ଶନିଦେବ ପ୍ରସନ୍ନ ହେଇଯିବେ ତ ବ୍ୟକ୍ତିକୁ କରି ଦେବେ ରାଜା, ଜାଣନ୍ତୁ ଶନିଦେବଙ୍କ ସହ ଜଡିତ ଏହି ସବୁ କଥା

ମନୁଷ୍ୟର ଭଲ କାର୍ଯ୍ୟର ଲେଖା ଜୋଖା ସବୁ ଶନିଦେବଙ୍କ ପାଖରେ ପହଞ୍ଚି ଥାଏ । ଯାହାର ଆଧାରରେ ଶନିଦେବ ନ୍ୟାୟ କରିଥାନ୍ତି । କହିବାକୁ ଗଲେ ଲୋକମାନେ ଶନି ଦୋଷରୁ ମୁକ୍ତି ପାଇବା ପାଇଁ ତାଙ୍କର ବିଶେଷ ପୂଜା ଅର୍ଚନା କରିଥାନ୍ତି । କୁହାଯାଏ କି ଯଦି ଶନିଦେବଙ୍କ ଖରାପ ଦ୍ରୁଷ୍ଟି କୌଣସି ବ୍ୟକ୍ତି ଉପରେ ପଡିଯାଏ ତେବେ ଏହି କାରଣରୁ ସେହି ବ୍ୟକ୍ତିର ଜୀବନରେ ବହୁତ ସଙ୍କଟ ଉତ୍ପନ୍ନ ହବାକୁ ଲାଗିଥାଏ ।

ବ୍ୟକ୍ତିକୁ ସର୍ବଦା ନିଜ ଜୀବନରେ କୌଣସି ନା କୌଣସି ସମସ୍ୟା ଦେଇ ଗତି କରିବାକୁ ପଡିଥାଏ । କିନ୍ତୁ ଶନିଦେବ କୌଣସି ବ୍ୟକ୍ତି ଉପରେ ଯଦି ପ୍ରସନ୍ନ ହୋଇ ଯାଆନ୍ତି ତେବେ ସେହି ବ୍ୟକ୍ତିର ସମସ୍ତ ସମସ୍ୟା ଦୂର ହୋଇଯାଏ । ସେହି ବ୍ୟକ୍ତି ରାଜା ବି ହୋଇପାରେ । କହିବାକୁ ଗଲେ ପୁରାଣରେ ଶନିଦେବଙ୍କ ସହ ଜଡିତ ଏହି ସମସ୍ତ କଥାର ଉଲ୍ଲେଖ କରାଯାଇଛି । ଆଜି ଆମେ ଆପଣଙ୍କୁ ଶନିଦେବଙ୍କ ସହ ଜଡିତ କିଛି ମହତ୍ଵପୂର୍ଣ କଥା ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ସମସ୍ତଙ୍କୁ ଜାଣିବା ଦରକାର ।

ଶନିଦେବଙ୍କ ସହ ଜଡିତ ଜରୁରି କଥା

ଶନିଙ୍କ ଛାୟା ଅଶୁଭ କାହିଁକି କୁହାଯାଏ

ଶନିଙ୍କ ଖରାପ ଛାୟା ଦ୍ଵାରା ସମସ୍ତେ ଭୟଭୀତ ରୁହନ୍ତି । କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ଶନିଙ୍କ ଛାୟା ଅଶୁଭ କାହିଁକି ହୋଇଥାଏ ? କହିବାକୁ ଗଲେ ଶନିଙ୍କ ଖରାପ ଦ୍ରୁଷ୍ଟି ପଛରେ ମୁଖ୍ୟ କାରଣ ତାଙ୍କର ପତ୍ନୀ ଦ୍ଵାରା ଦିଆ ଯାଇ ଥିବା ଅଭିଶାପ ଅଟେ । ଥରେ ପୁତ୍ର ଲୋଭରେ ଶନି ଦେବଙ୍କ ପତ୍ନୀ ତାଙ୍କ ପାଖକୁ ଗଲେ । କିନ୍ତୁ ସେହି ସମୟରେ ଶନିଦେବ କଠିନ ତପସ୍ୟା କରୁଥିଲେ । ଯେଉଁ କାରଣରୁ ତାଙ୍କର ପତ୍ନୀ ବହୁତ ରାଗି ଗଲେ ଓ ଶନିଦେବଙ୍କୁ ଅଭିଶାପ ଦେଲେ କି ଯାହା ଉପରେ ତାଙ୍କର ଦ୍ରୁଷ୍ଟି ପଡିବ ତାଙ୍କର ସବୁ କିଛି ନଷ୍ଟ ହୋଇଯିବ । ଏହି କାରଣରୁ ଶନିଙ୍କ ଛାୟାକୁ ଅଶୁଭ କୁହା ଯାଇଛି ।

