ପ୍ରଥମ ଥର ସୁଶାନ୍ତ ଙ୍କ ପାଇଁ ଆଗକୁ ଆସିଲା Bollywood, ଅଙ୍କିତା ଲୋଖଣ୍ଡେ, କଙ୍ଗନା ରନାୱତ, କ୍ରିତି ସନୋନ ଓ ବରୁଣ ଧବନ ପୋଷ୍ଟ କରି କହିଲେ ଏମିତି

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ କୁ ୨ ମାସ ପୁରିଲା । କିନ୍ତୁ ଏବେ ପର୍ଯ୍ୟନ୍ତ ସୁଶାନ୍ତଙ୍କୁ ନ୍ୟାୟ ମିଳିନାହିଁ । ସୁଶାନ୍ତଙ୍କ ଫ୍ୟାନମାନେ ନ୍ୟାୟ ପାଇଁ ପ୍ରତିଦିନ ଦାବି କରୁଛନ୍ତି । ବର୍ତମାନ ସୁଶାନ୍ତଙ୍କ କେଶ CBI ତଦନ୍ତ କରୁଛି । ଏବେ ପର୍ଯ୍ୟନ୍ତ କୌଣସି ବଲିଉଡ୍ ଷ୍ଟାର୍ ସୁଶାନ୍ତ ଙ୍କ ପାଇଁ CBI ଯାଞ୍ଚ୍ ଲାଗି ଦାବି କରି ନଥିଲେ କିନ୍ତୁ ଏବେ ବହୁତ୍ ଷ୍ଟାର୍ ସୁଶାନ୍ତଙ୍କୁ ନ୍ୟାୟ ମିଳୁ ବୋଲି ଦାବି କରିଛନ୍ତି । ତେବେ ଚାଲନ୍ତୁ ଜାଣିବା ସେହି ସବୁ ଷ୍ଟାର୍ ମାନଙ୍କ ବିଷୟରେ ।

ଅମିଷା ପଟେଲ୍ ନିଜ ଇନଷ୍ଟାଗ୍ରାମରେ CBI for SSR ଲେଖି ସୁଶାନ୍ତଙ୍କ ସହିତ ଗୋଟେ ଫଟୋ ସେୟାର କରିଛନ୍ତି ।

ସୁଶାନ୍ତ ଙ୍କ ପାଇଁ ବରୁଣ ଧବନ୍ ସାମ୍ନାକୁ ଆସିଛନ୍ତି ଏବଂ ନିଜ ଷ୍ଟୋରୀ ରେ CBI for SSR ଦେଇଛନ୍ତି ।

ପରିନୀତି ଚୋପ୍ରା ସୁଶାନ୍ତଙ୍କ ପାଇଁ ଲେଖିଛନ୍ତି “All we needed is justice for SSR, CBI for SSR” ।

କ୍ରିତି ସନୋନ ମଧ୍ୟ ସୁଶାନ୍ତଙ୍କ ପାଇଁ CBI ଯାଞ୍ଚ ଲାଗି ଦାବି କରିଛନ୍ତି । ଏବଂ ଷ୍ଟୋରୀ ଦେଇଛନ୍ତି ।

କଙ୍ଗନା ରରନାୱତ ସୁଶାନ୍ତଙ୍କ ପାଇଁ ବହୁତ୍ ଭିଡିଓ ସେୟାର କରିଛନ୍ତି ଏବଂ ସୁଶାନ୍ତଙ୍କ ପାଇଁ ନ୍ୟାୟ ମାଗିଛନ୍ତି ।

ସୁରଜ ପଞ୍ଚୋଲି ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି “Sushant and his family deserve a proper CBI investigation. # CBI for SSR” ।

ଅଙ୍କିତା ଲୋଖଣ୍ଡେ ସବୁବେଳେ ସୁଶାନ୍ତ ଏଵଂ ତାଙ୍କ ପରିବାର ଲୋକଙ୍କ ସହିତ ରହିଛନ୍ତି ।

ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ସାମ୍ନାକୁ ଆସିବାପାଇଁ ଏବଂ CBI ଯାଞ୍ଚ ପାଇଁ ଏହି ସବୁ ଷ୍ଟାର୍ ସାମ୍ନାକୁ ଆସିଛନ୍ତି । ସୁଶାନ୍ତଙ୍କୁ ନ୍ୟାୟ ମିଳିବା ଦରକାର ଏବଂ ପ୍ରକୃତ ଆସାମୀ କୁ କଠୋର ଦଣ୍ଡ ମିଳିବ ଦରକାର ।

ସୁଶାନ୍ତଙ୍କ ଭଉଣୀ ଶ୍ଵେତା ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି ସମସ୍ତଙ୍କୁ ଅନୁରୋଧ କରିଛନ୍ତି କି ସୁଶାନ୍ତଙ୍କ ପାଇଁ ୧ ମିନିଟ ସମୟ କାଢି ମୌନରହିବେ। ଏବଂ ନିଜ ହାତକୁ ଏହିପରି ଯୋଡି ଏକ ଫଟୋ କିମ୍ବା ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟକରି ସୁଶାନ୍ତଙ୍କ ନ୍ୟାୟପାଇଁ ସିବିଆଇ ଯାଞ୍ଚ କରାଯାଉ ବୋଲି ଦାବି କରନ୍ତୁ।

ଆପଣ କଣ ଚହୁଁଛନ୍ତି କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।