ବର୍ତ୍ତମାନ ସାରା ଦେଶରେ କରୋନା ଭାଇରସ ସଂକ୍ରମଣ ବଢିବାରେ ଲାଗିଛି । ସବୁ ଦେଶର ବୈଜ୍ଞାନିକ ମାନେ ଏହି ମହାମାରୀ ପାଇଁ ଭ୍ୟାକ୍ସିନ ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଡା. ବିଜୟ ରାଘବନ କହିଛନ୍ତି କି କୋଭିଡ-୧୯ ପାଇଁ ଦେଶରେ ଭ୍ୟାକ୍ସିନ ତିଆରି ପ୍ରକ୍ରିୟା ଜୋରସୋରରେ ଚାଲିଛି ଏବଂ ଅକ୍ଟୋବର ସୁଦ୍ଧା କିଛି କମ୍ପାନୀକୁ ଏହାର ପ୍ରିକ୍ଲିନିକାଲ ଅଧ୍ୟୟନରେ ପହଞ୍ଚିବାରେ ସଫଳତା ମିଳିପାରେ । ସେ କହିଛନ୍ତି କି ସାରା ବିଶ୍ଵରେ ଭ୍ୟାକ୍ସିନ ତିଆରି କରିବାର ଚାରୋଟି ପ୍ରକ୍ରିୟା ଅଛି । ଭାରତରେ ଏହି ୪ ପ୍ରକ୍ରିୟାର ବ୍ୟବହାର କୋଭିଡ-୧୯ ପାଇଁ ଭ୍ୟାକ୍ସିନ ତିଆରି କରିବାରେ ବ୍ୟବହାର କରାଯାଉଛି ।
ଡା. ରାଘବନ କହିଛନ୍ତି କି କିଛି କମ୍ପାନୀ ଏକ ଫ୍ଲୁ ଭ୍ୟାକ୍ସିନର ମେରୁଦଣ୍ଡରେ ଆରଏଣ୍ଡଡି କରୁଛନ୍ତି ଏମିତି ଲାଗୁଛି କି ଅକ୍ଟୋବର ପର୍ଯ୍ୟନ୍ତ ପ୍ରି କ୍ଲିନିକାଲ ଅଧ୍ୟୟନ ହୋଇଯିବ । କେତେକ ଫେବୃୟାରୀ ୨୦୨୧ ପର୍ଯ୍ୟନ୍ତ ପ୍ରୋଟିନ ପ୍ରସ୍ତୁତ କରି ଭ୍ୟାକ୍ସିନ ତିଆରି କରିବା ପ୍ରକ୍ରିୟାରେ ନିୟୋଜିତ ଅଛନ୍ତି । କିଛି ଷ୍ଟାର୍ଟଅପ୍ସ ଏବଂ କିଛି ଏକାଡେମିକ୍ସ ମଧ୍ୟ ଭ୍ୟାକ୍ସିନ ତିଆରି କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହା ସହିତ ମଧ୍ୟ ଆମେ ବିଦେଶୀ କମ୍ପାନୀ ସହିତ ଭାଗୀଦାରୀ କରୁଛୁ । ସେ କହିଛନ୍ତି କି କିଛି ବିଦେଶୀ କମ୍ପାନୀ ସହିତ ସହଭାଗିତାର ନେତୃତ୍ଵ ମଧ୍ୟ କରୁଛୁ ।
ଭ୍ୟାକ୍ସିନ ତିଆରି କରିବା ପାଇଁ ୧୦ଗୁଣା ଖର୍ଚ ହେବ
