିଭଳି କଳା ରଙ୍ଗର ବସ୍ତ୍ର ସବୁବେଳେ ପିନ୍ଧିବା ଅନୁଚିତ ।

4- ବ୍ୟକ୍ତି ଅନ୍ୟର ପୋଷାକ ପିନ୍ଧିବା ଅନୁଚିତ । ଅନ୍ୟ କାହାର ବସ୍ତ୍ର ଯେତେ ବି ସୁନ୍ଦର ଓ ଆକର୍ଷଣୀୟ ହୋଇଥାଉ । ହେଲେ ନିଜ ପୋଷାକ ସବୁବେଳେ ପିନ୍ଧିବାକୁ ଚେଷ୍ଟା କରନ୍ତୁ । କାରଣ ଏହା ଭଲ ହୋଇନଥାଏ । ଏପରିକି ନିଆଁ ଲାଗି ସାମାନ୍ୟ ଜଳିଯାଇଥିବା ପୋଷାକ ମଧ୍ୟ ପିନ୍ଧନ୍ତୁ ନାହିଁ ।

ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।