ଦିଗ୍ଗଜ ଅଭିନେତା Raaj Kumar ଙ୍କ ଦୁଇ ପୁଅ ମଧ୍ୟ ଦେଖିବାକୁ ବହୁତ ହ୍ୟାଣ୍ଡସମ, ଆଗରୁ କେବେ ଦେଖି ନଥିବେ

ହିନ୍ଦୀ ସିନେମା ଜଗତରେ ନିଜ ଦମଦାର ଅଭିନୟରେ ଅନେକ ତାରକାମାନେ ଦର୍ଶକଙ୍କ ହୃଦୟରେ ରାଜ୍ କରିଛନ୍ତି । କିନ୍ତୁ ଜଣେ ଏପରି ତାରକା ଥିଲେ ଯାହାଙ୍କୁ କେବଳ ଦର୍ଶକ ନୁହେଁ ବରଂ ପୁରା ଫିଲ୍ମ୍ ଇଣ୍ଡଷ୍ଟ୍ରି ରାଜ୍ କୁମାର ମାନିଥିଲେ । ସେହି ଦିଗଜ ଅଭିନେତା ଜଣକ ହେଲେ ରାଜ୍ କୁମାର । ତାଙ୍କ ପୁରା ନାମ ହେଉଛି କୁଳଭୂଷଣ ପଣ୍ଡିତ । ରାଜ କୁମାରଙ୍କ ଜନ୍ମ ପାକିସ୍ତାନର ବେଲୁଚିସ୍ତାନ ପ୍ରାନ୍ତରେ ୧୯୨୬ ମସିହା ଅକ୍ଟୋବର ୮ ତାରିଖରେ ହୋଇଥିଲା ।

ସେ ଆଜି ଆମ ମଧ୍ୟରେ ନ ଥିଲେ ମଧ୍ୟ ତାଙ୍କ ଅଭିନୟ, ଡାଇଲଗ ଓ ତାଙ୍କ ଅନ୍ଦାଜ ଆଜି ବି ଦର୍ଶକଙ୍କ ମନରେ ଜୀବିତ ରହିଛି । ଅଭିନେତା ହେବା ଆଗରୁ ସେ ମୁମ୍ବାଇର ଏକ ଥାନାରେ ସବ୍ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିଲେ । ରାଜ କୁମାର ମୁମ୍ବାଇର ଯେଉଁ ଥାନାରେ କାର୍ଯ୍ୟ କରୁଥିଲେ ସେଠାକୁ ଫିଲ୍ମ୍ ଇଣ୍ଡଷ୍ଟ୍ରି ଲୋକଙ୍କ ଯିବା ଆସିବା ଲାଗି ରହୁଥିଲା ।

ଦିନେ ତାଙ୍କ ଥାନାକୁ ଫିଲ୍ମ ନିର୍ମାତା ବଳଦେବ ଦୁବେ କିଛି ଜରୁରୀ କାର୍ଯ୍ୟରେ ଆସିଥିଲେ । ସେ ରାଜ୍ କୁମାର ଙ୍କ କଥାବାର୍ତ୍ତା କରିବା ଶୈଳୀରେ ବହୁତ ପ୍ରଭାବିତ ହୋଇଥିଲେ ଓ ତାଙ୍କୁ ନିଜ ଫିଲ୍ମରେ କାମ କରିବାକୁ ପ୍ରସ୍ତାବ ରଖିଥିଲେ । ନିଜର ଜଣେ ବନ୍ଧୁଙ୍କ କଥାରେ ଅଭିନେତା ହେବାକୁ ମନ ବନାଇ ନେଇଥିଲେ ।

