ଏପରି ଭାବେ ଲଗାନ୍ତୁ ନାହିଁ…Money plant, ବହୁତ ବଡ ସର୍ବନାଶ ଘଟିଥାଏ…

ବନ୍ଧୁଗଣ ଘରକୁ ସୁନ୍ଦର ଦେଖାଯିବା ଲୋକମାନେ ଅନେକ ପ୍ରକାର ଗଛ ଓ ଘର ଭିତରେ ଓ ଭାରେ ଲଗାଇଥାନ୍ତି । ତେବେ ପ୍ରତ୍ଯେକ ଗଛର କିଛି ଶୁଭ ଓ ଅଶୁଭ ପ୍ରଭାବ ରହିଥାଏ । ତେବେ ଯେଉଁ ସବୁ ଗଛ ଘରେ ଲଗାଯାଇଥାଏ । ସେହି ସବୁ ଗଛ ଘର ଉପରେ କୁ- ପ୍ରଭାବ କି ସୁ-ପ୍ରଭାବ ପକାଇବ ତାହାକୁ ବିଚାର କରି ଲଗାଇବା ଉଚିତ । ତେବେ ଅନେକ ଲୋକ ଘରେ ମନିପ୍ଳାଣ୍ଟ ଗଛ ଲଗାଇବାକୁ ପସନ୍ଦ କରିଥାନ୍ତି । ତେବେ କେଉଁ ଗଛର ଘର ପ୍ରତି କେଉଁ ପ୍ରଭାବ ରହିଥାଏ ଚାଲନ୍ତୁ ଏଠାରେ ଜାଣିବା ।

1- ଓସ୍ତ ଓ ବରଗଛକୁ ଘରର ବାହାରେ ଲଗାଇବାକୁ ଶୁଭ କୁହାଯାଇଥାଏ । ହେଲେ ଏହି ସବୁ ଗଛ ଘର ମଧ୍ୟରେ ରହିଥିଲେ । ତାହା ଅଶୁଭ ଫଳ ପ୍ରଦାନ କରିଥାଏ । ତେଣୁ ଏହି ସବୁ ଗଛ ଠାରୁ ଦୂରରେ ଅର୍ଥାତ ଘର ବାହାରେ ରହିବା ଉଚିତ ।

2- ହିନ୍ଦୁ ଧର୍ମ ଶାସ୍ତ୍ରରେ ତୁଳସୀ ବୃକ୍ଷ ର ବହୁ ଅଧିକ ମହତ୍ଵ ରହିଛି । ତୁଳସୀ ବୃକ୍ଷକୁ ମାତା ଲକ୍ଷ୍ମୀଙ୍କର ରୂପ ବୋଲି ମାନାଯାଇଥାଏ । ଏହି ଗଛ ଯେଉଁ ଘରେ ରହିଥାଏ । ସେହି ଘରେ ଭଲ ପ୍ରଭାବ ସଂଚାର କରିଥାଏ । ହେଲେ ଏହି ଗଛକୁ ଦକ୍ଷିଣ ଦିଗରେ ଲଗାଇବା ଅନୁଚିତ । ନଚେତ ଏହାର ଖରାପ ପ୍ରଭାବ ଘର ଉପରେ ପଡିଥାଏ ।

3- ଘରର ଆଖପାଖର ଉତ୍ତର କିମ୍ବା ପୂର୍ବ ଦିଗରେ ଅଁଳା ଗଛ ରହିବା ମଧ୍ୟ ଘର ପାଇଁ ଶୁଭଦାୟକ ହୋଇଥାଏ । ଅଁଳାରେ ମଧ୍ୟ ଭଗବାନ ନାରାୟଣ ଓ ମାଆ ଲକ୍ଷ୍ମୀଙ୍କ ବାସ ରହିଥାଏ । ଏହି ବୃକ୍ଷ ଘର ପାଖରେ ଥିଲେ ଘରକୁ କୌଣସି ବଡ ଆର୍ଥିକ ସଙ୍କଟ କେବେ ମଧ୍ୟ ଆସିନଥାଏ ।

4- ଧାର୍ମିକ କାର୍ଯ୍ୟ ଗୁଡିକରେ କଦଳୀ ଗଛର ବହୁତ ଭୂମିକା ରହିଥାଏ । ଗୁରୁବାର ଦିନ ବିଶେଷ ରୂପେ ଏହି ଗଛର ପୂଜା ମଧ୍ୟ କରାଯାଇଥାଏ । ତେଣୁ ଘରର ଐଶାନ୍ୟ କୋଣରେ ଏହି ବୃକ୍ଷ ରହିବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ ।

5- ଲୋକମାନେ ଖୁସି ମନରେ ଅନେକ ପ୍ରକାର ତଥା ଭିନ୍ନ ଭିନ୍ନ ଆମ୍ବ ଗଛ ଘରେ ଲଗାଇବାକୁ ପସନ୍ଦ କରିଥାନ୍ତି । ଏହି ବୃକ୍ଷ ଘର କିମ୍ବା ଘରର ଆଖପାଖର କୌଣସି ସ୍ଥାନରେ ଲଗାଯିବା ଦ୍ଵାରା ଘର ଉପରେ କୌଣସି ଅଶୁଭ ପ୍ରଭାବ ପଡିନଥାଏ ।

6- ଅନେକ ଲୋକ ସଉକୀରେ ତଥା ଘରର ଧନ ବୃଦ୍ଧି କରିବା ପାଇଁ ମନିପ୍ଳାଣ୍ଟ ବୃକ୍ଷ ଲଗାଇଥାନ୍ତି । ହେଲେ ଘରର ମୁଖ୍ୟଦ୍ଵାର ପାଖରେ ଏହି ବୃକ୍ଷ ଲଗାଇବା ଅନୁଚିତ । ନଚେତ ଏହା ଘର ଉପରେ କୁ-ପ୍ରଭାବ ପକାଇଥାଏ ।

 

ବନ୍ଧୁଗଣ ପୋଷ୍ଟଟି ପସନ୍ଦ ଆସିଥିଲେ । ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଓ କମେଣ୍ଟ ଓ ଶେୟାର କରନ୍ତୁ ।