ଶନିଦେବଙ୍କ ରଙ୍ଗ କଳା କାହିଁକି ଅଟେ

ଶନିଦେବଙ୍କ ରଙ୍ଗ କଳା ଅଟେ । ଏହା ପଛର ଥିବା ରହସ୍ୟ ବିଷୟରେ କୁହାଯାଏ କି ଶନିଙ୍କ ପିତା ସୂର୍ଯ୍ୟ ଦେବ ଓ ମାତା ଛାୟା ଥିଲା । ଶନିଦେବଙ୍କ ମାତା ଛାୟା ଭଗବାନ ଶିବଙ୍କ ଭକ୍ତି କରୁଥିଲେ । ଯେତେବେଳେ ଶନିଦେବ ମାତାଙ୍କ ଗର୍ଭରେ ଥିଲେ ତେବେ ତାଙ୍କର ମାତା ନିଜର ସନ୍ତାନ ବିଷୟରେ ଚିନ୍ତା ନ କରି ଭଗବାନ ଶିବଙ୍କ ତପସ୍ୟାରେ ମଗ୍ନ ହୋଇ ଯାଉ ଥିଲେ । ମାତା ଛାୟାଙ୍କ କଠୋର ତପସ୍ୟା କାରଣରୁ ଶନିଦେବଙ୍କ ରଙ୍ଗ କଳା ହୋଇଛି ।

ଶନିଦେବ ଲେଙ୍ଗେଡା କାହିଁକି ଅଟନ୍ତି

ଆପଣମାନେ ଏହା ତ ନିଶ୍ଚିତ ଶୁଣିଥିବେ କି ଶନିଦେବ ଲେଙ୍ଗେଡା ଅଟନ୍ତି । କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ତାଙ୍କୁ ଲେଙ୍ଗେଡା କିଏ କରିଥିଲା ଓ କେଉଁ କାରଣରୁ ସେ ଲେଙ୍ଗେଡା ହୋଇ ଥିଲେ । କହିବାକୁ ଗଲେ ଶନିଦେବ ବହୁତ ଧୀରେ ଧୀରେ ଚାଳନ୍ତି ବୋଲି କୁହାଯାଏ କାରଣ ସେ ଲେଙ୍ଗେଡା ଅଟନ୍ତି । ଏମିତି କୁହାଯାଏ କି ପିପ୍ଲାଦ ମୁନିଙ୍କ କାରଣରୁ ଶନିଦେବ ଲେଙ୍ଗେଡା ହୋଇଥିଲେ ।

କାରଣ ପିପ୍ଲାଦ ମୁନି ନିଜର ପିତାଙ୍କ ମୃତ୍ୟୁର କାରଣ ଶନିଦେବଙ୍କୁ ମାନୁ ଥିଲେ । ସେ ଶନିଦେବଙ୍କ ଉପରେ ବ୍ରହ୍ରାଦଣ୍ଡ ଦ୍ଵାରା ପ୍ରହାର କରି ଥିଲେ । ଯେଉଁ ପ୍ରହାର ଶନିଦେବ ସହିବା ପାଇଁ ସକ୍ଷମ ନ ଥିଲେ ଓ ସେ ତିନି ଲୋକରେ ଦୌଡିବାକୁ ଲାଗିଲେ । ଏହା ପରେ ବ୍ରହ୍ରାଦଣ୍ଡର ପ୍ରହାର ଦ୍ଵାରା ଶନିଦେବ ଲେଙ୍ଗେଡା ହୋଇଗଲେ ।

