ଏହି 5 ଟି କାମ କରି ସରିଲା ପରେ ତୁରନ୍ତ କରନ୍ତୁ ସ୍ନାନ ! ନଚେତ ହୋଇପାରେ ଅସୁବିଧା… Anuchinta

ଏହି 5 ଟି କାର୍ଯ୍ୟ କରିସାରିବା ପରେ ତୁରନ୍ତ କରନ୍ତୁ ସ୍ନାନ !  ବନ୍ଧୁଗଣ ଏହି ମାନବ ସମାଜ ପାଇଁ ଭଗବାନ ଅନେକ କିଛି ନୀତିନିୟମ ସବୁ ରଖିଛନ୍ତି । ଯାହାର ପାଳନ କରି କାର୍ଯ୍ୟ କରବା ଦ୍ଵାରା ମନୁଷ୍ୟ ଜୀବନ ସୁଖମୟ ହୋଇଥାଏ । ହେଲେ ଯେଉଁ ମାନେ ଯେଉଁ କାର୍ଯ୍ୟ ପାଇଁ ଯେଉଁ ନିୟମ ମାନିବା ଉଚିତ । ତାହାକୁ ଜାଣି ମଧ୍ୟ ଅଣଦେଖା କରିଦେଇଥାନ୍ତି । ସେମାନେ ଜୀବନ ସାରା ବହୁତ ପସ୍ତେଇଥାନ୍ତି । ତେବେ କେଉଁ 5 ଟି କାର୍ଯ୍ୟ କରିସାରିବା ପରେ ମନୁଷ୍ୟକୁ ସ୍ନାନ କରିବା ଦରକାର ପଡିଥାଏ ଚାଲନ୍ତୁ ଜାଣିବା । ସ୍ନାନ କରିସାରିବା ପରେ ଆମ ଶରୀର ସ୍ବଚ୍ଛ ରହିବା ସହ ମନ ମଧ୍ୟ ପ୍ରଫୁଲ୍ଲିତ ରହିଥାଏ । ପ୍ରତ୍ଯେକ ବ୍ୟକ୍ତି ସକାଳୁ ଉଠି ନିଜର ନିତ୍ୟ ଆଦି କର୍ମ ସାରି ସ୍ନାନ କରିଥାଏ ।

1- ଯେତେବେଳେ କୌଣସି ରୋଗଗ୍ରସ୍ତ ବ୍ୟକ୍ତିକୁ ମେଡିକାଲକୁ ଦେଖିବାକୁ ଯାଇଥାନ୍ତି । ତେବେ ସେଠାରେ ରୋଗୀକୁ ଦେଖା କରି ସାରି ନିହାତି ଭାବେ ଗାଧୋଇବା ଉଚିତ । କାରଣ ହସ୍ପିଟାଲରେ ବହୁତ ରୋଗଜୀବାଣୁ ଆଦି ରହିଥାନ୍ତି । ଯାହା ଦ୍ଵାରା ସଂକ୍ରମଣ ହେବାର ସମ୍ଭାବନା ରହିଥାଏ । ତେଣୁ ହସ୍ପିଟାଲରୁ ଫେରି ଗାଧୋଇବା ଉଚିତ ।

2- ଶୌଚ ହୋଇସାରିବା ପରେ ନ ଗାଧୋଇ ଘରେ ପ୍ରବେଶ କରିବା ଉଚିତ ନୁହେଁ । ତେଣୁ ଯଦି ଶୌଚ ହେବାକୁ ଯାଇଥାନ୍ତି । ତେବେ ସ୍ନାନ କରି ବା ଧୁଆଧୁଇ ହୋଇ ଘରକୁ ପ୍ରବେଶ କରନ୍ତୁ । ସେହିପରି ଚୁଟି କାଟିବାକୁ ଯାଇଥିଲେ ମଧ୍ୟ ସ୍ନାନ କରି ଘରକୁ ଆସନ୍ତୁ ।

3- ସ୍ଵାମୀ ଓ ସ୍ତ୍ରୀ ରାତିରେ ଶାରୀରିକ ସମ୍ପର୍କ ରଖିଥିଲେ । ସକାଳୁ ଉଠି ପ୍ରଥମେ ସ୍ନାନ କରିନେବା ଉଚିତ । ତାପରେ ଘରେ ଅନ୍ୟ ଯେକୌଣସି କାର୍ଯ୍ୟ କରିବେ ।

4- ଶ୍ମଶାନରୁ ଫେରିବା ପରେ ସ୍ନାନ କରି ଘର ମଧ୍ୟକୁ ପ୍ରବେଶ କରିବା ଉଚିତ । କାରଣ ସେଠାରେ ନକରାତ୍ମକ ଶକ୍ତି ରହିଥାଏ । ଯାହାକି ବ୍ୟକ୍ତିର ବ୍ୟକ୍ତିଗତ ଜୀବନ ଉପରେ କୁ ପ୍ରଭାବ ପକାଇପାରେ । ତେଣୁ ଶ୍ମଶାନରୁ ଫେରି ସ୍ନାନ କରିସାରି ଘରକୁ ପ୍ରବେଶ କରିବା ଉଚିତ ।

5- ଶରୀରରେ ତେଲ ଲଗାଇ ସାରିବା ପରେ ସ୍ନାନ କରି ଘରର ଅନ୍ୟ ଯେ କୌଣସି କାର୍ଯ୍ୟ କରନ୍ତୁ । ଯେଉଁ ମାନେ ଶରୀରରେ ତେଲ ମାଲିସ କରିଥିବେ । ଏହାପରେ ସେମାନେ ଗାଧୋଇବାକୁ ଭୁଲନ୍ତୁ ନାହିଁ । ଯେତେବେଳେ ବି ଶରୀରରେ ତେଲ ଲଗାଉଛନ୍ତି । ତାପରେ ସ୍ନାନ କରନ୍ତୁ । ଯାହା ଦ୍ଵାରା ଆପଣଙ୍କ ଶରୀର ପରିଷ୍କାର ହୋଇଯିବ । ଆପଣଙ୍କୁ ମଧ୍ୟ ଶାନ୍ତି ଲାଗିବ ।

ବନ୍ଧୁଗଣ ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରିବାକୁ ମଧ୍ୟ ଭୁଲନ୍ତୁ ନାହିଁ ।