ସେ କହିଛନ୍ତି କି ସାଧାରଣ ଭାବେ ଭ୍ୟାକ୍ସିନ ତିଆରି କରିବା ପାଇଁ ୧୦ ରୁ ୧୫ବର୍ଷ ଲାଗିଯାଇ ଥାଏ ଏବଂ ସେଥିରେ ୨୦ ରୁ ୩୦ କୋଟି ଡଲାର ଟଙ୍କା ଖର୍ଚ ହୋଇଥାଏ । କିନ୍ତୁ କୋଭିଡ-୧୯ ପାଇଁ ଗୋଟିଏ ବର୍ଷରେ ଭ୍ୟାକ୍ସିନ ବିକାଶ କରିବାର ଲକ୍ଷ ଅଛି ଏଥିରେ ଖର୍ଚ ବୃଦ୍ଧି ହୋଇ ଶହେ ଗୁଣା ବା ୨୦ ରୁ ୩୦ ଅରବ ଡଲାର ହେଇପାରେ । ବହୁତ ଶୀଘ୍ର ଭ୍ୟାକ୍ସିନ ତିଆରି କରିବା ପାଇଁ ରେଗୁଲେଟରୀ ସ୍ତର ଠାରୁ ନେଇ ଡିଷ୍ଟିବ୍ଯୁଶନ ସିଷ୍ଟମକୁ ତ୍ଵରାନ୍ୱିତ କରିବା ପାଇଁ ପଡିବ ଏଥିପାଇଁ ଲାଗୁଛି କି ଏହାର ମୂଲ୍ୟ ବଢିଯିବ ।
ଭାରତର ଭ୍ୟାକ୍ସିନ ଦୁନିଆରେ ଟପ
ଡା. ରାଘବନ କହିଛନ୍ତି କି ଭାରତରେ ତିଆରି ହେଉଥିବା ଭ୍ୟାକ୍ସିନ ଦୁନିଆରେ ଟପ ଶ୍ରେଣୀର ଅଟେ । ଦେଶ ପାଇଁ ସବୁଠାରୁ ଗୌରବର କଥା ଏହା କି ଦୁନିଆସାରା ପିଲାଙ୍କୁ ଯେଉଁ ୩ଟି ଭ୍ୟାକ୍ସିନ ଦିଆଯାଉଛି ତାହା ମଧ୍ୟରୁ ଦୁଇଟି ଭାରତରେ ତିଆରି ହେଉଛି । ଗତ କିଛି ବର୍ଷରେ ଭ୍ୟାକ୍ସିନ କମ୍ପାନୀ ଉତ୍ପାଦନ କରିବା ସହିତ ମଧ୍ୟ ଆରଏଣ୍ଡଡି ରେ ବି ବିନିଯୋଗ କରୁଛନ୍ତି । ସେହିଭଳି ଆମର ଷ୍ଟାର୍ଟଅପ୍ସ ଏବଂ ବ୍ୟକ୍ତିଗତ ଏକାଡେମି ଏହି କାମ ମଧ୍ୟ କରୁଛନ୍ତି ।
ଏହି ୪ଟି ଉପାୟରେ ତିଆରି ହୋଇଥାଏ ଭ୍ୟାକ୍ସିନ
ଡା. ରାଘବନ ଭ୍ୟାକ୍ସିନ ତିଆରି କରିବାର ୪ଟି ଉପାୟ ବିଷୟରେ କହିଛନ୍ତି । ସେ କହିଛନ୍ତି କି ପ୍ରଥମ ଉପାୟ ହେଉଛି, ଏମଆରଏନଏ ଭ୍ୟାକ୍ସିନ । ଏଥିରେ ଭାଇରସର ଜେନେଟିକ ମଟିରୟଲ ନେଇ ଇଞ୍ଜେକ୍ସନ ଦେଇଥାନ୍ତି । ଆମ ଶରୀର ଏହାକୁ ଅନୁବାଦ କରି ଭାଇରାଲ ପ୍ରୋଟିନ ତିଆରି କରିଥାଏ । ଯେତବେଳେ ଭାଇରସ ଶରୀରରେ ପ୍ରବେଶ କରିଥାଏ ପ୍ରତିରକ୍ଷା ପ୍ରତିକ୍ରିୟା ପ୍ରସ୍ତୁତ ହୋଇଥାଏ । ଦ୍ଵିତୀୟ ଉପାୟ ହେଉଛି ଷ୍ଟାଣ୍ଡାର୍ଡ ଭ୍ୟାକ୍ସିନ । ଏଥିରେ ଭାଇରସର ଦୁର୍ବଳ ସଂସ୍କରଣ ନିଆଯାଇ ଥାଏ । ଆମର ଏଠାରେ ରୋଟାବେକ ଭ୍ୟାକ୍ସିନ ଆସିଥିଲା ତାହା ରୋଟାବେକ ଷ୍ଟ୍ରେନରୁ ତିଆରି କରାଯାଇଥିଲା । କୋଭିଡ-୧୯ ପାଇଁ ମଧ୍ୟ ଏହି ପ୍ରୟାସ ହେଉଛି । ତୃତୀୟ ପଦ୍ଧତିରେ କୌଣସି ଅନ୍ୟ ଭାଇରସର ମେରୁଦଣ୍ଡରେ ଏହି ଭାଇରସର ପ୍ରୋଟିନ କୋଡିଙ୍ଗ ରିଜିନକୁ ଲଗାଇ ଭ୍ୟାକ୍ସିନ ତିଆରି କରିଥାନ୍ତି । ଚତୁର୍ଥ ଉପାୟରେ ଭାଇରସର ପ୍ରୋଟିନ ସ୍ତରରେ ତିଆରି କରି ଦ୍ଵିତୀୟ ଷ୍ଟିମୁଲସ ସହିତ ଲଗାଯାଇ ଥାଏ । ସେ କହିଛନ୍ତି କି ଦୁନିଆ ସାରା ଏହି ୪ଟି ଉପାୟରେ ଭ୍ୟାକ୍ସିନ ତିଆରି କରାଯାଉଛି ।
ବିଜ୍ଞାନ ଏବଂ ଟେକନିକର ବଡ ଭୂମିକା
ନୀତି ଆୟୋଗର ସଦସ୍ୟ ଏବଂ କୋଭିଡ-୧୯ ଉପରେ ସଶକ୍ତୀକାରଣ ଗୋଷ୍ଠୀ -୧ର ଚେୟାରମ୍ୟାନ ଡା. ବି କେ ପାଲ କହିଛନ୍ତି କି ବିଜ୍ଞାନ ଏବଂ ଟେକନିକ କୋଭିଡ-୧୯ ବିରୁଦ୍ଧରେ ଲଢିବାରେ ମୁଖ୍ୟଭୂମିକା ରହିଛି ଏବଂ ଖୁସିର କଥା ଏହା କି ଆମ ଦେଶରେ ବିଜ୍ଞାନ ଏବଂ ଟେକନିକର ପରିସର ବହୁତ ବଡ ଅଟେ ।
ଦେଶର ସବୁ ଅନୁଷ୍ଠାନ ଏକାଠି ହୋଇଛନ୍ତି
ସେ କହିଛନ୍ତି ଆଇସିଏମଆର, ଡିପାର୍ଟମେଣ୍ଟ ଅଫ ବାୟୋଟେକ୍ନୋଲୋଜି, ଆଇଆଇଟି, ଭାରତୀୟ ଇଂଷ୍ଟିଚ୍ୟୁସନ ଅଫ ସାଇନ୍ସ, ନାଇପାର୍ସ, ଆଇସର୍ସ, ଏମ୍ସ, ପୀଜେଆଇ, ସିଏମଆଇଆର ଇଂଷ୍ଟିଚ୍ୟୁସନ, ଡିଏସଟି ଇଂଷ୍ଟିଚ୍ୟୁସନ, ଡିଆରଡିଓ ଇଂଷ୍ଟିଚ୍ୟୁସନ, ଏଗ୍ରୀକଲ୍ଚର ଇଂଷ୍ଟିଚ୍ୟୁସନ, ସ୍ପେସ, ଏଣ୍ଟାମିକ ଏନଜି ଏହି ଦେଶରେ ସୀମିତ ସମ୍ବଳ ଥିବା ପରେ ମଧ୍ୟ ଏତେ ସବୁ ଉତ୍ପାଦନ କରିଛି । ଏହି ସବୁ ତନ୍ତ୍ର କୋଭିଡ-୧୯ ବିରୁଦ୍ଧରେ ଲଢିବାରେ କାମ କରୁଛନ୍ତି । ଆମର ସଂସ୍ଥାନ ଓ ଉଦୋଗ୍ୟ ଏକାଠି ଠିଆ ହୋଇଛନ୍ତି ।