ସେଥିପାଇଁ ସେ ତୁରନ୍ତ ନିଜ ସବ୍ ଇନ୍ସପେକ୍ଟର ପଦରୁ ଇସ୍ତଫା ଦେଇ, ଫିଲ୍ମ ନିର୍ମାତା ଙ୍କ ପ୍ରସ୍ତାବକୁ ସ୍ବୀକାର କରିନେଲେ । ଏହିପ୍ରକାର ସେ ହିନ୍ଦୀ ଫିଲ୍ମ ଜଗତରେ ପାଦ ଦେଇ ବେତାବ୍ ବାଦଶାହା ବନିଗଲେ । ସେ ସବୁବେଳେ ନିଜ ସର୍ତ୍ତାନୁସାରେ କାମ କରିଥିଲେ । କେବେ ମଧ୍ୟ ଏକ ପ୍ରକାର ଭୂମିକାରେ ବାନ୍ଧି ନ ହୋଇ ଅଲଗା ଅଲଗା ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ଖୁବ୍ ମନୋରଞ୍ଜନ କରିଥିଲେ ।

ଅନେକ ସ୍ମରଣୀୟ ଫିଲ୍ମ୍ ଗୁଡିକରେ ନିଜର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସେ କାମ କରିଥିଲେ । ତେବେ ୧୯୯୬ ମସିହାରେ ଗଳା ରେ କ୍ୟାନସର ହେବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା । ରାଜ କୁମାର ଜଣେ ଫ୍ଲାଇଟ୍ ଆଟେଣ୍ଡାଣ୍ଟ ଙ୍କୁ ବିବାହ କରିଥିଲେ, ଯାହାଙ୍କ ନାମ ଜେନିଫର୍ ଥିଲା । କିନ୍ତୁ ପରେ ସେ ନିଜ ନାମ ବଦଳି ଗାୟତ୍ରୀ ରଖିଥିଲେ । ତାଙ୍କର ୩ଟି ସନ୍ତାନ ହୋଇଥିଲେ ।

ଦୁଇ ପୁଅ ପୁରୁ ଓ ପାଣିନି, ଓ ଝିଅ ବାସ୍ତବିକତା । ବଡ଼ ପୁଅ ପୁରୁ ରାଜ୍ କୁମାର ୧୯୯୬ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ୍ ବାଲ୍ ବ୍ରହ୍ମଚାରୀ ରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ତାଙ୍କ ବିପରୀତରେ ଅଭିନେତ୍ରୀ କରିସ୍ମା କପୁର କାମ କରିଥିଲେ । ଏହା ପରେ ସେ ଖତରୋ କେ ଖିଲାଡ଼ି, ହମାରେ ଦିଲ ଆପକେ ପାସ ହେ, ମିଶନ କାଶ୍ମୀର ଓ ବୀର ଆଦି ଫିଲ୍ମ୍ ରେ ମଧ୍ୟ କାମ କରିଥିଲେ ।

କିନ୍ତୁ ସେ ଏହି ଫିଲ୍ମ ଗୁଡ଼ିକରେ କିଛି ଖାସ୍ କମାଲ ଦେଖାଇ ପାରି ନ ଥିଲେ । ରାଜ କୁମାରଙ୍କ ଦ୍ଵିତୀୟ ପୁଅ ପାଣିନି ରାଜ୍ କୁମାର ମଧ୍ୟ ଜଣେ ଅଭିନେତା । ସେ ନିଜ ପିତା ଓ ବଡ଼ ଭାଇ ଙ୍କ ପରି ଜଣେ ଅଭିନେତା ହେବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ମଧ୍ୟ କିଛି ଖାସ୍ ସଫଳ ହୋଇ ପାରି ନ ଥିଲେ ।

ତାଙ୍କର ପାପା ପ୍ଲିଜ୍ ନାମକ ଏକ କମ୍ପାନୀ ମଧ୍ୟ ଅଛି, ଯେଉଁଠୁ ସେ କିଛି ଗୀତ ମଧ୍ୟ ରିଲିଜ୍ କରିଛନ୍ତି । ୨୦୧୮ ରେ ତାଙ୍କର ପ୍ରଥମ ଗୀତ କହୁଁ ମେ ୟା କହୁଁ ନା ୟୁଟୁବ ରେ ରିଲିଜ୍ ହୋଇଥିଲା ଓ ଖୁବ୍ ହିଟ୍ ମଧ୍ୟ ହୋଇଥିଲା । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।