ଏହି 5 ଟି କଥାକୁ ସର୍ବଦା ଗୁପ୍ତ ରଖନ୍ତୁ, ନହେଲେ ପରେ ପସ୍ତେଇବେ…Motivational speech

ନିଜର ଭଲ ଚାହୁଁଥିଲେ ଏହି 5 କଥାକୁ ସର୍ବଦା ଗୁପ୍ତ ରଖନ୍ତୁ । ବନ୍ଧୁଗଣ ପ୍ରତ୍ଯେକ ଲୋକ ପାଖରେ କିଛି ନା କିଛି ତ ନିହାତି ଭାବେ ସିକ୍ରେଟ କଥା କିଛି ରହିଥାଏ । ଯେଉଁ କଥା ଗୁଡିକୁ ସେମାନେ କାହାକୁ ବି କହିବାକୁ ପସନ୍ଦ କରିନଥାନ୍ତି । ହେଲେ ଅନେକ ସମୟରେ ଯଦି ଆମକୁ କେହି ନିଜର ସିକ୍ରେଟ କହିଥାଏ । ତେବେ ଆମେ ମଧ୍ୟ ତାକୁ ନିଜର ଭାବି ନିଜର ସବୁ ସିକ୍ରେଟ କହିଦେଇଥାଉ । ହେଲେ ବେଳେବେଳେ ଏଥିପାଇଁ ଆମକୁ ପଶ୍ଚାତାପ ମଧ୍ୟ କରିବାକୁପଡିଥାଏ । ତେଣୁ ନିଜର ଏହି 5 ଟି କଥାକୁ ସବୁବେଳେ ସିକ୍ରେଟ କରିକି ହିଁ ରଖନ୍ତୁ । ନଚେତ ନିଜେ ହିଁ ପଛରେ ଏଥିପାଇଁ ପସ୍ତେଇବେ ।

 

1- ଯେତେବେଳେ ଆପଣ କାହାକୁ କିଛି ଦାନ ଧର୍ମ କରିଥାନ୍ତି । ସେତେବେଳେ ଆପଣଙ୍କର ଏହି କଥାକୁ ଆପଣ ନିଜ ଠାରେ ହିଁ ଗୁପ୍ତ ରଖନ୍ତୁ । ଅନ୍ୟକୁ ଏହି ବିଷୟରେ କହିବାର କୌଣସି ଆବଶ୍ୟକତା ନାହିଁ । କାରଣ ଯଦି ଆପଣ କାହାକୁ କିଛି ଦାନ ଧର୍ମ କରି ସେହି କଥାକୁ ଅନ୍ୟ ଆଗରେ ଦେଖେଇ ହୋଇ କହିଦେଇଥାନ୍ତି । ତେବେ ତାହା ଆପଣଙ୍କର ବୃଥା ଯାଇଥାଏ ।

2- ସମସ୍ତଙ୍କ ପରିବାରରେ କିଛି ନା କିଛି ସମସ୍ଯା ରହିଥାଏ । ହେଲେ ନିଜ ଫାମିଲି ପ୍ରୋବ୍ଲେମକୁ ଅନ୍ୟ ଆଗରେ ଶେୟାର କରିବା ଉଚିତ ହୋଇନଥାଏ । କାରଣ କିଛି ଲୋକ ଆପଣଙ୍କ ପରିବାର ବିଷୟରେ ସବୁ ଜାଣିଲା ପରେ ଆପଣଙ୍କର ମଜାକ ଉଡାଇବାରେ ଲାଗି ଯାଇଥାନ୍ତି । ତେଣୁ ନିଜ ଫାମିଲି ପ୍ରୋବ୍ଲେମକୁ ନିଜ ଫାମିଲିରେ ହିଁ ସମାଧାନ କରନ୍ତୁ ।

3- ପ୍ରତ୍ଯେକ ମଣିଷଙ୍କ ଜୀବନରେ କିଛି ନା କିଛି ଜୀବନର ଲକ୍ଷ୍ୟ ରହିଥାଏ । ହେଲେ ନିଜ ଲକ୍ଷ୍ୟ ପୂରଣ ହେବା ଆଗକୁ ଏ ସମ୍ପର୍କରେ ସମସ୍ତଙ୍କୁ ଜଣାଇବା ଉଚିତ ନୁହେଁ । ନଚେତ ଆପଣଙ୍କର ସେହି କାର୍ଯ୍ୟରୁ ଏକାଗ୍ରତା କମିଯାଇଥାଏ । ତେଣୁ ଏହାକୁ ସିକ୍ରେଟ ରଖିବା ଦ୍ଵାରା ହିଁ ନିଜ ପରିଶ୍ରମ ବଳରେ ଦିନେ ନା ଦିନେ ସେଥିରେ ସଫଳ ହୋଇପାରିବେ ।

4- ନିଜସ୍ୱ ବିଚାରକୁ ସବୁବେଳେ ଅନ୍ୟ ମାନଙ୍କ ଆଗରେ ଜଣାଇବା ଉଚିତ ନୁହେଁ । କାରଣ ସମସ୍ତଙ୍କ ବିଚାର ଧାରା ସମାନ ହୋଇନଥାଏ । ଯଦି ସମସ୍ତେ ଗୋଟେ ଜିନିଷକୁ ଭଲ କହୁଥିବେ ହେଲେ ଆପଣ ସେଠାରେ ତାହାକୁ ଖରାପ ବୋଲି କହୁଥିବେ । ତେବେ ହୁଏତ ସେ ଜାଗାରେ ଆପଣଙ୍କୁ ସେମାନେ ଖରାପ ଭାବି ପାରନ୍ତି । ତେଣୁ ଅନ୍ୟକୁ ନିଜ ବିଚାର ବିଷୟରେ ଜଣାଇବା ପୂର୍ବରୁ ଭାବିଚିନ୍ତି ଜଣାଇବା ଠିକ ଅଟେ ।

5- ପ୍ରତ୍ଯେକ ବ୍ୟକ୍ତିଙ୍କର ନିଜସ୍ୱ ଅଲଗା ଅଲଗା ଲାଇଫ ଷ୍ଟାଇଲ ରହିଥାଏ । ତେଣୁ ସେମାନେ ନିଜ ନିଜ ହିସାବରେ ବଞ୍ଚିବାକୁ ପସନ୍ଦ କରିଥାନ୍ତି । ପ୍ରତ୍ଯେକ ମଣିଷ ନିଜ ଧର୍ମ ଅନୁସାରେ ସେହି ହିସାବରେ ବଞ୍ଚିଥାଏ । ତେଣୁ ଆପଣଙ୍କୁ ଯେମିତି ବଞ୍ଚିବାର ଇଛା ସେପରି ବଞ୍ଚନ୍ତୁ । ହେଲେ ଅନ୍ୟ ମାନେ ବି ସେହିଭଳି ଭାବେ ବଞ୍ଚିବେ ତାହା ତ କହିହେବ ନାହିଁ । ସେଥିପାଇଁ ତାଙ୍କୁ ନିଜ ଲାଇଫଷ୍ଟାଇଲ ବିଷୟରେ ଦରକାର ଠାରୁ ଅଧିକ କୁହନ୍ତୁ ନାହିଁ ।

ଏହିଭଳି ଅପଡେଟ ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।