( କଇଁଛ ) ଘରେ କିପରି ଏବଂ କେଉଁଠି ରଖିଲେ ? ଧନର ବର୍ଷା ହୋଇଥାଏ… Vastu Tips

କଇଁଛକୁ କେଉଁ ସ୍ଥାନରେ କିପରି ଭାବେ ରଖିଲେ ହୋଇଥାଏ ଧନର ବର୍ଷା ! କଇଁଛ କିମ୍ବା କଇଁଛର ମୂର୍ତ୍ତି ଘରେ ରଖିବାକୁ ବହୁତ ଶୁଭ ମାନାଯାଇଥାଏ । କାରଣ ଯେଉଁ ଘରେ କଇଁଛ ରହିଥାଏ । ସେହି ଘରେ ମାତା ଲକ୍ଷ୍ମୀ ସବୁବେଳେ ରହିଥାନ୍ତି । କାରଣ ପ୍ରଭୁ ନାରାୟଣଙ୍କର କଇଁଛ ଏକ ଅବତାର ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି । କଇଁଛର ପ୍ରତିମୂର୍ତ୍ତିକୁ ଗୁରୁବାର ଦିନ ହିଁ ଘର ବା ଦୋକାନକୁ ନେଇ ସ୍ଥାପନ କରିବା ଦ୍ଵାରା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ ।

କଇଁଛର ପ୍ରତିମା ଆଜିକାଲି ମାର୍କେଟରେ ବିଭିନ୍ନ ଧାତୁର ମିଳିଯାଉଛି । ତେବେ କେଉଁ ଧାତୁର କଇଁଛ କେଉଁଠାରେ ରଖିବା ଦ୍ଵାରା ଧନ ପ୍ରାପ୍ତି ହୋଇଥାଏ ସେ ବିଷୟରେ ଜାଣନ୍ତୁ । ଘରେ, ଅଫିସ କି ଦୋକାନ ଉତ୍ତର, ପୂର୍ବ କିମ୍ବା ଉତ୍ତର ପୂର୍ବ କୋଣରେ କଇଁଛ ରଖିବାର ସବୁଠାରୁ ଭଲ ଦିଗ ହୋଇଥାଏ । ହେଲେ କବାଟ କି ମୁଖ୍ୟଦ୍ଵାର ଥିବା ସ୍ଥାନକୁ ମୁହଁ କରି କେବେବି କଇଁଛ ରଖନ୍ତୁ ନାହିଁ ।

1- ଯେଉଁ ମାନଙ୍କର ସନ୍ତାନ ପ୍ରାପ୍ତିରେ ବିଳମ୍ବ ବା କୌଣସି ପ୍ରକାର ଅସୁବିଧା ରହୁଥାଏ । ସେହି ଦମ୍ପତ୍ତି କଇଁଛର ପିଠି ଉପରେ ବସିଥିବା ଛୁଆ କଇଁଛର ପ୍ରତିମୂର୍ତ୍ତି ଆଣି ଘରର ବେଡରୁମ୍ ରେ ରଖିବା ଉଚିତ ।

2- ଯେଉଁ ବ୍ୟକ୍ତିର ଧନକୁ କୌଣସି ସମସ୍ଯା ରହୁଥାଏ । ବହୁ ଚେଷ୍ଟା ଓ ପରିଶ୍ରମ କରିବା ସତ୍ବେ ମଧ୍ୟ ଧନ କମାଇବାର କୌଣସି ମାର୍ଗ ମିଳୁନଥାଏ । ସେମାନେ ନିଜର ଆର୍ଥିକ ସ୍ଥିତିକୁ ଭଲ କରିବା ପାଇଁ ସେମାନେ ଏକ କ୍ରିଷ୍ଟାଲ ଧାତୁର କଇଁଛକୁ କ୍ରିଷ୍ଟାଲ ଧାତୁର ପାତ୍ରରେ ପାଣି ଦେଇ ଘର, ଅଫିସ କି ଦୋକାନରେ ରଖିପାରିବେ ।

3- ବାରମ୍ବାର ଯଦି ପରିବାରର ଲୋକ ରୋଗାଗ୍ରସ୍ତ ହେଉଥାନ୍ତି । ତେଣୁ ରୋଗବେମାରୀ ଠାରୁ ମୁକ୍ତି ପାଇବା ପାଇଁ ଘରେ ଏକ ମାଟିର କଇଁଛ ଆଣି ରଖିବା ବହୁତ ଲାଭଦାୟକ ହୋଇଥାଏ ।

4- ଯେଉଁ ମାନେ ନୂଆ ବ୍ୟବସାୟ ଆରମ୍ଭ କରୁଥାନ୍ତି । ସେଠାରେ ଲାଭବାନ ହେବାକୁ ଚାହୁଁଥାନ୍ତି । ଏକ ରୂପାର କଇଁଛକୁ ରୂପାର ପାତ୍ରରେ ପାଣି ଦେଇ ରଖିବା ଦ୍ଵାରା ବ୍ୟବସାୟରେ ଲାଭ ମିଳିବା ସହ ବ୍ୟକ୍ତି ବ୍ୟବସାୟରେ ବହୁତ ଉନ୍ନତି କରିଥାଏ ।

5- ବିଦ୍ୟାର୍ଥୀ ମାନେ ଭଲ ପାଠ ପଢି ପରୀକ୍ଷାରେ ସଫଳତା ପାଇବାକୁ ଚାହୁଁଥିଲେ । ତେବେ ଏହି କ୍ଷେତ୍ରରେ ପିତ୍ତଳର କଇଁଛ ପିତ୍ତଳର ପାତ୍ରରେ ପାଣି ଦେଇ ରଖିବା ଦ୍ଵାରା ପିଲା ମାନଙ୍କର ପାଠ ଭଲ ହୋଇଥାଏ ।

ତେବେ କଇଁଛ ରଖୁଥିବା ପାତ୍ରର ପାଣି ପ୍ରତିଦିନ ବଦଳାଇବା ସହ ତାହାକୁ ପରିଷ୍କାର କରି ରଖିବା ଓ କଇଁଛଟି ଯେପରି ପାତ୍ରରେ ଅଧା ବୁଡିକି ରହୁଥିବ ତାହା ପ୍ରତି ଧ୍ୟାନ ଦେବା । ହେଲେ ଶୟନ କକ୍ଷରେ ରଖୁଥିବା କଇଁଛକୁ ଶୁଖିଲା ସ୍ଥାନରେ ରଖନ୍ତୁ । ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।