ପିଲାମାନଙ୍କ ଉପରେ ପଡି ନ ଥାଏ ଶନିଦେବଙ୍କ ଖରାପ ଛାୟା

ଯେତେବେଳେ ପିପ୍ଲାଦ ମୁନି ଠାରୁ ଶନିଦେବଙ୍କ ଯୁଧ୍ୟ ହୋଇଥିଲା ତେବେ ଶନିଦେବ ପରାସ୍ତ ହୋଇଯାଇ ଥିଲେ । ସେତେବେଳେ ପିପ୍ଲାଦ ମୁନି ଶନିଦେବଙ୍କୁ ଏହି ଶର୍ତ ଉପରେ ଛାଡି ଦେଇ ଥିଲେ କି ସେ ୧୨ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କ ଉପରେ ନିଜର ଖରାପ ଦ୍ରୁଷ୍ଟି ଦେବେ ନାହିଁ ଓ ନା ହିଁ ତାଙ୍କୁ କୌଣସି ପ୍ରକାରର କଷ୍ଟ ପହଞ୍ଚାଇବେ ।

ଶନିଦେବଙ୍କୁ ଦଂଡାଧିକାରୀ ନିଯୁକ୍ତି କିଏ କରିଲା

ଶନିଦେବଙ୍କୁ ଦଂଡାଧିକାରୀ କୁହାଯାଏ । ଏହା ପଛରେ କାରଣ ବିଷୟରେ ପୁରାଣରେ ଉଲ୍ଲେଖ କରା ଯାଇଛି କି ଶନିଦେବ ଓ ଭଗବାନ ଶିବଙ୍କ ମଧ୍ୟରେ ଥରେ ଯୁଧ୍ୟ ହୋଇ ଥିଲା । ଏହି ଯୁଧ୍ୟରେ ଶନିଦେବ ପରାସ୍ତ ହୋଇ ଗଲେ । ଏହା ପରେ ଶିବଙ୍କୁ ସୂର୍ଯ୍ୟ ଦେବତା ଶନିଦେବଙ୍କୁ କ୍ଷମା କରି ଦେବା ପାଇଁ ପ୍ରାର୍ଥନା କରିଲେ । ଏହା ପରେ ଶିବ ଶନିଦେବଙ୍କୁ କ୍ଷମା କରି ଦେଲେ । କିନ୍ତୁ ଶିବ ଶନିଦେବଙ୍କ ରଣ କୌଶଳ ଠାରୁ ବହୁତ ପ୍ରସନ୍ନ ଥିଲେ ଓ ସେ ତାଙ୍କୁ ନିଜର ସେବକ ଓ ଦଂଡାଧିକାରୀ ନିଯୁକ୍ତି କରିଥିଲେ ।

ସବୁ ଗ୍ରହ ମଧ୍ୟରେ ଶନି ଗ୍ରହକୁ ଶ୍ରେଷ୍ଠ କୁହାଯାଏ

ଯେମିତି କି ଆମେ ସମସ୍ତେ ଜାଣିଛୁ ସବୁ ଗ୍ରହ ମଧ୍ୟରେ ଶନିଦେବଙ୍କୁ ସର୍ବେ ଶ୍ରେଷ୍ଠ ଗ୍ରହ କୁହାଯାଏ । ଏହା ପଛରେ ମୁଖ୍ୟ କାରଣ ଭଗବାନ ଶିବଙ୍କ ଆଶୀର୍ବାଦ କୁହାଯାଉଛି । ଶନିଦେବଙ୍କୁ ଶ୍ରେଷ୍ଠ ହେବାରର ଆଶୀର୍ବାଦ ଭଗବାନ ଶିବ ଦେଇ ଥିଲେ ।