ଭଗବାନ ମହାଦେବଙ୍କ ଜନ୍ମ ପଛରେ କ’ଣ ରହିଛି ରହସ୍ୟ ! ଶିବଙ୍କ ଜନ୍ମ କିପରି ହେଲା ? Lord Shiva

ଭଗବାନ ଶିବଙ୍କ ଜନ୍ମ ପଛରେ କଣ ରହିଛି ରହସ୍ୟ ! ବନ୍ଧୁଗଣ ଶିବ ପୁରାଣ ଅନୁସାରେ ଶିବଙ୍କୁ ସ୍ୱୟମ୍ବୁ ବୋଲି କୁହାଯାଇଥାଏ । ଯାହାର ଅର୍ଥ ହେଉଛି ଶିବଙ୍କର ଜନ୍ମ ସ୍ଵୟଂ ହିଁ ହୋଇଥିଲା । ତେବେ ଏହି କଥାରୁ ସ୍ପଷ୍ଠ ହୋଇଥାଏ । ଯେ ଭଗବାନ ଶିବଙ୍କର ପିତା କି ମାତା କେହି ନଥିଲେ । ତେବେ ଭଗବାନ ଶିବଙ୍କର ଜନ୍ମ ସହ ଜଡିତ କିଛି ଶାସ୍ତ୍ର ସମ୍ବଦ୍ଧୀୟ କଥା ସମ୍ପର୍କରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ତେବେ ବିଶନୁ ପୁରାଣ ଅନୁଯାଇ ଭଗବାନ ନାରାୟଣଙ୍କ ମଥାରୁ ବାହାରୁଥିବା ପ୍ରଚଣ୍ଡ ତେଜ କାରଣରୁ ଭଗବାନ ଶିବଙ୍କର ଜନ୍ମ ହୋଇଥିଲା। ଏଥିସହ ଭଗବାନ ନାରାୟଣଙ୍କ ନାଭୀରୁ ବାହାରୁଥିବା ତେଜରୁ ଭଗବାନ ବ୍ରହ୍ମାଙ୍କର ଜନ୍ମ ହୋଇଥିଲା । ତେବେ ଅପର ପକ୍ଷରେ ଶିବ ପୁରାଣ ଲେଖା ଅନୁଯାଇ ଭଗବାନ ନାରାୟଣଙ୍କ ଜନ୍ମ ଏପରି କିଛି ଭାବେ ହୋଇଥିଲା । ଭଗବାନ ଶିବ ଥରେ ନିଜ ଆଣ୍ଠୁ ଘସୁଥିବା ସମୟରେ ତାଙ୍କ ଆଣ୍ଠୁରୁ ବାହାରୁଥିବା ମଳିରୁ ଭଗବାନ ବିଶନୁଙ୍କର ଜନ୍ମ ହୋଇଥିଲା ।

ତେବେ ଏହି 2 ଟି ପୁରାଣକୁ ଛାଡି ଅନ୍ୟ ଶାସ୍ତ୍ରର ଲେଖା ଅନୁସାରେ ଯଦି ପ୍ରଭୁ ଶିବଙ୍କର ଜନ୍ମ ବିଷୟରେ କହିବାକୁ ଯିବା । ଥରେ ଯେତେବେଳେ ଭଗବାନ ନାରାୟଣ ଓ ବ୍ରହ୍ମାଙ୍କ ମଧ୍ୟରେ ଝଗଡା ଲାଗିଥିଲା । ଏଥିସହ ଝଗଡା ଲାଗିବାର କାରଣ ଏହା ଥିଲା । ଯେ ଏହି ସଂସାରର ସବୁଠାରୁ ମହାନ ସର୍ବଶ୍ରେଷ୍ଠ କିଏ ଅଟେ ? ସେହି ସମୟରେ ଭଗବାନ ଶିବ ଏକ ଜ୍ଵଳନ୍ତା ସ୍ତମ୍ଭ ରୂପରେ ପ୍ରକଟ ହୋଇ ସେମାନଙ୍କ ମଝିରେ ଆସିଥିଲେ ।

ସେହି ସ୍ତମ୍ବରୁ ଏଭଳି କଥା ଶୂନ୍ୟରୁ ବାହାରି ଥିଲା । ଯେ ଯିଏ ଏହି ସ୍ତମ୍ଭର ଶେଷ ପର୍ଯ୍ୟନ୍ତ ପହଞ୍ଚିଯିବ । ତାଙ୍କୁ ହିଁ ଏହି ସଂସାରର ସର୍ବଶ୍ରେଷ୍ଠ ବୋଲି ବିବେଚନା କରାଯିବ । ତେବେ ଏହା ଶୁଣିବା ପରେ ସଙ୍ଗେ ସଙ୍ଗେ ବ୍ରହ୍ମା ଏକ ପକ୍ଷୀ ରୂପରେ ସ୍ତମ୍ଭର ଉପର ଭାଗକୁ ଯିବାକୁ ଲାଗିଥିବା ବେଳେ ଭଗବାନ ନାରାୟଣ ବରାହ ରୂପ ନେଇ ସ୍ତମ୍ଭର ଶେଷ ଭାଗ ଖୋଜିବାରେ ଲାଗିଗଲେ ।

ବହୁ ସମୟ ଖୋଜିବା ପରେ ମଧ୍ୟ ଉଭୟ ଭଗବାନ କେହି ମଧ୍ୟ ସେହି ସ୍ତମ୍ଭର ଶେଷ କି ମୂଳ ଖୋଜି କରି ପାଇନଥିଲେ । ତାପରେ ସେଠାରେ ହଟାତ ଭଗବାନ ଶିବ ନିଜ ପ୍ରକୃତ ରୂପରେ ଆସି ପ୍ରକଟ ହୋଇଥିଲେ । ତାପରେ ଭଗବାନ ନାରାୟଣ ଓ ବ୍ରହ୍ମା ଜାଣିପାରିଥିଲେ । ଯେ ଭଗବାନ ମହାଦେବ ହିଁ ହେଉଛି ଏହି ସଂସାରର ସବୁଠାରୁ ସର୍ବଶ୍ରେଷ୍ଠ । ତେବେ ଏହି କଥାରୁ ଜଣା ପଡେ ।

ଯେ ପ୍ରଭୁ ଶିବଙ୍କର ନା ଜନ୍ମ ଅଛି ନା ଅନ୍ତ ଅଛି । ସେଥିପାଇଁ ତାଙ୍କୁ ସ୍ଵୟଂଭୂ ବୋଲି କୁହାଯାଇଥାଏ । ତେବେ ପ୍ରଭୁ ଶିବଙ୍କର ଜନ୍ମକୁ ନେଇ ଅନେକ ଗ୍ରନ୍ଥରେ ଅନେକ ପ୍ରକାର ମତ ପ୍ରଚଳିତ ହୋଇଅଛି । ଆଶା କରୁଛୁ । ଆପଣଙ୍କୁ ପୋଷ୍ଟଟି ଭଲ ଲାଗିଥିବ । ତେବେ ପେଜକୁ ଗୋଟିଏ ଲାଇକ୍ ଓ ଅନ୍ୟ ମାନଙ୍କ ସହ ମଧ୍ୟ ଶେୟାର କରନ୍ତୁ ।