ଅନୁଷ୍କାଙ୍କ ବିରୁଦ୍ଧରେ ଦର୍ଜ ହେଲା କେସ, ଏବେ ଫିଲ୍ମ ପ୍ରଡ୍ୟୁସର ଉଠାଇଲେ ଏହି ପଦକ୍ଷେପ

କହିବାକୁ ଗଲେ ବର୍ତ୍ତମାନ ହିଁ କିଛି ଦିନ ତଳେ ମାନେ ୧୫ ମେ କୁ ଏକ ୱେବ ସିରିଜ ଆମାଜନ ଭିଡିଓରେ ରିଲିଜ ହୋଇଛି ଓ ଏହି ୱେବ ସିରିଜର ନାମ ‘ପାତାଳ ଲୋକ’ ଅଟେ । ଯାହାକି ଦର୍ଶକମାନଙ୍କ ମଧ୍ୟରେ ବହୁତ ପସନ୍ଦ କରା ଯାଉଛି । ଏହି ୱେବ ସିରିଜକୁ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ତାଙ୍କର ଭାଇ କରନେଶ ଶର୍ମା ମିଶି ପ୍ରଡ୍ୟୁସ କରିଛନ୍ତି । କିନ୍ତୁ ବର୍ତ୍ତମାନ ବଲୀଉଡ ଇଣ୍ଡଷ୍ଟ୍ରିର ସଫଳ ଅଭିନେତ୍ରୀ ଅନୁଷ୍କା ଶର୍ମା ଏହି ୱେବ ସିରିଜ ‘ପାତାଳ ଲୋକ’କୁ ନେଇ ଏକ ବିବାଦ ମଧ୍ୟରେ ଘେରି ରହିଛନ୍ତି ।

କହିବାକୁ ଗଲେ ବିଜେପି ନେତା ନନ୍ଦକିଶୋର ଗୁର୍ଜରଙ୍କ କହିବା ଅଟେ କି ବିନା ତାଙ୍କର ଅନୁମତିରେ ଏହି ୱେବ ସିରିଜରେ ତାଙ୍କର ଫଟୋ ବ୍ୟବହାର କରା ଯାଇଛି ଓ ସେ ଏଥିପାଇଁ ନିଜର ଆପତ୍ତି ବି ଜାହିର କରିଛନ୍ତି । ଏହା ସହିତ ଅନୁଷ୍କା ଶର୍ମାଙ୍କ ବିରୁଦ୍ଧରେ ରାଷ୍ଟ୍ରଦୋହୀର କେସ ବି ଦର୍ଜ କରିଛନ୍ତି । କିନ୍ତୁ ଏହି ବିବାଦ ଅଧିକ ବଢିବାରୁ ପ୍ରଡ୍ୟୁସର ଏହି ଫଟୋକୁ ବଦଳାଇ ଦେଇଛନ୍ତି ।

ଏହି ୱେବ ସିରିଜର ଏହା ପ୍ରଥମ ସିଜିନ ଅଟେ ଓ ଏହି ସିଜିନରେ ୯ଟି ଏପିସୋଡ ଅଛି । କିନ୍ତୁ ୱେବ ସିରିଜର ପ୍ରଥମ ସିଜିନର ଷଷ୍ଠ ଏପିସୋଡରେ ବିଜେପି ନେତା ନନ୍ଦକିଶୋର ଗୁର୍ଜରଙ୍କ ଫଟୋ ବ୍ୟବହାର କରା ଯାଇଛି । ଏହି ସିନ ୩୩ ମିନିଟ ୨୦ ସେକନ୍ଡରେ ନଜର ଆସିଛି । ବିଧାୟକ ନନ୍ଦକିଶୋର ଗୁର୍ଜରଙ୍କ କହିବା ଅଟେ କି, ‘ପାତାଳ ଲୋକ’ ଏକ ଅପରାଧୀ କିରଦାର ସହିତ ତାଙ୍କର ଫଟୋକୁ ମାର୍ଫ୍ଡ କରି ଲଗା ଯାଇଛି । ସେ ନିଜର ଛବିକୁ ଖରାପ କରୁଥିବାର ଆରୋପ ବି ଲଗାଇଛନ୍ତି । କିନ୍ତୁ ବିବାଦ ପରେ ଏହି ଫଟୋକୁ ବଦଳାଇ ଦିଆ ଯାଇଛି ।

ବିଧାୟକ ବିରାଟକୁ ଦେଲେ ତଲାକର ଉପଦେଶ

ୱେବ ସିରିଜରେ ବିନା ଅନୁମତିରେ ଫଟୋ ବ୍ୟବହାର କରାଯିବା ଉପରେ କ୍ରୋଧିତ ବିଧାୟକ ନନ୍ଦକିଶୋର ଗୁର୍ଜର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେ଼କରଙ୍କୁ ଏକ ଚିଠି ବି ଲେଖିଛନ୍ତି । ଏହି ଚିଠିରେ ସେ ଶୋକୁ ବ୍ୟାନ କରି ଦେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏତିକି ନୁହେଁ ନନ୍ଦକିଶୋର ଗୁର୍ଜର ଆଗକୁ କହିଲେ କି ବିରାଟ କୋହଲି ଜଣେ ଦେଶଭକ୍ତ ଅଟନ୍ତି ଓ ତାଙ୍କୁ ଅନୁଷ୍କା ଶର୍ମାଙ୍କୁ ତଲାକ ଦେଇ ଦେବା ଉଚିତ ।